ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲ୍ଲାସ୍କୁଲରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉସôବ,

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଜିଲ୍ଲା ସ୍କୁଲ୍ ଭଦ୍ରକରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ ଶଚ୍ଚୀକାନ୍ତ ପତି ଓ ଶ୍ରୀ ଶରତ କୁମାର ନାୟକଙ୍କୁ ସଶ୍ରଦ୍ଧ ଅବସର ସମ୍ବର୍ଦ୍ଧନା ଓ ଉପଢୌକନ ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲର ପ୍ରଧାନଶିକ୍ଷକ ଚକ୍ରଧର ମଲ୍ଲିକ ଯୋଗଦାନ କରି ପ୍ରକୃତ ଶିକ୍ଷକର ଅବସର ନଥାଏ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁ ସଭାପତି ଭାବେ ସଭା ପରିଚାଳନା କରି ଶିକ୍ଷକ ସମାଜ ନିର୍ମାଣର ଆଉ ଜଣେ ଯନ୍ତ୍ରୀ ବୋଲି କହିଥିଲେ । ଶିକ୍ଷକ ମନୋଜ ରାୟ, ଅକ୍ଷୟ କୁମାର ନାୟକ, ସମରେନ୍ଦ୍ରନାଥ ମିଶ୍ର, ଅକ୍ଷୟ କୁମାର ସେଠୀ, ରାଜେନ୍ଦ୍ର କୁମାର ନାୟକ, ମୁରାଦ ଅଲୀ ଖାଁ, ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଶିକ୍ଷୟିତ୍ରୀ ତପସ୍ୱିନୀ ଦାଶ, ମିଲି ପରିଡା, ଜୟନ୍ତୀ କରଶର୍ମା, ସୁଷମା ବେହେରା, ଗୀତାରାଣୀ ସ୍ୱାଇଁ, ଲିପ୍ସିତା ବିଶ୍ୱାଳ, ସୁବାସିନୀ ମିଶ୍ର, ବବିତା ସାହୁ, ସ୍ୱର୍ଣ୍ଣପ୍ରଭା ପ୍ରଧାନ ପ୍ରମୁଖ ଶିକ୍ଷକଦ୍ୱୟଙ୍କ ଆଦର୍ଶ ଓ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ । ମୋନାଳିନୀ ନାୟକ, ଶୁଭଲକ୍ଷ୍ମୀ ମହାନ୍ତି, ସାଇସ୍ମିତା ଜେନା, ଗୋପାଳରାମ, ପଙ୍କଜ ରାଉତ ଓ ଅନେକ ଛାତ୍ରଛାତ୍ରୀ ଶିକ୍ଷକଙ୍କ ବ୍ୟବହାର ଓ ଶିକ୍ଷାଦାନ ଶୈଳୀ ଉପରେ ସ୍ମୃତିଚାରଣ କରିଥିଲେ । ଦେବେନ୍ଦ୍ର ମହାପାତ୍ର, ଅମରେନ୍ଦ୍ର ରାଉତ, ସ୍ମରଜିତ ମହାନ୍ତି, ରମାକାନ୍ତ ଜେନା, ନିତ୍ୟାନନ୍ଦ ଜେନା ଇତ୍ୟାଦି ଉତ୍ସବ ପରିଚାଳନାରେ ସାହାଯ୍ୟ କରିଥିଲେ । ଶିକ୍ଷକ ଅଶୋକ କୁମାର ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ତରଫରୁ ଶିକ୍ଷକ ଦ୍ୱୟଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ଶିକ୍ଷୟିତ୍ରୀ ଧୀରାମଣୀ ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିକ୍ଷକ ରତିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top