ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲ୍ଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାପରିଷଦର ପଞ୍ଚମ ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଳା ପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲାପାଳ ଜ୍ଞାନ ଦାସ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ୍ କୁମାର ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ସମସ୍ତ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା, ସାତଟି ବ୍ଲକର ଅଧ୍ୟକ୍ଷ / ଅଧ୍ୟକ୍ଷା ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଞ୍ଚମ ଜିଲ୍ଲାପରିଷଦ ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ଓ ଅନୁପ୍ରାଣୀତ ହେବା ସହ ପାନୀୟଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, କୃଷି ଓ ଜଳସେଚନ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ସାଧାରଣ ବଣ୍ଟନ ଓ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରିତା ସମ୍ବନ୍ଧୀୟ ଆଲୋଚନା, ଶିକ୍ଷା ବ୍ୟବସ୍ଥା ଓ ଶ୍ରମବିଭାଗୀୟ ବିଷୟ ଉପରେ ଆଲୋଚନା କରାଯାଇଥିଲା। ପ୍ରାରମ୍ଭରେ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ସରକାରଙ୍କର ଆଭିମୁଖ୍ୟ ସମସ୍ତ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସହ ଅଚଳ ହୋଇ ପଡ଼ିଥିବା ନଳକୂପ ଗୁଡ଼ିକ ତୁରନ୍ତ ମରାମତି କରିବାକୁ ମନ୍ତ୍ରୀ ଶ୍ରୀ ସାମଲ ବିଭାଗୀୟ କତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ପାଇପ୍ ଲାଇନ୍ ପାନୀୟ ଜଳ ଯୋଗାଣ ପାଇଁ ୧୧୦ଟି ପ୍ରକଳ୍ପ ମଧ୍ୟରୁ ୯୦ଟି ପ୍ରକଳ୍ପ ପାଇଁ ଟେଣ୍ଡର ହୋଇଥିବା ବେଳେ ୪୩ଟି ପ୍ରକଳ୍ପର ଚୁଡ଼ାନ୍ତ କରାଯାଇ ସେଥିରୁ ୨୮ଟି ପ୍ରକଳ୍ପର କାର୍ଯ୍ୟାଦେଶ ଦିଆଯାଇଛି ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ। ସେହିପରି କୃଷି ବିଭାଗ ଉପରେ ଆଲୋଚନା କରାଯାଇଥିଲା। ୨୦୧୭/୧୮ ଖରିଫ ଋତୁରେ ୧୬୧୮୭୫ହେକ୍ଟର ଧାନଚାଷପାଇଁ ଧାର୍ଯ୍ୟ ଥିବା ବେଳେ ୧୫୯୩୮୧ହେକ୍ଟର ଧାନ ଚାଷ କରାଯାଇଥିଲା। ସେହିପରି ଅନ୍ୟାନ୍ୟ ଅର୍ଥକାରୀ ଫସଲ ପାଇଁ ୧୨୧୮୫ ହେକ୍ଟର ପାଇଁ ଲକ୍ଷ୍ୟ ଥିବାବେଳେ ୧୨୨୮୯ହେକ୍ଟର ଜମିରେ ଚାଷ କରାଯାଇଥିଲା। ଆଗାମୀ ରବିଫସଲ ପାଇଁ ୮୫୮୫ ହେକ୍ଟର ଜମିରେ ଡ଼ାଳୁଅ ଧାନ ପାଇଁ ଚାଷ କରାଯାଇଥିବା ବେଳେ ୪୭୫ହେକ୍ଟର ଜମିରେ ଗହମ ସମେତ ଅନ୍ୟାନ୍ୟ ଅର୍ଥକାରୀ ଫସଲକୁ ମିଶାଇ ୪୫୪୯୮ହେକ୍ଟର ଜମିରେ ଚାଷ କରାଯାଇଥିବାର ଉପକୃଷି ନିର୍ଦ୍ଦେଶକ କହିଥିଲେ। ଜିଲ୍ଲାର ସ୍ୱାସ୍ଥ୍ୟସମସ୍ୟା ସମ୍ପର୍କରେ ଗୃହରେ ଆଲୋଚନା