ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

ଭଦ୍ରକ ଜିଲ୍ଲା ପ୍ରଶାସନ
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଠାରେ ୭୨ ତମ ଜିଲ୍ଳା ସ୍ତରୀୟ ସ୍ୱାଧୀନତା ଦିବସ ଉସôବ ପାଳିତ ହୋଇଯାଇଛି । ସକାଳ ଘ୯.୧୫ମି. ସମୟରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଭଦ୍ରକ ଜିଲ୍ଳାପାଳ ଶ୍ରୀଯୁକ୍ତ ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ସ୍ୱାଧୀନତା ସଗ୍ରାମର ସ୍ମୃତିଚାରଣ କରିବା ସହ ରକ୍ତତୀର୍ଥ ଇରମ ଓ ଲୁଣିଆର ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ବୀରମାଟିକୁ ପ୍ରଣାମ ଜଣାଇଥିଲେ । ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ବହୁ ଘାତ ପ୍ରତିଘାତ, ସଂଗ୍ରାମ ଓ ସଂଘର୍ଷ ଅତିକ୍ରମ କରି ଐତିହାସିକ ପୁଣ୍ୟଭୂମୀ-ତ୍ୟାଗଭୂମୀ-ସଂଗ୍ରାମୀଭୂମୀ ଭଦ୍ରକର ସଂସ୍କୃତି ଅକ୍ଷୁର୍ଣ୍ଣ ଓ ଜାଜୁଲ୍ୟମାନ ହୋଇ ରହି ଆସିଛି । ଭଦ୍ରକର ଜୀବନଯାତ୍ରା ପଥରେ ଏହି ପୂଣ୍ୟମାଟିର ତ୍ୟାଗୀ, ସଂଯମୀ, ସଂଗ୍ରାମୀ, ରାଜନେତା ଓ ସେବକମାନଙ୍କର ତ୍ୟାଗପୂତ ଅବଦାନ ଅତୁଳନୀୟ । ୧୯୨୦ ରୁ ୧୯୪୨ ଭିତରେ ଭଦ୍ରକ ହୋଇଯାଇଥିଲା ଭାରତର ଏକ ସ୍ମରଣୀୟ ଘଟଣା ବହୁଳ ଇତିହାସ । ପରେଡରେ ସଶସ୍ତ୍ର ପୋଲିସ ବାହିନୀର ତିନୋଟି ଟ୍ରୁପ୍ ଜାତୀୟ ପତାକାକୁ ସଲାମୀ ପ୍ରଦାନ କରିଥିଲେ । ପରେଡ କାର୍ଯ୍ୟକ୍ରମ ସମାପ୍ତି ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିସôାଳୟଠାରେ ରକ୍ତଦାନ ଶିବିର ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ଚିକିସôିତ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମରେ ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ପଣ୍ଡିତ ରାଜେଶ ଉତ୍ତମ ରାଓ, ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିଦେ୍ର୍ଦଶକ ମଧୁସୂଦନ ମିଶ୍ର, ଉପଜିଲ୍ଳାପାଳ ସୁଚାରୁ ବଳ, ଡେପୁଟୀ କଲେକ୍ଟର ରାଜେନ୍ଦ୍ର ପଣ୍ଡା ସମେତ ସହରର ବୁଦ୍ଧିଜିବୀ, ବିଭିନ୍ନ ପଦାଧିକାରୀ, ଜନପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସମସ୍ତ କାର୍ଯ୍ୟ ସଂଯୋଜନା କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ତାପସ ନାୟକ, ସେଖ୍ ମୋଇନ୍, ସୁକାନ୍ତ ସାହୁ, ଅଜୟ ନାୟକ, ଓ ସୁରେଶ ଚନ୍ଦ୍ର ତି୍ରପାଠୀ ସହଯୋଗ କରିଥିଲେ । ରିଜର୍ଭ ଇନ୍ସପେକ୍ଟର ମନୋରଞ୍ଜନ ତରାଇ ପରେଡ୍ ପରିଚାଳନା କରିଥିଲେ ଓ ତାଙ୍କୁ ସହଯୋଗ କରିଥିଲେ ସର୍ଜେଣ୍ଟ ବିଜୟ କୁମାର ମୁଦୁଲି ।

ଧାମରା ବନ୍ଦର
୭୨ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଧାମରା ବନ୍ଦର ପରିସରରେ ପୋର୍ଟର ସିଇଓ ସୁବ୍ରତ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରି ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଭଦ୍ରକ ସ୍ଥିତ ଇରମ ସହିଦ ମାନଙ୍କ ଉଦେ୍ଦଶ୍ୟରେ ଉପସ୍ଥିତ ଥିବା ପୋର୍ଟ କର୍ମକର୍ତ୍ତା, ଜନସାଧାରଣ ଏକ ମିନିଟ୍ର ନୀରବ ପ୍ରାର୍ଥନା କରିଥିଲେ ।

ଆଦାନୀ ଡିଏଭି ପବ୍ଲିକ୍ ସ୍କୁଲ
ଆଦାନୀ ଡିଏଭି ପବ୍ଲିକ ସ୍କୁଲ ପରିସରରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କର ଗାଥା ବର୍ଣ୍ଣନା କରିବା ସହିତ ସେ ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମରେ ଉଦ୍ବୃଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଢଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ଦେଶଭକ୍ତ ଓ ସଚ୍ଚୋଟ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ଗଣଶିକ୍ଷାବିଭାଗର ନିଦେ୍ର୍ଦଶ ଅନୁସାରେ ବର୍ଷାକୁ ଲକ୍ଷ୍ୟକରି ଛାତ୍ରଛାତ୍ରୀଙ୍କ ପରେଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରି ଦିଆଯାଇଥିଲା । ଛାତ୍ରଛାତ୍ରୀମାନେ କେବଳ ସାମୁହିକ ଦେଶାତ୍ମବୋଧ ସଙ୍ଗୀତଗାନ କରିଥିଲେ ।

ମାକ୍ରୋୱେବ୍ ଟେକ୍ନୋଲୋଜି
ଭଦ୍ରକସ୍ଥିତ ମାଇକ୍ରୋୱେବ ଟେକନୋଲଜି କମ୍ପୁ୍ୟଟର ଶିକ୍ଷା ଓ ଇ-ପ୍ରଦାନକାରୀ ସଂସ୍ଥାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ନିଦେ୍ର୍ଦଶକ ମନୋଜ କୁମାର ରାୟ ପତାକା ଉତ୍ତୋଳନ କରିଥିଲେ । ନିଦେ୍ର୍ଦଶିକା ନର୍ମତା ରାୟଙ୍କ ପ୍ରତ୍ୟେ ତତ୍ତ୍ୱାବଧାନରେ ସୁଶ୍ରୀ ସରମିତା ମଲିକ, ଆକାଶ ରଂଜନ ରାୟ, ସଂନ୍ଦିପ ଜେନା, ଭାଗ୍ୟଶ୍ରୀ ମହାକୁଡ଼, କାଳନ୍ଦୀ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ ଓ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ବିଜେପି କାର୍ଯ୍ୟାଳୟ
୭୨ତମ ସ୍ୱାଧୀନତା ଦିବସ ଜିଲ୍ଳା ବିଜେପି କାର୍ଯ୍ୟାଳୟରେ ପାଳନ କରାଯାଇଛି । ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ ପତାକା ଉତ୍ତୋଳନ କରିବା ପରେ ସମସ୍ତ ଉପସ୍ଥିତ ବିଜେପି ନେତା, କର୍ମୀ ଜାତୀୟ ସଂଗୀତ ଗାନ କରି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ । ଏହି ଅବସରରେ ଦଳୀୟ କର୍ମୀମାନେ ଜନସାଧାରଣଙ୍କ ପାଇଁ ସ୍ୱଚ୍ଛ ମନୋଭାବ ନେଇ ନିଃସ୍ୱାର୍ଥପର କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ଏହି ସମାରୋହରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ନେତା ଡାକ୍ତର ପ୍ରଦିପ ନାୟକ, ଜିଲ୍ଲା ଉପସଭାପତି ଶରତ ପଢିଆରୀ, ତପନ ମହାନ୍ତି, ଅମ୍ବିକା ପ୍ରସନ୍ତ ଦାସ, ବିଦ୍ୟାଧର ସାହୁ, ଯୁବମୋର୍ଚ୍ଚା ଜିଲ୍ଳା ସଭାପତି ସୁରେଶ ସାମଲ, ଚନ୍ଦ୍ରମୋହନ ମହାପାତ୍ର, ପଦ୍ମିନୀ ଦ୍ୱିବେଦୀ, ସନ୍ତୋଷ ସାହୁ, ସେକ୍ ସବର ପ୍ରମୁଖ ଯୋଗ ଦେଇଥିଲେ ।

ସାଳନ୍ଦୀ ନଗର ନାଗରିକ ପରିଷଦ
ଭଦ୍ରକର ପ୍ରମୁଖ ସାମାଜିକ ଅନୁଷ୍ଠାନ ସାଳନ୍ଦୀ ନଗର ନାଗରିକ ପରିଷଦ ତରଫରୁ ସାଳନ୍ଦୀ ନଗର କାର୍ଯ୍ୟାଳୟ ନିକଟରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ସଭାପତି ଡାକ୍ତର ରବି ନାରାୟଣ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ସଂପାଦକ ଇଂ ଅଭୟ କୁମାର ପଣ୍ଡା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏବଂ ଡାକ୍ତର ଭଗବାନ ଦୀକ୍ଷିତ ଉଦ୍ବୋଧନ ଦେଇଥିବାବେଳେ ସାଳନ୍ଦୀ କଲୋନୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପବିତ୍ର ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ସମଗ୍ର ସାଳନ୍ଦୀ ନଗରକୁ ପଲିଥିନମୁକ୍ତ ଏବଂ ନିଶାମୁକ୍ତ ରଖିବା ପାଇଁ ଅନୁଷ୍ଠାନର ସଦସ୍ୟମାନେ ସଂକଳ୍ପ ନେଇଥିଲେ । ଏହି ଉସôବରେ ଦୋଳଗୋବିନ୍ଦ ନାୟକ, ବାମଦେବ ମିଶ୍ର, ଗୋପିନାଥ ରାୟ, ନୀରଦ ଭୂଷଣ ରଥ, ଅନନ୍ତ ପଣ୍ଡା, ଦିଲ୍ଲୀପ ନାୟକ,ପ୍ରତାପ ମହାପାତ୍ର,କାରାଭୂଷଣ ବାରୋଇ, ଗୋପାଳ ନାୟକ, ପ୍ରାଣବନ୍ଧୁ ପରିଡା , ଦାମୋଦର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭଦ୍ରକ ସ୍ୱାଭିମାନ ମଂଚ
ଭଦ୍ରକ ସ୍ୱାଭିମାନ ମଂଚପକ୍ଷରୁ ସକାଳ ଘ୮.୩୦ମିନିଟ୍ ସମୟରେ ପୁରୁଣାବଜାର ଠାରେ ମଂଚ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆବାହକ ଆଇନ୍ଜୀବି ତାହେର ମହମ୍ମଦଙ୍କ ଦ୍ୱାରା ପତାକା ଉତୋଳନ କରାଯାଇଥିଲା । ସେଠାରେ ଛାତ୍ରଛାତ୍ରୀଙ୍କୁ ମଂଚ ପକ୍ଷରୁ ମିଷ୍ଟାର୍ଣ୍ଣ ବଂଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କାର୍ଯ୍ୟାଳୟ ନିକଟରୁ ମଂଚର ବରିଷ୍ଠ ସଭ୍ୟମାନେ ଏକ ମଟରସାଇକେଲ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଳା ମୁଖ୍ୟ ଚିକିସôାଳୟରେ ପହଂଚି ଥିଲେ । ଜିଲ୍ଲାମୁଖ୍ୟ ଚିକିସôାଧିକାରୀ ରସିଦ୍ ଖାଁ ଙ୍କୁ ସାଙ୍ଗରେ ନେଇ ସମସ୍ତ ୱାର୍ଡ଼ରେ ଥିବା ରୋଗୀଙ୍କୁ ମଂଚ କର୍ମକର୍ତାମାନେ ଫଳ ଓ ବିସ୍କୁଟ ବଂଟନ କରିଥିଲେ । ଏହି ମଂଚରେ ପତାକା ଉତୋଳନ ବେଳେ ଅତିଥିଭାବେ ପୂର୍ବତନ ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲନାୟକ, ସମାଜସେବୀ ରାମହରି ନାୟକ, ଓକିଲ ସଂଘ ସଭ୍ୟ କାହ୍ନୁ ବାରିକ ଡ଼ା. ରବିମହାପାତ୍ର, ସାମ୍ବାଦିକ ରାଜେନ୍ଦ୍ର ଜେନା, ସଭ୍ୟ ଗଫାର ଖାଁ, ତୋରାବ ଅଲ୍ଲି ଖାଁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମଂଚର ସଭ୍ୟମାନଙ୍କ ମଧ୍ୟରେ ହବିବୁର ରହେମାନ, ମୁନ୍ନା ଆଜାଦ୍, ଫାରୁକ୍ ,ଟିକି, ଲାଲୁ, ବନା, ହିରୋ, ନିପୋ, ହସନ, ଜହୁ ଉଦ୍ଦିନ୍, ମୁସ୍ତାକ , ହକିମ୍ ଉଦ୍ଦିନ୍, ଗୋରା, ହାତି, କାଲିଆ, ପାପୁନ୍ , ରିଜୁଆନ୍, ଲୋକମାନ୍ , ସଲୋ, ଅତୋ, ଆକବର, ସଦ୍ଧାମ, ରିଆଜଉଦ୍ଦିନ୍ , ଜାଫର ପ୍ରମୁଖ ପରିଚାଳନା କରିଥିଲେ ।

ଭଦ୍ରକ ସ୍ୱତନ୍ତ୍ର କାରାଗାର
ଭଦ୍ରକର ସ୍ୱତନ୍ତ୍ର କାରଗାରରେ ୭୨ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି । କାରା ଅଧିକ୍ଷକ ଚିନ୍ମୟ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଏ ଦେଶ ଯେଉଁ ବୀର ସହିଦ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଯୋଗୁଁ ସ୍ୱାଧୀନତା ପାଇଛି, ତାହାର ମହାନତା ସ୍ମରଣ ପୂର୍ବକ ମାନ ରକ୍ଷା ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏହି ଉସôବକୁ ସହକାରୀ କାରାପାଳ ପ୍ରକାଶ ଚନ୍ଦ୍ର ରଣା, ଜମାଦାର ସୋମନାଥ ନାୟକ, କାରାରକ୍ଷୀ ବଳଦେବ ମହାନ୍ତି, ଭଗବାନ ଚରଣ ସେନାପତି, ବାଇଧର ଜେନା ଓ ମହିଳା କାରାରକ୍ଷୀ ଆରତୀ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।

କଣ୍ଟାବଣିଆ ଉର୍ଦ୍ଦୁ ପ୍ରାଇମେରୀ ସ୍କୁଲ
ଭଦ୍ରକ ପୌରାଞ୍ଚଳ ୧୬ନମ୍ବର ୱାର୍ଡ଼ସ୍ଥିତ କଣ୍ଟାବଣିଆ ଉର୍ଦ୍ଦୁ ପାଇମେରୀ ସ୍କୁଲ ଠାରେ ଅନୁଷ୍ଠିତ ୭୨ତମ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶେଖର ମହାପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସୁବାଷିନୀ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ପ୍ରାକ୍ତନ କାଉନସିଲର ସୁରଜିତ ପାଲ, ସ୍ଥାନୀୟ ପ୍ରତିନିଧି ସେକ୍ ଜସମେର ବକ୍ତବ୍ୟ ରଖି ଆମର କଷ୍ଟଲବ୍ଧ ସ୍ୱାଧୀତାକୁ ଅକ୍ଷୁର୍ଣ୍ଣ ରଖିବାକୁ ନିବେଦନ କରିଥିଲେ । ଶିକ୍ଷକ ଶେଖ ତମିଜୁଲ୍ଲା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୈରାଜ ଖାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

କୋଣାର୍କ କ୍ଲବ
ପବିତ୍ର ୭୨ତମ ସ୍ୱାଧୀନତା ଦିବସ ଅବସରରେ ଆ.ସ.ଏ କମ୍ପୁ୍ୟଟର ସେଣ୍ଟର ପୋ୍ରୟଜିତ, କୋଣାର୍କ କ୍ଲବ ସହଯୋଗରେ ଚିତ୍ରାଙ୍କନ ପ୍ରତିଯୋଗିତା, ବୃକ୍ଷରୋପଣ ଏବଂ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ସଭାର ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ସାମଲ, ସମ୍ମାନୀୟ ଅତିଥି ନିରଂଜନ ନାୟକ କ୍ଳବର ସଭାପତି ମାୟାଧର ରାଉତ, ସଂଯୋଜଗ ଶୀ୍ରଯୁକ୍ତ ବିନୋଦ ନାୟକ କୃତି ପ୍ରତିଯୋଗିମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । କ୍ଳବର ବରିଷ୍ଠ ସଦସ୍ୟ ଗଦାଧର ନାୟକ ଅତିଥିମାନଙ୍କୁ ଅର୍ପଣ କରିଥିଲେ ।

