ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ଡିସେମ୍ବର ଏକ ତାରିଖରୁ ଧାନକିଣା ଆରମ୍ଭ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ଭଦ୍ରକ ଡ଼ିଆରଡ଼ିଏ ସମ୍ମିଳନୀ ସଭାଗୃହ ପରିସରରେ ଭଦ୍ରକ ଜିଲ୍ଲାରେ ଚଳିତବର୍ଷ  ୨୦୧୮-୧୯ଖରିଫିଋତୁ ଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ  ଜିଲ୍ଳାପାଳ ଜ୍ଞାନ ଦାସ ଅଧକ୍ଷତା କରିଥିଲେ ।  ଚଳିତବର୍ଷ ଖରିଫଋତୁରେ କୌଣସି ଚାଷୀ ଯେପରି ଧାନକିଣାରୁ ବାଦ ନ ପଡନ୍ତିି ସେ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଛାଷୀ ତାର ଉତ୍ପାଦିତ ଧାନକୁ ଠିକ୍ଭାବରେ ବିକ୍ରୀ କରି ସରକାରୀ ଧାର୍ଯ୍ୟମୂଲ୍ୟର ଅର୍ଥ ପାଇବା ସହ ଅଭାବୀ ବିକ୍ରୀର ସମ୍ମୁଖୀନ ନହେବ ,ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ଧାନ କିଣାରେ କୌଣସି ସୋସାଇଟି ଖିଲାପ କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ଜିଲ୍ଳାପାଳ କହିଥିଲେ । ଉକ୍ତ ବୈଠକରେ ସାଂସଦ ଅଜୁର୍ନଚରଣ  ସେଠୀ , ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ, ଜିଲ୍ଲା ପରିଷଦର ସଭାପତି ଦିଜବର ରାଉତ, ବାଲେଶ୍ୱର- ଭଦ୍ରକ କ୍ରେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ରଘୁନାଥ ଲେଙ୍କା,ଭଦ୍ରକ ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ, ଧାମନଗର ବିଧାୟକଙ୍କ ପ୍ରତିନିଧି ହରେକୃଷ୍ଣ ପାଢୀ,ଉପଜିଲ୍ଳପାଳ ସୁଚାରୁ ବଳ ମିଲର ସଂଘର ସଭାପତି ରାଜକିଶୋର ଅଗ୍ରୱାଲ, ସଂପାଦକ ଶେଖର ମହାପାତ୍ର,ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ  ସମବାୟବ୍ୟାଙ୍କର କର୍ମଚାରୀମାନେ  ଧାନ ସଂଗ୍ରହ ବୈଠକରେ ଯୋଗଦେଇ  ଅଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପା୍ରରମ୍ଭରେ ଭାରାପ୍ରାପ୍ତ  ଜିଲ୍ଳା ଯୋଗାଣ ଅଧିକାରୀ ଅଶୋକ କୁମାର ମାଝି ଚଳିତବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ବିବରଣୀ ପ୍ରଦାନ କରିଥିଲେ । ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ ବକ୍ତବ୍ୟରେ କହିଥିଲେ ଯେ  ୨୦୧୭ ମସିହାରେ ଚାନ୍ଦବାଲିରେ କେତେକ ସୋସାଇଟିରେ ଆଦୌ ଧାନକିଣାଯାଇ ନଥିଲା । କିଛି ସୋସାଇଟିରେ ଧାନକିଣାବିକାରେ ପ୍ରିୟାପ୍ରିତି ପୋଷଣ କରାଯାଇଥିଲା । ଜମିରପରିମାଣ ଠାରୁ ଅଧିକ ଜମିଦର୍ଶାଯାଇ ଅଧିକ ଧାନ କିଣାଯାଇ ସୋସାଇଟି ଜରିଆରେ ବିକ୍ରି କରାଯାଇଛି । ସେମାନଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିକି ବୋଲି ବିଧାୟକ ବୈଠକରେ ପ୍ରଶ୍ନ କରିଥିଲେ ।   