ଭଦ୍ରକ, ୧୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାସ୍କୁଲ ପରିସର ମଧ୍ୟରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଭଦ୍ରକ ଜିଲାସ୍ତରୀୟ ସ୍କାଉଟସ୍ ଓ ଗାଇଡ୍ କ୍ୟାମ୍ପୋରୀ ଆଜି ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଉସôବରେ ମୁଖ୍ୟଅତିଥି ଭାବେ ମୟୂରଭଂଜ ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି, ମୁଖ୍ୟବକ୍ତା ଭାବେ ଭଦ୍ରକର ଡେପୁଟି କଲେକ୍ଟର ତଥା ଜିଲା ପ୍ରକଳ୍ପ ସଂଯୋଜକ ଜୟଶ୍ରୀ ସେନାପତି, ସମ୍ମାନିତ ଅତିଥି ଭାବେ ଭଦ୍ରକ ବ୍ଲକ୍ ଶିକ୍ଷାଧିକାରୀ ଶମ୍ଭୁନାଥ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ । ଭଦ୍ରକ ଜିଲାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଲକ୍ଷ୍ମଣ କୁମାର ବିନ୍ଧାଣୀ ଅଧ୍ୟକ୍ଷତା କରିଥିବାବେଳେ ଜିଲା ସ୍କାଉଟ୍ କମିଶନର ଅକ୍ଷୟ କୁମାର ହୋତା ବିବରଣୀ ପ୍ରଦାନ କରିଥିଲେ । ଜିଲା ସଂଗଠନର କମିଶନର ଅଜୟ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଜିଲାସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରାତଃରେ ସର୍ବଧର୍ମ ପ୍ରାର୍ଥନା ସହିତ ଶାନ୍ତି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସମସ୍ତ ସ୍କାଉଟ୍ ଓ ଗାଇଡ୍ମାନେ ଉଦ୍ୟାପନୀ ଉସôବର ପ୍ରାରମ୍ଭରେ ଚିତ୍ତାକର୍ଷକ ପିଜଶଣ୍ଟ ପ୍ରଦର୍ଶନୀ କରାଯାଇଥିଲା । ବିଦାୟୀ ଜିଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି ଓ ଜିଲା ସଂପାଦକ ଲକ୍ଷ୍ମଣ ବିନ୍ଧାଣୀଙ୍କୁ ଜିଲା ସ୍କାଉଟ୍ ଗାଇଡ୍ ସଂଗଠନ ତରଫରୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ସମସ୍ତ ଅତିଥି ଓ ଅର୍ଗାନାଇଜରମାନଙ୍କୁ କ୍ୟାମ୍ପୋରୀ ମେମେଣ୍ଟେ ପ୍ରଦାନ କରାଯାଇଥିଲା । ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଗଦାଧର ସେନାପତି, କାଦମ୍ବିନୀ ମହାନ୍ତି, ବିପ୍ଳବ ପହି, କମଳାକାନ୍ତ ନାୟକ, ରାଜେନ୍ଦ୍ର ନାୟକ, ସୁରଜିତା ନାୟକ, ରବି ମଳିକ, ପ୍ରଦୀପ୍ତ ଦାସ, ନରେନ୍ଦ୍ର ସାହୁ, ଅକ୍ଷୟ ସେଠୀ, ରତିକାନ୍ତ ବେହେରା, ଧୀରାମଣୀ ଲେଙ୍କା, ମିଲି ପରିଡା, ଗୀତାରାଣୀ ସ୍ୱାଇଁ, ତପସ୍ୱିନୀ ଦାଶ, ଅଶୋକ ଶତପଥୀ, ସମରେନ୍ଦ୍ର ମିଶ୍ର, ଗଂଗାଧର ନାୟକ, ବିଜୟ ମିଶ୍ର, ଲିପ୍ସିତା ବିଶ୍ୱାଳ, ଜୟନ୍ତୀ କରଶର୍ମା, ମିନତୀ ପଣ୍ଡା, ପର୍ଶୁରାମ ପାତ୍ର, ବୈକୁଣ୍ଠ ବିଶ୍ୱାଳ, ଗିରିଶି ମିଶ୍ର, ସୁଷମା ବେହେରାଙ୍କ ସମେତ ଜିଲାସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ ସ୍କାଉଟ୍ ମାଷ୍ଟର ଗାଇଡ୍ କ୍ୟାପ୍ଟେନମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲା ସ୍କାଉଟ୍ କମିଶନର ସୁରଭୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ ।