ଗାନ୍ଧୀ ବାଳାଶ୍ରମ
ଭଦ୍ରକ ଗରଦପୁରସ୍ଥିତ ଐତିହାସିକ ଗାନ୍ଧୀ ବାଳାଶ୍ରମ ପରିସରରେ ୭୨ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅମର ସୀଦ ଓ ବୀର ସଂଗ୍ରାମୀମାନଙ୍କ ଦ୍ୱାରା ଆନୀତ ଏହି କଷ୍ଟଲବ୍ଧ ସ୍ୱାଧୀନତାର ସୁରକ୍ଷା ନିମିତ୍ତ ନିବେଦନ କରିଥିଲେ । ଏହି ଅବସରରେ ଆଶ୍ରମ ପରିସରରେ ଏକ ଆଲୋଚନାଚକ୍ରରେ ପ୍ରଫୁଲ୍ଲା ପଣ୍ଡା ଅଧ୍ୟ୪ତା କରିଥିଲେ । ଅଶୋକ ଦାସ ସ୍ୱାଗତ ଭାଷଣ ପ୍ରଦାନ ସହ ସ୍ୱାଧିନତା ସଂଗ୍ରାମ ସମୟରେ ଏହି ବାଳାଶ୍ରମର ସଂପୃକ୍ତି ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଇଧର ପଲେଇ, ନବକିଶୋର ପଣ୍ଡା, ବୀରେନ୍ଦ୍ର କୁମାର ମାଝୀ, ମୁସ୍ତାକ ଅହମ୍ମଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧୀକ୍ଷକ ହୃଶିକେଶ ମହାନ୍ତି ଧନ୍ୟବାଦ ଦେଇଥିବାବେଳେ, ଝରଣା ଦାସ, ସୌମ୍ୟରଂଜନ ଦାସ, ପ୍ରତିମା ସାହୁ, ସୁଧାଂଶୁ ପଣ୍ଡା, ସସ୍ମିତା ନାୟକ, ମୀତାରାଣୀ ତ୍ରିପାଠୀ, ଅରବିନ୍ଦ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ
ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ଦାସ ପତାକା ଉତ୍ତୋଳନ କରିବା ସହ ଅମର ସଂଗ୍ର୍ରାମୀଙ୍କ ସ୍ମୃତିଚାରଣ କରିଥିଲେ । ଆଗାମୀ ଦିନରେ ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହେବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ପ୍ରାକ୍ତନ ବିଧାୟକ ନରେନ ପଲେଇ, ବରିଷ୍ଠ ସଭ୍ୟ ପଞ୍ଚାନନ ମଣ୍ଡଳ, ଭଣ୍ଡାରିପୋଖରୀ ନେତା ସୁବ୍ରତ ଦାସ, ନଗର ସଭାପତି ଅବଦୁଲ ମୋକିଦ ଖାଁ, ବ୍ଳକ ସଭାପତି ପ୍ରଫୁଲ୍ଲ ସାମଲ, ମିଡ଼ିଆ ସେଲ ଅଧ୍ୟକ୍ଷ ଅତିଶ ଦାସ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଦିଲ୍ଲୀପ ନାୟକ, ରବି ଘୋଷ, ଆଶିଶ ରାଉତ, କୁଟିଆ ନାୟକ, ଯୁବନେତା ଜ୍ୟୋତିପ୍ରକାଶ ମହାନ୍ତି, ଯୁବ ସଭାପତି ପ୍ରଦୁ୍ୟମ୍ନ ଦାସ, ଛାତ୍ର ସଭାପତି ବଳରାମ ରାଉତ, କାଉନସିଲର ସେକ କଲାମ, ସେକ ସମଦାନୀ, ସୁଶାନ୍ତ ଘଡ଼େଇ, ବାପୁଜୀ ପରିଡ଼ା, ମୁନା ପରିଡ଼ା, ବିକାଶ ସାମଲ, ଶଶି ଜେନା, ମଙ୍ଗୁଳିଆ ମହାପାତ୍ର, ବିଜୟ ନାୟକଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

କାନ୍ତକବି ହାଇସ୍କୁଲ
କାନ୍ତକବି ହାଇସ୍କୁଲ ପରିସରରେ ଅନୁଷ୍ଠିତ ସ୍ୱାଧୀନତା ଦିବସରେ ସମଜସେବୀ ବଙ୍କବିହାରୀ ରାଉତ୍ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରହଲାଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସମାଜସେବୀ ନିତ୍ୟାନନ୍ଦ ଜେନା ଯୋଗଦେଇ ସ୍ୱାଧୀନ ଭାରତରେ ନାରୀର ଭୂମିକା ଶୀର୍ଷକ ବିଷୟ ଉପରେ ଆଲୋକପାତ କରିଥିଲେ । ଯତୀନ୍ଦ୍ର ମୋହନ ସେନାପତି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଉମାକାନ୍ତ ମିଶ୍ର, ମଦନମୋହନ ନାୟକ, ଧୀରେନ୍ଦ୍ର କୁମାର ଭଞ୍ଜ, ରଶ୍ମୀକାନ୍ତ ନାୟକ, ବିଜୟ ମହାପାତ୍ର, କାଳନ୍ଦୀ ଭଞ୍ଜ, ରତ୍ନାକର ଶତପଥୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।

