ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଗ୍ରାମ ସ୍ୱରାଜ ଅଭିଯାନ ପାଇଁ ପ୍ରସ୍ତୁତି ଏପ୍ରିଲ ୧୪ରୁ ମଇ ୫ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚୁଡାନ୍ତ

ଭଦ୍ରକ,୧୩ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ସଭାପତିତ୍ୱରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ ଯୋଗ ଦେଇ ଏପ୍ରିଲ ୧୪ରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀକୁ ଦଳ ପକ୍ଷରୁ ସମାଜିକ ନ୍ୟାୟ ଦିବସ ଭାବେ ମଣ୍ଡଳ ସ୍ତରରେ ପାଳନ କରାଯାଇ ସମରସତା ପଦଯାତ୍ରା ଆୟୋଜନ କରାଯିବା ସଂଗେ ସଂଗେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ଦଳିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯିବ ବୋଲି କହିଥିଲେ । ସେହିପରି ଏପ୍ରିଲ ୧୮ରେ ସ୍ୱଚ୍ଛ ଭାରତ ପର୍ବ, ୨୦ରେ ଉଜ୍ୱଳା ପଞ୍ଚାୟତ କାର୍ଯ୍ୟକ୍ରମ ୨୪ରେ ପଞ୍ଚାୟତରାଜ ଦିବସ, ୨୮ରେ ଗ୍ରାମ ଶକ୍ତି ଅଭିଯାନ, ୩୦ ତାରିଖରେ ଆୟୁଷ୍ମାନ ଭାରତ ଅଭିଯାନ, ମଇ ୨ ତାରିଖ କିଷାନ କର୍ମଶାଳା, ମଇ ୫ରେ କୌଶଳ ବିକାଶ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଦଳ ପକ୍ଷରୁ ଆୟୋଜନ କରାଯିବ ବୋଲି ଜିଲ୍ଳା ସଭାପତି ଶ୍ରୀ ଧଳ ସୂଚନା ଦେଇଥିଲେ । ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିନବନ୍ଧୁ ପତି, ଡା. ପ୍ରଦିପ ନାୟକ, ଜାତୀୟ ପରିଷଦ ସଦସ୍ୟ ଶରତ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପୁହାଣ, ଉପସଭାପତି ଦୁର୍ଗା ନାୟକ, ତପନ ମହାନ୍ତି, ବିଦ୍ୟାଧର ସାହୁ, ଚତୁର୍ଭୁଜ ନାୟକ, କମଳାକାନ୍ତ ସୂତାର, ପ୍ରଦିପ୍ତ ବିଶ୍ୱାଳ, ମାଳତୀଲତା ସାହୁ, ସୁରେଶ ସାମଲ, ମନସ୍ମିତା ଖୁଣ୍ଟିଆ, ପ୍ରମୁଖ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ସଫଳତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ୮ଟି କାର୍ଯ୍ୟକ୍ରମର ସଂଯୋଜନା, ତଦାରଖ ଓ ସଫଳତା ପାଇଁ ଜିଲ୍ଲା ଉପସଭାପତି  ଶରତ ପଢିଆରୀ, ଅମ୍ବିକା ପ୍ରସନ୍ନ ଦାସ ଓ ସାଧାରଣ ସଂପାଦକ ପ୍ରଭାତ କୁମାର ଜେନାଙ୍କୁ ଏକ ୩ ଜଣିଆ କମିଟିକୁ କମିଟିକୁ ସ୍ୱିକୃତୀ ମିଳିଥିବା ଶ୍ରୀ ଧଳ ଘୋଷଣା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପଦାଧିକାରୀ, ମଣ୍ଡଳ ସଭାପତି, ମୋର୍ଚ୍ଚାର ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *