ଖେଳ

ଭଦ୍ରକ ଜିଲ୍ଲାର ତାଇକଣ୍ଡୋ ଖେଳାଳି ଚିନ୍ମୟ ରାଜ୍ୟ ତାଇକଣ୍ଡୋର ସହ-ସମ୍ପାଦକଭାବେ ନିର୍ବାଚିତ

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଓଡିଶା ତାଇକଣ୍ଡୋ ସଂଘର ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଏଥିରେ ଭଦ୍ରକ ଜିଲ୍ଲା ତାଇକଣ୍ଡୋ ସଂଘର ସଂପାଦକ ଚିନ୍ମୟ ବେହେରା ଉକ୍ତ ନିର୍ବାଚନରେ ସହ-ସମ୍ପାଦକ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ନିର୍ବାଚନରେ ଓଡିଶାର ୨୧ଜିଲ୍ଲାର ସଭାପତି ଓ ସମ୍ପାଦକ ପାର୍ଥୀ ଚୟନ ପାଇଁ ମତଦାନ କରିଥିଲେ ଏବଂ ଉକ୍ତ ନିର୍ବାଚନରେ ଭଦ୍ରକ ଜିଲ୍ଲା ଆମେଚର ତାଇକଣ୍ଡୋ ସଂଘର ସମ୍ପାଦକ ଚିନ୍ମୟ ବେହେରାଙ୍କୁ ରାଜ୍ୟ ତାଇକଣ୍ଡୋ ସଂଘର ସହ-ସଂପାଦକ ରୂପେ ନିର୍ବାଚିତ କରାଯାଇଥିଲା। ଏଥିରେ ଜାତୀୟ ତାଇକଣ୍ଡୋ ସଂଘର ଅବ୍ଜରଭର ଚଣ୍ଡେଶ୍ୱର କୁମା୍ର ଏବଂ ରିଟଣ୍ଣିଂ ଅଫିସର ଗନ୍ଧର୍ବ ଦଳାଇ ଉପସ୍ଥିତ ରହି ନିର୍ବାଚନକୁ ସୁଚାରୂ ରୂପେ ସମାପନ କରିଥିଲେ। ସଭାପତି ରୂପେ ଏସ୍. ସନ୍ତୋଷ ଏବଂ ଉପ-ସଭାପତିରୂପେ ଆନ୍ତର୍ଜାତୀୟ ରେଫେରି ସୁନ୍ଦରମଣି ପଟେଲ ନିର୍ବାଚିତ ହୋଇଥିଲେ ଏବଂ ସମ୍ପାଦକ ରୂପେ ପୁରିଜିଲ୍ଲା ତାଇକଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ ନିର୍ବାଚିତ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top