ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲା ଜଜ୍ କୋର୍ଟର ନୂତନ ବିଲ୍ଡିଂ ନିର୍ମାଣ ପ୍ରସଙ୍ଗ କୋର୍ଟ ଅବମାନନା ନେଇ ଅଧିକାରୀଙ୍କ ବିରୁଦ୍ଦେ ଫୌଜଦାରୀ ମାମଲା ରୁଜୁ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୂର୍ତ୍ତ ବିଭାଗ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭଦ୍ରକ ଜିଲାପାଳ, ତହସିଲଦାର ଓ ସିଭିଲ୍ କୋର୍ଟ ରେଜିଷ୍ଟାରଙ୍କୁ ପକ୍ଷଭୁକ୍ତ କରାଯାଇ ଗୋପବନ୍ଧୁ ନଗର ନିବାସୀ ସ୍ୱେଚ୍ଛାସେବୀ ମହିଳା କଳ୍ପନା ମଲ୍ଲିକ ଏନ୍ଜିଟି ଆଇନ୍ର ଧାରା ୩୦ ଅନୁଯାୟୀ ଏକ ଫୌଜଦାରୀ ମାମଲା ଭଦ୍ରକର ଏସ୍ଡିଜେଏମ୍ଙ୍କ ଅଦାଲତରେ ଆଇ.ସି.ସି. ନଂ ୬/୧୮ ମୂଳେ ଦାଏର କରିଛନ୍ତି। ଭଦ୍ରକ ଜିଲା ଜଜ୍ କୋର୍ଟର ନୂତନ ବିଲ୍ଡିଂ ନଳାଙ୍ଗ କପାଳୀ ନଦୀ ସନ୍ନିକଟ ଆଡିବନ୍ଧରେ ନିର୍ମାଣ ହୋଇଥିବାକୁ ବିରୋଧ କରି ଶ୍ରୀମତୀ ମଲ୍ଲିକ ଏନ୍ଜିଟି, ଦିଲ୍ଲୀରେ ଓଏସ୍ ନଂ ୫୦୨/୧୭ ମୂଳେ ଏକ ମାମଲା ରୁଜୁ କରିବା ପରେ ଗତ ଅକ୍ଟୋବର ମାସ ୨୩ ତାରିଖରେ ଏନ୍ଜିଟି ଉପରୋକ୍ତ ସମସ୍ତ ଅଧିକାରୀମାନଙ୍କୁ ନଦୀପଠାର ସବୁଜ ବଳୟ ପରିସୀମା ମାପ କରିବା ପରେ ଅବରୋଧ ନକରି ନିର୍ମାଣ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ପ୍ରଶାସନ ଉକ୍ତ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକରିବାରୁ ପୁନଶ୍ଚ ଶ୍ରୀମତୀ ମଲ୍ଲିକ ଏକ୍ଜିକ୍ୟୁସନ କେଶ୍ ନଂ ୩୦/୧୮ ମୂଳେ ଏକ କୋର୍ଟ ଅବମାନନା ମାମଲା ଦାଏର କରିବା ପରେ ଗତମାସ ୨୪ ତାରିଖରେ ଏନ୍ଜିଟି ଉପରୋକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଏସ୍ଡିଜେଏମ, ଭଦ୍ରକଙ୍କ ଅଦାଲତରେ କୋର୍ଟ ଅବମାନନା ମାମଲା ଦାଏର କରିବାକୁ ନିର୍ଦ୍ଦେଶ ଦେଇ ମାମଲାଟିକୁ ଫେରାଇ ଦେଇଥିଲେ। ତଦନୁଯାୟୀ ଆଜି ଉପରୋକ୍ତ ପ୍ରଶାସନିକ ଅଧିକାରୀମାନଙ୍କ ବିରୁଦ୍ଦେ କୋର୍ଟ ଅବମାନନା ପାଇଁ ଶ୍ରୀମତୀ ମଲ୍ଲିକ ଫୌଜଦାରୀ ମାମଲା ଦାଏର କରିଛନ୍ତି। ଯଦି ପ୍ରଶାସନିକ ଅଧିକାରୀମାନଙ୍କର ଅବହେଳା ପ୍ରମାଣିତ ହୁଏ, ତେବେ ସେମାନଙ୍କୁ ୩ ବର୍ଷ ଜେଲ୍ ଓ ୧ କୋଟି ଟଙ୍କା ଜରିମାନାର ଦଣ୍ଡାଦେଶ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top