ଭଦ୍ରକ ଜିଲ୍ଲା ପୁସ୍ତକମେଳା ଓ ମହୋସôବ ଆସନ୍ତା ଜାନୁଆରୀ ୫ରେ

ଭଦ୍ରକ, ୭ା୧୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପ୍ରତିବର୍ଷ ପରି ଚଳିତବର୍ଷ  ଭଦ୍ରକ ନୂଆବଜାରସ୍ଥିତ ସ୍ଥାନୀୟ ଗାନ୍ଧିପଡିଆଠାରେ  ୪ର୍ଥ ବର୍ଷ ପାଇଁ ଭଦ୍ରକ ଜିଲ୍ଲା ପୁସ୍ତକମେଳା ଓ ମହୋସôବ ଆସନ୍ତା ଜାନୁଆରୀ ୫ତାରିଖରେ ଅନୁଷ୍ଠିତ ହେବ ବୋଲି ଏକ ପ୍ରସ୍ତୁତି ବୈଠକ ସ୍ୱରାଜବାର୍ତ୍ତା  କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ଏହି  ବୈଠକରେ ସାଧାରଣ ସଂପାଦକ ରବିନାରାୟଣ ଖିଲାର, ଆବାହକ, ଅଧ୍ୟାପକ ନିହାର ରଂଜନ କର, କୋଷାଧ୍ୟକ୍ଷ ଆଶିଷ ଅମିତାଭ ମହାପାତ୍ର, ସହ ସଂପାଦକ ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ଇଂ ସଙ୍ଗୀତା ଦାସ,  ଅମରେନ୍ଦ୍ର ବିଶ୍ୱାଳ,  ଅପୂର୍ବ ରଂଜନ ବେହେରା, ଅଧ୍ୟାପକ  ମାଧବ ଚନ୍ଦ୍ର ଜେନା,ସାମ୍ବାଦିକ ପ୍ରମୋଦ ରାୟ, ଡ. ହରିହର ନାୟକ, ଚାରୁଦତ୍ତ ନାୟକ , ଅତିଶ କୁମାର ବେହେରା, ଅବିନାଶ ପଣ୍ଡା,  ଜ୍ଞାନପ୍ରକାଶ ପାଣି,ରମେଶ ଚନ୍ଦ୍ର ପାଗଳ ,ସାଧନ ଧର, ଆଇନଜୀବୀ ଅଞ୍ଜୁବାଳା ରାଉତ,ସାଂସ୍କୃତିକ ସଂପାଦକ  ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରାମନାରାୟଣ ମହାନ୍ତି, ନୃତ୍ୟ ଗୁରୁ  ତଥା ସହ ସାଂସ୍କୃତିକ ସଂପାଦକ ପିତାମ୍ବର ରେଡ୍ଡି ଙ୍କ ସମେତ ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ନିରାକର ଜେନା, କବି ଅଶୋକ କୁମାର ନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗଗନ ବିହାରୀ ରାଉତ,  ସାହିତି୍ୟକ ଉମାକାନ୍ତ ନାୟକ , ସ୍ତମ୍ଭକାର ସଦାନନ୍ଦ ସାହୁ, ଆଇନଜୀବୀ  ଅମିତାବାଳା ଆଚାର୍ଯ୍ୟ ବ୍ୟଙ୍ଗକବି ବିଜୟ କୁମାର ବହଳି ,ଗୋକୁଳାନନ୍ଦ ରାଉତ, ପ୍ରମୁଖ ଯୋଗଦେଇ  ହେବାକୁ ଥିବା ଆଗାମୀ  ପୁସ୍ତକମେଳା  ଓ ମହୋସôବକୁ ସଫଲ କରିବା ପାଇଁ ମତାମତ ଦେଇଥିଲେ । ଅନୁଷ୍ଠତି ହେବାକୁ ଥିବା ଏହି ମହୋସôବ ପାଇଁ  ପ୍ରାୟ ସମସ୍ତ ପ୍ରକାର  ପ୍ରସ୍ତୁତି ପର୍ବ ଶେଷ ହୋଇସାରିଛି ବୋଲି କର୍ମକର୍ତ୍ତାମାନେ ମତପ୍ରକାଶ କରିଥିଲେ । ଏହି ଉପଲକ୍ଷେ ପ୍ରାୟ ୬୦ଗୋଟି ବୁକ୍ ଷ୍ଟଲ୍ ଏବଂ ଅନ୍ୟ  ଷ୍ଟଲ୍ ସେମାନେ ଯୋଗଦେବା ପାଇଁ ପ୍ରତିବର୍ଷ ପରି ଚଳିତବର୍ଷ ସେମାନେ କମିଟିକୁ ଅଗ୍ରିମ ଦେୟ ଦେଇ ସାରିଛନ୍ତି । ଏହି ଅବସରରେ  ରାଜ୍ୟର  ବହୁ ମନ୍ତ୍ରୀ,  ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀ,  ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀ, ଯାତ୍ରାକଳାକାର, ସାହିତି୍ୟକ, ସ୍ତମ୍ଭକାର,  ନୃତ୍ୟଶିଳ୍ପୀ,  ମାନେ ଯୋଗଦେବାପାଇଁ  ସମ୍ମତି ପ୍ରଦାନ କରିଛନ୍ତି ।  ପ୍ରତିବର୍ଷ ପରି ଚଳିତବର୍ଷ  ସ୍ଥାନୀୟ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଉକ୍ତ ଉସôବକୁ ଉଦ୍ଘାଟନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି ।  ଏହି ମହୋସôବ  ଜାନୁଆରୀ  ୫ତାରିଖରୁ ଆରମ୍ଭ ହୋଇ  ୧୪ତାରିଖରେ  ଶେଷ ହେବ ବୋଲି  ସାଧାରଣ ସଂପାଦକ ଶ୍ରୀ ଖିଲାର  ସୂଚନା ଦେଇଛନ୍ତି ।  ଉକ୍ତ ମହୋସôବ କୁ ସଫଳ କରିବା ପାଇଁ  ସେ  ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ ଓ  ଜନସାଧାରଣଙ୍କ ସହଯୋଗ କାମନା କରିିଛନ୍ତି ।

Leave a Reply

Your email address will not be published. Required fields are marked *