ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲ୍ଲାରେ ଶିଶୁଯୌନ ନିର୍ଯ୍ୟାତନା ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଳା ପ୍ରଶାସନ ଓ ପୋଲିସ୍ ପ୍ରସାଶନ ମିଳିତ ସହଯୋଗରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଳାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ବାତୁଳା ଗଙ୍ଗାଧର, ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୈଳାଶଚନ୍ଦ୍ର ପରିଡ଼ା, ଭାରପ୍ରାପ୍ତ ଉପଜିଲ୍ଳାପାଳ ରାଜେନ୍ଦ୍ର ପଣ୍ଡା, ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ସୁଦର୍ଶନ ବାରିକ ସମେତ ବିଭିନ୍ନ ବିଭାଗର ଜିଲ୍ଳାସ୍ତରୀୟ ଅଧିକାରୀ, ଶିଶୁ ସୁରକ୍ଷା ବିଭାଗର ସୁବ୍ରତ ଦାସ ଓ କର୍ମକର୍ତ୍ତା, ଚାଇଡ୍ଲାଇନ୍ର ସୁଫିଆ ସେକ୍ ପ୍ରମୁଖ ବୈଠକରେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ନିମନ୍ତେ ରାଜ୍ୟ ସ୍ତରୀୟ ବିଶାଳ ସଚେତନତା କାର୍ଯ୍ୟକ୍ରମ ମେ ୨୮ତାରିଖରୁ ଜୁନ୍ ୧୨ ତାରିଖପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସଚେତନତା ରଥ ‘ପରୀ ପାଇଁ କଥାଟିଏ’ ଜିଲ୍ଲାସ୍ତରରେ ଜୁନ୍ ୪ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାପରିଭ୍ରମଣ କରିବ। ଏହି ରଥ ୪ତାରିଖ ଦିନ ବନ୍ତ ବ୍ଲକରେ ପହଞ୍ଚିବା ମାତ୍ରେ ଜିଲ୍ଲାପ୍ରଶାସନର ସମସ୍ତ ଅଧିକାରୀ, ପୋଲିସ ପ୍ରଶାସନର ସମସ୍ତ ଅଧିକାରୀ, ବନ୍ତ ବ୍ଲକର ସମସ୍ତ କର୍ମକର୍ତ୍ତା ଯଥା- ସିଡ଼ିପିଓ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ପାରାଲିଗାଲ କର୍ମୀ, ଜୀବିକା ମିଶନର କର୍ମକର୍ତ୍ତା, ସମସ୍ତ ପଞ୍ଚାୟତରାଜ ପ୍ରତିନିଧି ବହୁଳ ସଂଖ୍ୟାରେ ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଇଛି। ଉକ୍ତ ସଚେତନତା ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଶୋଭାଯାତ୍ରା ଏବଂ ସଭାର ଆୟୋଜନ କରାଯାଇଛି। ଏହି ରଥ ଜିଲ୍ଳା ସ୍ତରରେ କେଉଁ କେଉଁ ଦିଗ ଦେଇ ଜିଲ୍ଳା ପରିକ୍ରମା କରିବ ତାହା ପୂର୍ବରୁ ରୁଟ୍ ଚାର୍ଟ ଓ ଆନୁସଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ନୋଡ଼ାଲ ଅଫିସର ଭାବେ ଡ଼ିଏସପି (ଏଚଆରପିସି) ସୁରେଶ ଜେନାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି। ପ୍ରତ୍ୟେକ ବ୍ଲକ ସ୍ତରରେ ସଚେତନତା ରଥ ‘ପରୀପାଇଁ କଥାଟିଏ’ ସଫଳ କରିବା ନିମନ୍ତେ ବ୍ଲକର ବିଡ଼ିଓ, ତହସିଲଦାର, ଥାନାଧିକାରୀ, ସିଡ଼ିପିଓ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top