ଚରମ୍ପା ଚୁନଟୀରେ ସ୍ୱାଧୀନତା ଦିବସ ପାଳିତ
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚୁନଟୀ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ବିଦ୍ୟାଳୟରେ ଜନ୍ମ ଉତ୍ସବ ହୋଇଥିବାରୁ ପ୍ରତିବର୍ଷ ପରି ଏବର୍ଷ ରାମଚନ୍ଦ୍ର ବିହାରୀଲାଲ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ଜଗବନ୍ଧୁ ବାରିକ ଓ ବଣିଆ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ରନôାକର ହାତିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୫୮ ଜଣ ଛାତ୍ରଛାତ୍ରୀଙ୍କ ସହ ୧୮ ଜଣ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ନେଇ ପ୍ରଧାନ ଶିକ୍ଷକ ପ୍ରଭାକର ଖଟୁଆଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଆମନ୍ତ୍ରିତ ଅତିଥି ଶରତ ଚନ୍ଦ୍ର ମହାନ୍ତି ୰ ହରେକୃଷ୍ଣ ମହାନ୍ତିଙ୍କ ସ୍ମୃତି ଉଦେ୍ଦଶ୍ୟରେ ୨୦୧୮ ମସିହାରେ ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ରାଜା ଗିରିଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ । ସମ୍ବର୍ଦ୍ଧିତ ପ୍ରତିଭା ଜଗବନ୍ଧୁ ବାରିକ ଓ ରନôାକର ହାତୀଙ୍କୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀଗଣ ଉଚ୍ଛୋସିତ ସମ୍ବର୍ଦ୍ଧନା ଜ୍ଞାପନ କରି ଉତ୍ତରୀୟ ସହିତ ମାନପତ୍ର ପ୍ରଦାନ କରିଥିଲେ । ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ସହ ଶିକ୍ଷାପ୍ରେମୀ ରନôାକର ସାମଲ ସଭାକାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

ସାଇଶ୍ରୀ ଶିଶୁ ବିଦ୍ୟା ମନ୍ଦିରର ସ୍ୱାଧୀନତା ଦିବସ ପାଳିିତ
ସାଇଶ୍ରୀ ଶିଶୁ ବିଦ୍ୟା ମନ୍ଦିର ଏରେଇଁ , ଚରମ୍ପା, ଭଦ୍ରକ ଠାରେ ୭୨ତମ ସ୍ୱାଧୀନତା ଦିବସ ଶିଶୁ ମାନଙ୍କ ଦ୍ୱାରା ପାଳିତ ହୋଇଯାଇଛି । ଏହି ଉସôବରେ ଆର୍. ସି. ବି. ଏଲ୍. ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସୁସାହିତି୍ୟକ ଗଗନ ବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଶିଶୁ ମାନଙ୍କୁ ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ମାତୃତ୍ୱର ଟେକ ରଖିବା ପାଇଁ ଉସôାହିତ କରିଥିଲେ । ଛୋଟ ଛୋଟ ଶିଶୁ ମାନେ ଗାନ୍ଧୀ, ଭାରତମାତା, ରାଣୀ ଲକ୍ଷ୍ମୀ ବାଈ ପ୍ରଭୃତି ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ବେଶଭୂଷା ପରିଧାନ କରି ଦେଶାତ୍ମବୋଧକ କବିତା ଓ ବକୃତାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାମନ୍ଦିରର ସଂପାଦକ ଲକ୍ଷ୍ମୀଧର ମଣ୍ଡଳ ସ୍ୱାଧିନତା ସଂଗ୍ରାମୀ ବେଶଧାରୀ ଶିଶୁ ମାନଙ୍କୁ ଉସôାହିତ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟା ଭାରତୀ ଘଡେଇ ସଭାରେ ଉପସ୍ଥିତ ମୁଖ୍ୟ ଅତିଥି, ଅଭିଭାବକ ଓ ଶିଶୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଭଦ୍ରକ ମୁସିଲମ୍ ଜମାତ
ଭଦ୍ରକ ଚଉଦ ମହଲା ମୁସ୍ଲିମ୍ ଜମାତ ପକ୍ଷରୁ ମଦିନା ମଇଦାନ ଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜମାତର ସଭାପତି ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହାଜି ମହମ୍ମଦ ଅବଦୁଲ ବାରି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥିରେ ମୁସ୍ଲିମ୍ ଜମାତର ସାଧାରଣ ସଂପାଦକ ଏନାମ୍ ମହମ୍ମଦ, ଅବଦୁଲ ମୁକିତ୍ ଖାଁ, ହାଜି ସୁଲତାନ, ହାଜି ଅନୱର ପ୍ରମୁଖ ସଭ୍ୟ ଓ ସାଧରଣ ଲୋକେ ଅଂଶଗ୍ରହଣ କରିଥିଲେ ।

ଜୁବ୍ଲି ଷ୍ଟାର କ୍ଲବ୍
ଭଦ୍ରକର ପୁରୁଣା ବଜାରସ୍ଥିତ ଜାମା ମସ୍ଜିଦ୍ ଛକ ଠାରେ ଥିବା ଜୁବ୍ଲି ଷ୍ଟାର କ୍ଲବ୍ ପକ୍ଷରୁ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଏ ଦେଶର ସମ୍ମାନ ରକ୍ଷା କରିବା ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କ୍ଲବ୍ର ବରିଷ୍ଠ ସଭ୍ୟ ତଥା କାଉନ୍ସିଲର ଗୋଲାମହିଦିନ୍ ଯୋଗ ଦେଇଥିଲେ । କ୍ଲବ୍ର ସଂପାଦକ ସେକ୍ ଅନୱର ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଫୋ ଖାଁ, ସେକ୍ ଇଲିୟାସ, ଜଫରୁଲା ଖାଁ, ରବି ସାହୁ, ଚେଙ୍ଗ ସାହୁ, ମିର୍ ଲିୟାକତ୍, ସବିର, ମୁସଲିମ୍ ଖାଁ, ସେକ୍ ତାରିକ୍, ନିର ସାହୁ ପ୍ରମୁଖ ସଭ୍ୟମାନେ ସହଯୋଗ କରିଥିଲେ ।

ବି.ଏମ୍. ପବ୍ଲିକ୍ ସ୍କୁଲ
ଭଦ୍ରକର ହଳଦିଡିହ ବାଇପାସ୍ସ୍ଥିତ ବି.ଏମ୍. ପବ୍ଲିକ୍ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସେକ୍ ବାବୁଜାନ୍ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ମହେମ୍ମୁଦ ଆଲାମ ଓ ସେକ୍ ଗୁଲଫାନ୍ ଯୋଗଦେଇଥିଳେ । ସ୍କୁଲର ଅଧ୍ୟକ୍ଷ ଅଜିଜୁଲ୍ଲା କାଦ୍ରୀ ଧନ୍ୟବାଦ ଦେଇଥିଲେ । ଏହି ସମାରୋହରେ ୱାସିମ୍ ଅଖତର ଖାଁ, ଜିସାନ୍ କାଦ୍ରୀ, ସବାନା କାଦ୍ରୀ, ଅମିତାଭ ଦେ, ମଧୁସ୍ମିତା ପାଲ, ପରୱାନା କାଦ୍ରୀ, ଫଏମିଦା ବେଗମ୍, ସାଜିଆ କାଦ୍ରୀ, ତପସ୍ୱିନୀ ଗିରି ପ୍ରମୁଖ ସହଯୋଗ କରିଥିଲେ ।

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ
ଭଦ୍ରକଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମାବେଶ କେନ୍ଦ୍ର ନିତ୍ୟାନନ୍ଦ ଭବନ କୁଆଁସ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସଂଘର ଉପସଭାପତି ଡ଼ଃ ଶିବ ନାରାୟଣ ପାଢୀ ପତାକା ଉତ୍ତୋଳନ କରି ବର୍ତ୍ତମାନ ପରିସ୍ଥିତିରେ ଦେଶର କଲ୍ୟାଣ ପାଇଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସଂପର୍କରେ ଉଦ୍ବୋଧନ ଦେଇଥିଲେ । ସାଧାରଣ ସଂପାଦକ ମୂରଲୀଧର ପଣ୍ଡା, କାର୍ଯ୍ୟକାରୀ ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ୍, ଉପସଭାପତି ପଦ୍ମନାଭ ପାଢୀ ଓ କୃପାସିନ୍ଧୁ ବାରିକ, କୋଷାଧ୍ୟକ୍ଷ ପ୍ରହ୍ଲାଦ ଚନ୍ଦ୍ର ପଲାଇ, କାଶୀନାଥ ସାହୁ, ହରମୋହନ କୁଅଁର, ବିଦ୍ୟାଧର ଦାସ, ପ୍ରତାପ ଚନ୍ଦ୍ର ଦଳାଇ, ବସନ୍ତ କୁମାର ଦେ, ରାଜେନ୍ଦ୍ର କୁମାର ପାତ୍ର, ଉଦୟନାଥ ମହାନ୍ତି ପ୍ରମୁଖ ବହୁ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଯୁଗ୍ମ ସଂପାଦକ ଅଜିତ୍ କୁମାର ନାୟକ, କରୁଣାକର ଉପାଧ୍ୟାୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡ଼. ଶିବନାରାୟଣ ପାଢୀ ଓ ଉଦୟ ନାଥ ମହାନ୍ତିଙ୍କ ପକ୍ଷରୁ ସ୍ଥାନୀୟ କୁଆଁସ ନୋଡ଼ାଲ ସ୍କୁଲ ଓ ଉଚ୍ଚପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ବିସ୍କୁଟ୍ ବଣ୍ଟନ କରାଯାଇଥିଲା । ଶାନ୍ତନୁ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ
ଭଣ୍ଡାରିପୋଖରୀ ବ୍ଲକ ପରିସରରେ ୭୨ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା ଜାତୀୟ ପତାକା ଉତୋଳନ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନମାଳୀ ତରାଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ସ୍ୱାଇଁ, ସମାଜ ମଙ୍ଗଳ ଅଧିକାରିଣୀ ସରୋଜିନି ସାହୁଙ୍କ ସମେତ କୃଷି, ମହିଳା ଓ ଶିଶୁ ବିକାଶ , ଯୋଗାଣ, ମସô୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡ଼ାକ୍ତର ଗଣେଶ ଚନ୍ଦ୍ର ପତିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ ହୋଇଥିବା ବେଳେ ସ୍ୱାସ୍ଥ୍ୟ ମିଶନ ଅଧିକାରିଣୀ ଅନିତାରାଣୀ ରାଉତ, ଜୟନ୍ତ ଭୋଇ, ପ୍ରଦିପ ନାୟକଙ୍କ ସମେତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସେବିକା, ଆଶାକର୍ମୀ ଓ କର୍ମଚାରୀ ମାନେ ଉପସ୍ଥିିିତ ଥିଲେ । ଥାନା ଅଧିକାରୀ ଅମିତ୍ ବିଶ୍ୱାଳ ଜାତିୟ ପତାକା ଉତୋଳନ କରିଥିବା ବେଳେ କାର୍ଯ୍ୟାଳୟ ପରିସରରେ କର୍ମଚାରୀ ମାନଙ୍କ ତରଫରୁ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଶିକ୍ଷା ସଂଯୋଜକ ଓ ସହଶିକ୍ଷା ଅଧିକାରୀଙ୍କ ତରଫରୁ ସ୍ୱାଧିନତା ଦିବସ ପାଳିତ ହୋଇଛି । ଉପ ନିବନ୍ଧକ କାର୍ଯ୍ୟାଳୟ ,ତହସିଲ, ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କାର୍ଯ୍ୟାଳୟ, ବିଦ୍ୟୁତ୍ କାର୍ଯ୍ୟାଳୟ ଠାରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଭଣ୍ଡାରିପୋଖରୀ କନିଷ୍ଠ ମହାବିଦ୍ୟାଳୟ ଠାରେ ମଧ୍ୟ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୭୨ ତମ ସ୍ୱାଧିନତା ଦିବସ ପାଳିତ ହୋଇଛି ।

