ଭଦ୍ରକ ଜିଲ୍ଲାର ବହୁମୁଖୀ ମହିଳା ସ୍ୱାସ୍ଥ୍ୟପରିଦର୍ଶିକାଙ୍କ ବୈଠକ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :ଭଦ୍ରକ ଜିଲ୍ଲାର ବହୁମୁଖୀ ମହିଳା ସ୍ୱାସ୍ଥ୍ୟପରିଦର୍ଶିକାମାନଙ୍କ ଏକ ବୈଠକ ଭଦ୍ରକସ୍ଥ ବାଲଗୋପାଲ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛିି। ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ପରିଦର୍ଶିକାମାନେ ଆସି ଯୋଗଦେଇ ସେମାନଙ୍କ ସମସ୍ୟା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ସମସ୍ତେ ଏକ ପଦବୀରେ ଦୀର୍ଘ ୩୦ବର୍ଷ ଧରି କାମ କରିଆସିଥିଲେ ମଧ୍ୟ ପରସ୍ପର ମଧ୍ୟରେ ଅନ୍ୟକର୍ମଚାରୀଙ୍କ ପରି ସେମାନଙ୍କର ଦରମାର ଅସଂଗତି ରହିବା ସହ ସେମାନଙ୍କ ଦରମା ହାର ଅସଂଗତ ଭାବେ ୪୨୦୦, ୪୬୦୦ ଓ ୪୮୦୦ ଟଙ୍କା ଭାବେ ରହୁଥିବାରୁ କୌଣସି ଷ୍ଟାଫ ଠିକ୍ ଭାବେ ଦରମା ପାଇପାରୁ ନାହାନ୍ତି। ଏଥିନେଇ ଆଲୋଚନା କରାଯାଇ ବିଭାଗୀୟ ଉଚ୍ଚକତୃପକ୍ଷଙ୍କୁ ଭେଟି ସମସ୍ୟା ଉପରେ ଅବଗତ କରାଇବା ନେଇ ବୈଠକରେ ସ୍ଥିର କରାଯାଇଛି। ଏହାଛଡ଼ା ସେମାନେ ନ୍ୟାୟ ପାଇବା ପାଇଁ ଆବଶ୍ୟକ ହେଲେ ଆଇନର ଆଶ୍ରୟ ନେବାକୁ ମଧ୍ୟ ନିଷ୍ପତି ନିଆଯାଇଛି। ଏହି ବୈଠକରେ ବରପଦା, ଆଗରପଡ଼ା, ତିହିଡ଼ି, ଚାନ୍ଦବାଲି, ବାସୁଦେବପୁର, ଧାମନଗର ଓ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଜୟନ୍ତି ରାଣି ନାୟକ, ଅନୁଶୟା ମହାନ୍ତି, ବିଣାପାଣୀ ରାଉତ, କୁମୁଦୁନି ମହାପାତ୍ର, ପାର୍ବତୀ ବେହେରା, ଦମୟନ୍ତି ଦାସ, କନକଲତା ଜେନା, କନକଲତା ପଣ୍ଡା, ରଙ୍ଗଲତା ରାଓ, ମଲ୍ଲୀଲତା ରାଉତ, ପରସମଣୀ ମହତାବ୍, ସ୍ୱର୍ଣ୍ଣଲତା ମିଶ୍ର, ପ୍ରମୋଦା ନାୟକ, ସୁମତୀ ମଲ୍ଲୀକ, ସ୍ୱର୍ଣ୍ଣପ୍ରଭା ବଳ, ଆରତୀ ପଣ୍ଡା, ମାୟାଲତା ଜ୍ୟୋତି, ଅନୁପମା ମହାନ୍ତି ପ୍ରମୁଖ ବହୁ କର୍ମଚାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ପରବର୍ତ୍ତୀ ବୈଠକ ନେଇ ନୀତିନିର୍ଦ୍ଧାରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *