ଭଦ୍ରକ ଜିଲା ବିଦ୍ୟାଳୟ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ୨୦୧୮

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଦିନ ଧରି ଭଦ୍ରକ ଜିଲା ବିଦ୍ୟାଳୟସ୍ତରୀୟ ଦୌଡକୁଦ ପ୍ରତିଯୋଗିତା ସ୍ଥାନୀୟ ବାଗୁରାଇ ବିନ୍ଦୁ ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ଉସôବରେ ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦୂତି ଚାନ୍ଦଙ୍କ ଭଳି ସଫଳ କ୍ରୀଡାବିତ୍ ହେବାପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲାସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସି.ଏଚ୍. ବିଜୟଲକ୍ଷ୍ମୀ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉସôାହିତ କରିବା ସହିତ ଭଦ୍ରକ ଜିଲାର ଟେକ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଭଦ୍ରକ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ୟାମସୁନ୍ଦର ମହାରାଜ କ୍ରୀଡା ବିବରଣୀ ପ୍ରଦାନ କରିବା ସହିତ ପ୍ରତିଯୋଗୀମାନଙ୍କୁ ଶୃଙ୍ଖଳିତ କ୍ରୀଡା ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଜିଲାର ୭ ଟି ବ୍ଲକ୍ରୁ ଉଭୟ ଜୁନିୟର ଓ ସିନିୟର ବିଭାଗର ବାଳକ, ବାଳିକା ସମୁଦାୟ ୧୮୦ ଜଣ ଓ ୩୦ ଜଣ ପରିଚାଳକ ଯୋଗ ଦେଇଥିଲେ । ଉଦ୍ଘାଟନୀ ଉସôବରେ କ୍ରୀଡା ଶିକ୍ଷକ କିଶୋର ଦାସ ଅତିଥି ପରିଚୟ ପ୍ରଦାନ କରିଥିଳେ । ଏହି ଉସôବକୁ ଶିକ୍ଷକ ଗଜେନ୍ଦ୍ର ଭାରତୀ, ତପନ ମିଶ୍ର, ରାଜେନ୍ଦ୍ର ନାୟକ, ରତ୍ନାକର ମଲ୍ଲିକ, ରାଜେନ୍ଦ୍ର ବିଶ୍ୱାଳ, ଅମୂଲ୍ୟ ମହାପାତ୍ର, ମାନସ ନାୟକ, ଗିରିଜା ରମଣ ଜେନା, ଅନୁପମା ଦେବନାଥ, ନିୟତି ପଣ୍ଡା, ମନୀନ୍ଦ୍ର ନାୟକ, ନାରାୟଣ ସେନାପତି, ବିଜୟ ସାମଲ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ହେମନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