ଶକ୍ତି କେନ୍ଦ୍ର ଠାରେ ସ୍ୱାଧିନତା ଦିବସ ପାଳିତ
ଭଣ୍ଡାରିପୋଖରି ବ୍ଲକ ସରସଦା ଦୁର୍ଗା ମଣ୍ଡପ ଠାରେ ବିଜେପି ଶକ୍ତିକେନ୍ଦ୍ର ତରଫରୁ ଯୁବ ନେତା କିଶୋର କୁମାର ଷେଣ୍ଢଙ୍କ ସଂଯୋଜନାରେ ସ୍ୱାଧିନତା ଦିବସ ପାଳିତ ହୋଇଥିବା ବେଳେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡ଼ିଶା ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦ୍ରୀୟ ପ୍ରଶିକ୍ଷଣ ସମିତି ମୁଖ୍ୟ ଶ୍ରୀଯୁକ୍ତ ପଂଚାନନ ରାଉତ ଉପସ୍ଥିତ ରହି ସ୍ୱାଧିନତା ଦିବସ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହିତ ଉପସ୍ଥିତ କର୍ମୀ ମାନଙ୍କ ସାଙ୍ଗରେ ମତ ବିନିମୟ କରିଥିବା ବେଳେ ମୋ ବୁଥ୍ ସବୁଠୁ ମଜବୁତ ପାଇଁ ପରାମର୍ଶ ଦେଇଥିଲେ । ବୈଠକରେ ସନ୍ତୋଷ ଜେନା, ଦିଲ୍ଲିପ ପାତ୍ର, ଜଗନ୍ନାଥ ପାତ୍ର, ପ୍ରଫୁଲ୍ଲ ନାୟକ, ପ୍ରଭାକର ବାରିକ, ପ୍ରଶନ୍ନ ଜେନା, ରଥ ସାମଲ, ଗୁଣାକର ନାୟକ, ପ୍ରଫୁଲ୍ଲ ସିଂ, ଅମୁଲ୍ୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଭଣ୍ଡାରିପୋଖରୀ ବିଭିନ୍ନ ପଂଚାୟତ କାର୍ଯ୍ୟାଳୟ
ଭଣ୍ଡାରିପୋଖରୀ ବ୍ଲକର ୨୩ ଗୋଟି ପଂଚାୟତ କାର୍ଯ୍ୟାଳୟ ଠାରେ ୭୨ ତମ ସ୍ୱତନ୍ତ୍ରତା ଦିସ ଆନନ୍ଦ ଉଦ୍ଦିପନା ସହକାରେ ପାଳିତ ହୋଇଯାଇଛି । ତେସିଙ୍ଗା ପଂଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ସଂଗୀତା ଖଣ୍ଡାଇଙ୍କ ତରଫରୁ ଜାତୀୟ ପତକା ଉତୋଳନ ହୋଇଥିବା ବେଳେ ନାଆମୀ ପଂଚାୟତ ଠାରେ ସରପଂଚ ସଦାଶିବ ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ବନ୍ଦାଳୋ- ମଢ଼ିଆଳି ପଂଚାୟତ ଠାରେ ସରପଂଚ ସାବିତ୍ରୀ ସାହୁ, ଝୁଟଣା ପଂଚାୟତ ଠାରେ ସରପଂଚ ସୁବାସିନି ରାଉତ, ନେରଡ଼ା ପଂଚାୟତ ଠାରେ ସରପଂଚ ବଦ୍ରୀନାରାୟଣ ରାଉତ, ବାଲିପୋଖରୀ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ରଞ୍ଜୁଲତା ସେଠୀ, ରଣଜିତ୍ କାର୍ଯ୍ୟାଳୟ ଠାରେ ମନୋଜ ନାୟକ, ରାମଚନ୍ଦ୍ରପୁର ପଂଚାୟତ ଠାରେ ସରପଂଚ ବିଜୟ ସ୍ୱାଇଁ, ଦକ୍ଷିଣବାଡ଼ ପଂଚାୟତ ଠାରେ ସରପଂଚ ବିଜୟ ଶଙ୍କର ମହାନ୍ତି, ବଂୟା ବନାପୁର ପଂଚାୟତ ଠାରେ ସରପଂଚ ପ୍ରଶାନ୍ତ ସାହୁ, ପାଟୁଳି ପଂଚାୟତ ଠାରେ ସରପଂଚ ସୁବାଷ କାଣ୍ଡିଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ ହୋଇଥିଲା । ସେହିଭଳି ବିଷ୍ଣୁପୁର ପଂଚାୟତ କାର୍ଯ୍ୟାଳୟ ଠାରେ ୭୨ ତମ ସ୍ୱାଧିନତା ଦିବସ ପାଳିତ ହୋଇଛି । ସରପଂଚ ତପସ୍ୱନୀ ବେହେରା ଜାତୀୟ ପତାକା ଉତୋଳନ କରିଥିବା ବେଳେ ବୃଦ୍ଧ ବୃଦ୍ଧା ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ଜଳମଣ୍ଡୁଆ ପଂଚାୟତ ଠାରେ ସରପଂଚ ଜଗବନ୍ଧୁ ଦାସ, ସରସଦା ପଂଚାୟତ ଠାରେ ସରପଂଚ ମଣୀ କାଂଚନ ସେନାପତି, ରହଣିଆ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ଅଲିଭା ନାୟକ, ମାଳଦା ପଂଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ରିତାଞ୍ଜଳୀ ସାମଲ, ନପଙ୍ଗ କାର୍ଯ୍ୟାଳୟ ଠାରେ ସରପଂଚ କାମିନି ନାୟକଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ ହୋଇଥିବା ବେଳେ ସ୍ୱାଧିନତା ଦିବସ ପାଳିତ ହୋଇଥିଲା ।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ୱାଧିନତା ଦିିବସ ପାଳିତ
ଭଣ୍ଡାରିପୋଖରୀ ବ୍ଲକ ଶାରଦା ବିଦ୍ୟା ମନ୍ଦିର ଠାରେ ୭୨ ତମ ସ୍ୱାଧିନତା ଦିବସ ମହା ସମାରୋହରେ ପାଳିତ ହୋଇଛି । ପ୍ରଧାନ ଆଚାର୍ଯ୍ୟ ଶରତଚନ୍ଦ୍ର ମହାପାତ୍ର ଜାତୀୟ ପତକା ଉତୋଳନ କରିଥିବା ବେଳେ ବିଦ୍ୟାର୍ଥି ମାନଙ୍କ ଦ୍ୱାରା ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟମାନ ଆୟୋଜନ ହୋଇଥିଲା । ହାରାମଣୀ ବାଳିକା ବିଦ୍ୟାଳୟ , ପାଳଦା ବିଦ୍ୟାଳୟ, ସରସଦା, କୁରିଗାଁ, ରହଣିଆ, ମାଳଦା, ନପଙ୍ଗ, ରାଢ଼ୋ, କୁଲଳଣା, ବାରିକପୁର, ଝୁଟୁଣା, ପୁରିପଡ଼ା, ଯଶୋଟିକିରି, ଆଖୁଆପଦା, ଜଗନ୍ନାଥପ୍ରସାଦ, ପରମାନନ୍ଦପୁର, ଷୋଳମପୁର, ମଣିନାଥପୁର, ଜଳହରୀ ଇତ୍ୟାଦି ବିଦ୍ୟାଳୟ ଠାରେ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ସମସ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଧାନ ଶିକ୍ଷକ ମାନେ ପତକା ଉତୋଳନ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ ହୋଇଥିଲା । ରହଣିଆ ଶିଶୁ ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ପ୍ରଭାତ ରାଉତ ଜାତୀୟ ପତାକା ଉତୋଳନ କରିଥିଲେ । ଆଚାର୍ଯ୍ୟ/ ଆଚାର୍ଯ୍ୟ ମାନେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ଜାତୀୟ ସଂଗୀତ ପରିବେଷଣ କରିଥିଲେ । ଏହାଛଡ଼ା ବାରିକପୁର ମହା ବିଦ୍ୟାଳୟ, ନୟନମଣୀ ମହିଳା ମହାବିଦ୍ୟାଳୟ, ନାଆମୀ ମହାବିଦ୍ୟାଳୟ ଠାରେ ୭୨ ତମ ସ୍ୱତନ୍ତ୍ରତା ଦିବସ ପାଳିତ ହୋଇଯାଇଛି । ଏତଦ୍ ବ୍ୟତିତ ବ୍ଲକ ଅଂଚଳର ବିଭିନ୍ନ ବ୍ୟବସାୟ ଅନୁଷ୍ଠାନ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସ୍ୱାଧିନତା ଦିବସ ପାଳିତ ହୋଇଛି ।