କରାଯାଇଥିଲା। ଜିଲ୍ଳାରେ ଖାଲି ପଡ଼ିଥିବା ଡ଼ାକ୍ତର ପଦବୀ ପୂରଣ ପାଇଁ ସରକାଙ୍କ ଠାରେ ଦାବି କରାଯିବା ସହ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏଁ ଡ଼ାକ୍ତର ଉପସ୍ଥିତ ରହି ରୋଗୀସେବା ଯୋଗାଇଦେବାକୁ ବୈଠକରେ ଆଲୋଚନା ହୋଇଥିଲା। ରୋଗୀମାନଙ୍କୁ ନିରାମୟ ଯୋଜନାରେ ମାଗଣାରେ ଔଷଧ ଯୋଗଇଦେବାକୁ ଆଲୋଚନା ହୋଇଥିଲା। ଶ୍ରମ ବିଭାଗ ସମ୍ବନ୍ଧରେ ଆଲୋଚନା କରାଯାଇ ଜିଲ୍ଳାରେ ୫୭ହଜାର ନିର୍ମାଣ ଶ୍ରମିକ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସହନ ବାବଦରେ ୪କୋଟି ଟଙ୍କା ପ୍ରଦାନ କରାଯାଇଛି। ଯଥା ନିର୍ମାଣ ଶ୍ରମିକମାନଙ୍କୁ ଆନୁସଙ୍ଗିକ ଯନ୍ତ୍ରପାତି, ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ବାବଦରେ ଆର୍ଥିକ ସାହାଯ୍ୟ, ବିବାହ କାର୍ଯ୍ୟ ସହ ଅନ୍ୟାନ୍ୟ ସାହାଯ୍ୟ ପ୍ରଦାନ କରାଯାଇଛି ବୋଲି ଜିଲ୍ଳା ଶ୍ରମଅଧିକାରୀ ସୂଚନା ପ୍ରଦାନ କରିଥିଲେ। ସେହିପରି ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ୭ଟି ବ୍ଲକରେ ୭ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ସରକାରଙ୍କର ପ୍ରସ୍ଥାବ ରହିଛି। ବନ୍ତ ବ୍ଲକର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅନ୍ୟ ବ୍ଲକର ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଶେଷ ହେବ। ପୂର୍ବରୁ ଜିଲ୍ଲାରେ ୫୧୧ଜଣ ଗଣଶିକ୍ଷକ ନିଯୁକ୍ତି ପାଇଥିବା ବେଳେ ଅବଶିଷ୍ଟ ୮୨ଜଣ ଗଣଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ମୋଟ ୫୯୩ଜଣ ଗଣ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତ ଦିଆଯାଇଛି ବୋଲି ଗୃହକୁ ଜିଲ୍ଳା ଶିକ୍ଷାଧିକାରୀ ସୂଚନା ଦେଇଥିଲେ। ସାଧାରଣ ବଣ୍ଟନ ଓ ଖାଦ୍ୟ ସୁରକ୍ଷା ଆଇନ୍ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ଖରିଫ ଋତୁରେ ଜିଲ୍ଲାରେ ୯ଲକ୍ଷ ୪୩ହଜାର କ୍ୱିଣ୍ଟାଲ ଧାନ କିଣା ଯାଇଛି ଯାହାକି ପୂର୍ବବର୍ଷ ତୁଳନାରେ କମ୍ ଧାନ କିଣାଯିବା ସମ୍ବନ୍ଧରେ ଗୃହରେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ପକ୍ଷରୁ ଏକ ନୂଆବ୍ୟବସ୍ଥା ଲାଗୁ କରାଯାଇଛି। ଯେ କୌଣସି ଡ଼ିଲର ବା ହୋଲ୍ ସେଲର ସେମାନଙ୍କର ରିନୁଆଲ୍, ରେଜିଷ୍ଟ୍ରେସନ, ଲାଇସେନ୍ସ ପାଇଁ ଅନ୍ ଲାଇନ୍ ଆବେଦନ କରିବେ। ପଞ୍ଚାୟତ କେନ୍ଦ୍ରରେ ଖାଉଟିସାମଗ୍ରା ବଣ୍ଟନ ବ୍ୟବସ୍ଥା କରାଯାଉଥିବା ବେଳେ କେତେକ ସ୍ଥାନରେ ଲୋକମାନେ ପଂଚାୟତଠାରୁ ବହୁଦୂର ସ୍ଥାନରୁ ଆସି ଖାଉଟି ସାମଗ୍ରୀ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେ ସବୁ କେନ୍ଦ୍ରରେ ସବ୍ ସେଣ୍ଟର ଖୋଲାଯାଇ ଲୋକଙ୍କୁ ଖାଉଟୀ ସାମଗ୍ରୀ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top