Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ଅଧିବେଶନ

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ୱତନ୍ତ୍ର ଅଧିବେଶନ

14

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ ସଂଘର ସମ୍ମିଳନୀ କକ୍ଷରେ ଦିଗମ୍ବର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ପଦ୍ମନାଭ ପାଢ଼ୀ, ଉଦୟନାଥ ମହାନ୍ତି ଓ ଡଃ. ଗୋଲକ ବିହାରୀ ସାହୁ ମଞ୍ଚାସୀନ ଥିଲେ । ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ ପୂର୍ବ ଅଧିବେଶନର ବିବରଣୀ ପାଠ କଲାପରେ ସର୍ବସମ୍ମତିକ୍ରମେ ସଭାପତିଙ୍କ ଦ୍ୱାରା ଦୃଢ଼ୀଭୂତ କରାଗଲା । ଏହି ଅଧିବେଶନରେ ସଂଘର ବାର୍ଷିକ ଉତ୍ସବ ଓ ସର୍ବଭାରତୀୟ ସ୍ତରରେ ପେନସନରଙ୍କ ଦାବୀ ସଂପର୍କୀୟ ସ୍ମାରକ ପତ୍ର ପାଠ କରାଯାଇ ଡିସେମ୍ବର ୭ ତାରିଖରେ ଭଦ୍ରକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ ଓ କୋଭିଡ୍ ଗାଇଡ୍‌ଲାଇନ୍ ମାନି ସ୍ୱଳ୍ପ ସଂଖ୍ୟକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦାବୀପତ୍ର ପ୍ରଦାନ ସହ ଦିବା ୧୨ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଧାରଣା ଦେବାର ସ୍ଥିର ହେଲା । ବାର୍ଷିକ ଉତ୍ସବ ସୁଚାରୁରୂପେ ସଂପାଦନ ନିମନ୍ତେ ଗଠିତ ସବ୍ କମିଟି ସଦସ୍ୟ ସଦସ୍ୟାଙ୍କୁ ଅବଗତ କରାଯାଇ ଚଳିତ ଡିସେମ୍ବର ମାସ ୨୬ ତାରିଖରେ ଅନୁଷ୍ଠିତ ହେବାର ସିଦ୍ଧାନ୍ତ ହେଲା । ବାର୍ଷିକ ଉତ୍ସବ ସଂପର୍କୀୟ ବଜେଟ୍ ଓ ସଭ୍ୟ ସଭ୍ୟାଙ୍କ ଠାରୁ ସଂଗୃହୀତ ଅର୍ଥର ବିବରଣୀ ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ ପ୍ରଦାନ କଲେ । ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ପ୍ରସ୍ତୁତି ବୈଠକ ଆସନ୍ତା ୧୩ ତାରିଖରେ ହେବାର ସ୍ଥିର ହେଲା । କାର୍ଯ୍ୟକ୍ରମରେ କ୍ଷୀରୋଦ ଚନ୍ଦ୍ର ମିଶ୍ର, ଡଃ. ଭାଗବତ ତ୍ରିପାଠୀ, ଶାନ୍ତନୁ କୁମାର ରାଉତ, ଲକ୍ଷ୍ମଣ କୁମାର ମହାନ୍ତି, କୈଳାଶ ଚନ୍ଦ୍ର ପଣ୍ଡା, ବିନୟ କୁମାର ପଣ୍ଡା, ସନ୍ତୋଷ କୁମାର ମହାପାତ୍ର, ବାଦଲ କିଶୋର ମହାପାତ୍ର, ହରମୋହନ କୁଅଁର, କାଶୀନାଥ ସାହୁ, ଡଃ. କ୍ଷୀରୋଦ କୁମାର ସାମଲ, ଉପେନ୍ଦ୍ରନାଥ ରାଉତ, ହରେକୃଷ୍ଣ ତ୍ରିପାଠୀ, ହରେକୃଷ୍ଣ ସାହୁ, ପ୍ରଶାନ୍ତ ଦେ, ଡଃ. ବାଙ୍କ ବିହାରୀ ଦାସ, ତାରକ ଦାସ ଆଢ୍ୟ, ଅରବିନ୍ଦ ବସନ୍ତରାୟ, ଚନ୍ଦ୍ରମୋହନ ମହାନ୍ତି, ବିଜୟ କୁମାର ନାୟକ, ମୁକ୍ତିକାନ୍ତ ମହାପାତ୍ର, ଯୁଧିଷ୍ଠିର ବାରିକ, ରାଜେନ୍ଦ୍ର କୁମାର ପାତ୍ର, କରୁଣାକର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.