କୁମାରପୁର ଯୁବକ ସଂଘ ପକ୍ଷରୁ ୭୨ତମ ସ୍ୱାଧୀନତା ଦିବସ
ତିହିଡ଼ି ବ୍ଲକ ଅଧିନସ୍ଥ କୁମାରପୁର, ଗୁଆମାଳ ଯୁବକସଂଘ ପକ୍ଷରୁ ପବିତ୍ର ୭୨ତମ ସ୍ୱାଧୀନତା ଦିବସ ଆଡ଼ମ୍ବରପୂର୍ଣ୍ଣ ସହକାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ତଥା ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ପ୍ରଦିପ ସେନାପତି ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନ ଭାରତର ଯେଉଁ ସ୍ୱପ୍ନ ସବୁ ଥିଲା ସେଥିରୁ କିଛିକିଛି ଅବଶ୍ୟ ପୂରଣ ହୋଇଛି, ହେଲେ ଆହୁରି ଅନେକ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଇଛି । ଅନ୍ଧବିଶ୍ୱାସ, କୁସଂସାର, ଗରୀବଙ୍କ ଅସହାୟତା, ଚାଷୀଙ୍କ ନିଃସହାୟତା, ପାନୀୟ ଜଳର ଅଭାବ, ବିପର୍ଯ୍ୟସ୍ତ ଶିକ୍ଷା ଓ ଚିକିସôା ବ୍ୟବସ୍ଥା, ଦୁର୍ନୀତି, ବ୍ୟଭିଚାର, ସଂପଦର ବିଷମ ବଣ୍ଟନ ପ୍ରଭୃତି ଆଦି କ୍ଷେତ୍ରରେ ଅବହେଳିତ ବୋଳି କହିଥିଲେ । ଏହି ଜାତୀୟ ଦିବସରେ ଯୁବକ ସଂଘର ଉପ-ସଭାପତି ନିରାକାର ବେହେରା, ସାଧାରଣ ସଂପାଦକ ହୃଷିକେଶ ବେହେରା, ପ୍ରଭାତ ବେହେରା, ଦିପକ କୁମାର ବେହେରା, ସୁନିଲ ବେହେରା, ଆଲୋକ ବେହେରା, ମିନତୀ ପାଢୀ, ଶ୍ରୀଧର ପାଣିଗ୍ରାହୀ, ସଂଜୀବ ବେହେରା, ଗୋପବନ୍ଧୁ ମହାରଣା, ସାମ୍ବାଦିକ ପବିତ୍ର ମୋହନ ଜେନା, ଯୁବ ସାମ୍ବାଦିକ ମନୋଜ କୁମାର ପଣ୍ଡା, ସ୍ନେହାଶିଷ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ପବିତ୍ର ଦିବସରେ ଦେଶର ଉନ୍ନତିରେ ଅଂଶୀଦାର ହେବାପାଇଁ ସମସ୍ତେ ଐକ୍ୟବଦ୍ଧ ହୋଇ ଜାତୀୟ ପତାକା ତଳେ ସଂକଳ୍ପ ନେଇଥିଲେ ।

Leave a Reply

Your email address will not be published. Required fields are marked *