ଏବର୍ଷ ଜିଲ୍ଳାରେ ୨୫ଟି ମିଲର ଧାନ ସଂଗ୍ରହରେ ଭାଗ ନେବେ ।  ଆସନ୍ତା  ଡିସେମ୍ବର ୧ରୁ ଧାନ ସଂଗ୍ରହ ଆରମ୍ଭ ହେବ । ଚଳିତ ବର୍ଷ ୧୦୮ଟି ପ୍ୟାକ୍ସ ଜରିଆରେ ଧାନ ସଂଗ୍ରହ କରାଯିବ । ଚଳିତବର୍ଷ ଖରିଫ୍ ଋତୁରେ ଜିଲ୍ଳାରେ ୭୩ହଜାରମେଟି୍ରକ୍ଟନ ଚାଉଳ ସଂଗ୍ରହ କରାଯିବ  । ଯାହାକି ଧାନର ପରିମାଣ ୧୦ଲକ୍ଷ ୭୩ହଜାର କ୍ୱ୍ୟଣ୍ଟାଲ ଧାନ  ପ୍ରଥମ ପର୍ଯ୍ୟାୟରେ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ।  ସାଧାରଣ ଏଫଏକୁ୍ୟ ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୭୫୦ ଥିବାବେଳେ  ଟଙ୍କା ରହିଥିବା ବେଳେ ଗ୍ରେଡ଼ ଏ ଧାନର(ଏଫଏକ୍ୟୟୁ) କ୍ୱିଣ୍ଟାଲ ପ୍ରତି ୧୭୭୯ଟଙ୍କାରହିଛି । ଏବର୍ଷ ଜିଲ୍ଲାରେ ୮୦ ହଜାର ଚାଷୀ ଧାନବିକ୍ରୀ ପାଇଁ ଅନଲାଇନରେ ପୁଞ୍ଜିକରଣ କରିବାକୁ ସରକାରଙ୍କ ପକ୍ଷରୁ ଟାରଗେଟ୍ ଦିଆଯାଇଥିବା ବେଳେ ବର୍ତ୍ତମାନ ସୁଧା ଜିଲ୍ଳାରେ ୫୪ହଜାର ୪୮୮ଜଣ ଚାଷୀ ସେମାନଙ୍କର ନାମ ଅନ୍ଲାଇନ୍ ଜରିଆରେ ପଞ୍ଜି କରଣ କରିଛନ୍ତି ।  ପ୍ୟାକ୍ସ ଜରିଆରେ ଧାନସଂଗ୍ରହ କରାଯିବ ଓ ପ୍ରତ୍ୟେକ ପ୍ୟାକ୍ସ କେନ୍ଦ୍ର ନିକଟରେ ଧାନ କିଣାର ସୂଚନା ପତ୍ର ଲଗାଯିବ । ଗତବର୍ଷ  ଜିଲ୍ଲାରେ ୨୫ଟି ମିଲର ଧାନକିଣାରେ ସାମିଲ ହୋଇଥିଲେ  । ସେଥିମଧ୍ୟରୁ ୧୦ଟି ମିଲର ବାହାର ଜିଲ୍ଲାର ଅଟନ୍ତି । ଚଳିତ ବର୍ଷ ଚାଷୀଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ଧାନସଂଗ୍ରହ କୁଟା ବୃଦ୍ଧି ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା । ସେହିପରି ଧାନକିଣାରେ ବିସୃଙ୍ଖଳା ସୃଷ୍ଟି କରୁଥିବା ତଥା ଜାଲିଆତିରେ ଜଡ଼ିତ ଥିବା ସୋସାଇଟ୍ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ସେହିପରି ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଧାନବିକ୍ରୀ କରି ଚାଷୀଙ୍କୁ ତାର ଦେୟ ୩ଦିନ ମଧ୍ୟରେ ବ୍ୟଙ୍କ ଖାତା ଜରିଆରେ ପୈଠ କରାଯିବ । ଧାନକିଣା ମଣ୍ଡିରେ ଧାନ କିଣା ସମ୍ବନ୍ଧୟୀ ଫ୍ୟାକ୍ସ ବେନର ମରାଯିବା ସହ ଧାନକିଣା ପୂର୍ବରୁ  ଲିଫ୍ ଲେଟ ଜରିଆରେ ପ୍ରଚାର ପ୍ରସାର କରାଯିବାକୁ ସୋସାଇଟ୍ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।  ଶେଷରେ ଉପଜିଲ୍ଳାପାଳ ସୁଚାରୁ ବଳ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top