ଭଦ୍ରକ ଜିଲା ଫୁଟ୍ବଲ୍ ଲିଗ୍ ଉଦ୍ୟାପିତ ଭଦ୍ରକ ପୁଲିସ୍ ବିଜେତା

ଭଦ୍ରକ,୧୨ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରମେଶ୍ୱର କ୍ଲବ୍ ଆନୁକୂଲ୍ୟରେ ଭଦ୍ରକ ଜିଲା ଫୁଟବଲ ଲିଗ୍ ଉଦ୍ୟାପିତ ହୋଇଯାଇଛି । ଏଥିରେ ଭଦ୍ରକ ପୁଲିସ୍, ଇଉନାଇଟେଡ୍ କ୍ଲବ୍ ଚରମ୍ପା, ଜେସିସି ଭଦ୍ରକ, ରୋଭର୍ସ କ୍ଲବ୍ ଭଦ୍ରକ, ଟାଉନ୍ କ୍ଲବ୍ ବାସୁଦେବପୁର, ଧାମନଗର ଏକାଦା, ଇଲେଭନ ଟାଇଗର ଭଦ୍ରକ, ରମେଶ୍ୱର କ୍ଲବ୍ ରାନ୍ଦିଆ, ଇଉନାଇଟେଡ୍ କ୍ଲବ୍ (ବି) ଆଦମପୁର ଭଳି୧୦ ଟି ଦଳ ଭାଗ ନେଇଥିଲେ । ଫାଇନାଲ ଖେଳରେ ଭଦ୍ରକ ପୁଲିସ୍ ଇଉନାଇଟେଡ୍ କ୍ଲବ୍କୁ ଟ୍ରାଇବ୍ରେକ୍ରେ (୫-୨) ଗୋଲରେ ପରାସ୍ତ କରି ଚମ୍ପିଆନ ହୋଇଛି । ଏହି ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲା ଆଥ୍ଲେଟିକ୍ ଆସୋସିଏସନ୍ର ସଂପାଦକ ଏବଂ ଓଡ଼ିଶା କି୍ରକେଟ ଆସୋସିଏସନ୍ର ସଭାପତି ଧୀରେନ ପଲେଇ ଏବଂ ସମ୍ମାନିତ ଅତିଥି ଭାବେ ଭାରତୀୟ ମହିଳା ଫୁଟବଲର କୋଚ୍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସ୍ଥାନୀୟ ସରପଞ୍ଚ ମନୋରଂଜନ ପୁହାଣ, ପିଏସ୍ ମେମ୍ବର ରଶ୍ମିତା ମହାପାତ୍ର ପ୍ରମୁଖ ଯୋଗଦେଇଥିବାବେଳେ ରାଇମୋହନ ମହାପାତ୍ର, ହିମାଂଶୁ ଶେଖର ଦାସ, ରବିନାରାୟଣ ଓଝା ଚୟନକର୍ତ୍ତାଭାବେ ଯୋଗଦେଇଥିଲେ ।  ଏହି ଖେଳକୁ ଭଦ୍ରକ ଜିଲାର ସ୍ୱୀକୃତିପ୍ରାପ୍ତ ରେଫେରୀ ତାଜୁଦିନ୍ ଖାଁ, ରିଆଜ କାଦ୍ରୀ, ନୁରୁ ମହମ୍ମଦ ଖାଁ ଓ ଅବଦୁଲ କାଦ୍ରୀ ଖାଁ ପରିଚାଳନା କରିଥିଲେ । ଶେଷରେ ରାମେଶ୍ୱର କ୍ଲବ୍ର ସଂପାଦକ ତଥା ଟୁର୍ଣ୍ଣାମେଣ୍ଟର ଆୟୋଜକ ସୌମ୍ୟକାନ୍ତ ଉପାଧ୍ୟାୟ ଖେଳର ସମସ୍ତ ଦାୟିତ୍ୱ ସୂଚାରୁରୂପେ ସଂପାଦନ କରିଥିବାବେଳେ ରମେଶ୍ୱର କ୍ଲବ୍ର ସମସ୍ତ କର୍ମକର୍ତ୍ତା ଓ ରାନ୍ଦିଆର ବରିଷ୍ଠ ନାଗରିକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *