ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲାସ୍ତରୀୟ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରୀ ଉଦ୍ଘାଟିତ

ଭଦ୍ରକ, ୧୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଆଜି ଭଦ୍ରକ ଜିଲା ଭାରତ ସ୍କାଉଟ୍ସ ଓ ଗାଇଡ୍ କ୍ୟାମ୍ପୋରୀ  ଜିଲା ସ୍କୁଲ ପରିସରରେ ଉଦ୍ଘାଟିତ ହୋଇଯାଇଛି । ପ୍ରାରମ୍ଭରେ  ମଂଚାସୀନ ଅତିଥିମାନଙ୍କୁ କ୍ୟାମ୍ପୋରୀରେ ଯୋଗ ଦେଇଥିବା ସ୍କାଉଟ୍ ଓ ଗାଇଡ୍ସମାନଙ୍କ ତରଫରୁ ଜେନେରାଲ ସାଲୁ୍ୟଟ୍ ପ୍ରଦାନ କରାଯାଇଥିଲା । ପରେ ସ୍କାଉଟ୍ସ ଗାଇଡ୍ସର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଗାଇଡ୍ମାନଙ୍କ ଦ୍ୱାରା ସଂପନ୍ନ ହେବା ପରେ  ଅତିଥିମାନେ  ମାର୍ଚ୍ଚ ଫାଷ୍ଟ ଦ୍ୱାରା ଅଭିବାଦନ ଗ୍ରହଣ କରିଥିଲେ ।  ଆଜିର ଏହି ଉସôବକୁ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏଥିରେ ପୌରପାଳ ମାନସ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସ୍କାଉଟସ୍ ଓ ଗାଇଡ୍ସର  ମହତ୍ୱ ସଂପର୍କରେ ବୁଝାଇଥିଲେ । ଜିଲା ସ୍କାଉଟସ୍ କମିଶନର ଅକ୍ଷୟ କୁମାର ହୋତା କ୍ୟାମ୍ପୋରୀର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ସଂଗଠନର କମିଶନର ଅଜୟ ନନ୍ଦ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଜିଲାସ୍କୁଲର ପ୍ରଧାନ ଶିକ୍ଷକ ଜଗବନ୍ଧୁ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଗାଇଡସ୍ କମିଶନର ସୁରଭି ବଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଏହି କ୍ୟାମ୍ପୋରୀରେ ସମୁଦାୟ ୬୩୪ ଜଣ ସ୍କାଉଟସ୍, ୨୭୦ ଜଣ ଗାଇଡ୍ ଭାଗ ନେଇଥିବାବେଳେ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାମ୍ପୋରୀରେ ସନ୍ଧ୍ୟାରେ ଆଞ୍ଚଳିକ ନୃତ୍ୟ, ଶିବିରାଗ୍ନୀ ଉସôବ, ଦ୍ୱିତୀୟ ଦିନରେ ଦୁଃସାହସିକ କାର୍ଯ୍ୟକ୍ରମ, କୁଇଜ୍, ପ୍ରାଥମିକ ଚିକିସôା ପ୍ରଦର୍ଶନୀ, ଗ୍ରାମ୍ୟ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ତିମ ଦିନରେ ସର୍ବଧର୍ମ ପ୍ରାର୍ଥନା, ଶାନ୍ତି ଶୋଭାଯାତ୍ରା, ଶାରୀରିକ କଳା କୌଶଳ ଓ ଚିତ୍ତାକର୍ଷକ ପିଜାଣ୍ଟ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି । ଉଦ୍ୟାପନୀ ଉସôବରେ ରାଜ୍ୟ ମୁଖ୍ୟ କମିଶନର କାଳୀପ୍ରସାଦ ମିଶ୍ରଙ୍କ ସମେତ ବହୁ ବରେଣ୍ୟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତି୍ରଦିବସ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି କ୍ୟାମ୍ପୋରୀକୁ ଗଦାଧର ସେନାପତି, ବିପ୍ଳବ କୁମାର ପହି, କାଦମ୍ବିନୀ ମହାନ୍ତି, ବିଜୟ ମିଶ୍ର, ରବିନାରାୟଣ ମଲ୍ଲିକ, ସୁରଜିତା ନାୟକ, ଗଂଗାଧର ନାୟକ, ନରେନ୍ଦ୍ର ସାହୁ, ରତିକାନ୍ତ ବେହେରା, ସମରେନ୍ଦ୍ର ମିଶ୍ର, ପ୍ରଦୀପ୍ତ ଦାସ, ବୈକୁଣ୍ଠ ବିଶ୍ୱାଳ, ଅକ୍ଷୟ ସେଠୀ, ରାଜେନ୍ଦ୍ର ନାୟକ, ପ୍ରଭାତ ଖିଲାର, ପର୍ଶୁରାମ ପାତ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ମାନସ ଦାସ, ସୁବଳ ପତି୍ର, ଜୟନ୍ତୀ କରଶର୍ମା, ଧିରାମଣି ଲେଙ୍କା, ଲିପ୍ସିତା ବିଶ୍ୱାଳ, ମିଲି ପରିଡା, ମିନତୀ ପଣ୍ଡା, ସୁଷମା ବେହେରା, ଗୀତାରାଣୀ ସ୍ୱାଇଁ, ସୁବାସିନୀ ମିଶ୍ରଙ୍କ ସମେତ ଜିଲାସ୍କୁଲର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top