ଓଡ଼ିଶା

ଭଦ୍ରକ ଜିଲାର ୩ୟ ବନ୍ୟାରେ ୫ଟି ବ୍ଲକ୍ କ୍ଷତିଗ୍ରସ୍ତ, ଜିଲାପାଳ ବନ୍ୟାଞ୍ଚଳ ପରିଦର୍ଶନ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲାରେ ବର୍ଷା ଥମିଥିଲେ ମଧ୍ୟ ଏବେ ଆଖୁଆପଦା ଠାରେ ବୈତରଣୀର ବନ୍ୟାଜଳ ଏହାର ବିପଦ ସଂକେତ ୧୭.୮୩ ଅତିକ୍ରମ କରି ୧୮.୧୫ ରେ ପ୍ରବାହିତ ହେଉଛି। ସେହିଭଳି ସାଳନ୍ଦୀର ଉପର ମୁଣ୍ଡର ବର୍ଷାଜଳ ହଦଗଡ ଡ୍ୟାମ୍ ଦେଇ ପ୍ରବାହିତ ହେବା ଫଳରେ ଭଦ୍ରକ ଓ ତିହିଡିର ତଳିଆ ଅଂଚଳ ଜଳମଗ୍ନ ହୋଇଛି। ଚଳିତ ବର୍ଷର ଏହି ତୃତୀୟ ବନ୍ୟାରେ ଭଦ୍ରକର ୭ଟି ବ୍ଲକ୍ରୁ ଧାମନଗର, ଚାନ୍ଦବାଲି, ତିହିଡି, ଭଣ୍ଡାରିପୋଖରୀ, ଭଦ୍ରକ ବନ୍ୟାଜଳରେ ପ୍ରଭାବିତ ହୋଇଛି। ଆଜି ଜିଲାପାଳଙ୍କ ଜରୁରୀ କାଳୀନ ବିଭାଗ ସୂତ୍ରରୁ ଯାହା ଜଣାଯାଏ ଏହି ବନ୍ୟାରେ ଧାମନଗରର ୧୩ ଟି ପଂଚାୟତର ୭୨ଟି ଗ୍ରାମ, ଚାନ୍ଦବାଲିର ୪ଟି ପଂଚାୟତର ୧୮ଟି ଗ୍ରାମ, ତିହିଡିର ୧୭ଟି ପଂଚାୟତର ୧୦୧ଟି ଗ୍ରାମ, ଭଦ୍ରକର ୪ଟି ପଂଚାୟତର ୧୩ଟି ଗ୍ରାମ ଓ ଭଦ୍ରକ ପୌରାଞ୍ଚଳର ୨ଟି ୱାର୍ଡ ଜଳବନ୍ଦୀରେ ଅଛନ୍ତି। ସେହିଭଳି ତିହିଡିର ୬୭୯୫୭, ଲୋକ, ଚାନ୍ଦବାଲିର ୨୨୪୯୮, ଭଦ୍ରକର ୧୭୧୮୯, ଧାମନଗରରେ ୬୩୭୨୧ ଲୋକ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ସମୁଦାୟ ଗୋଟିଏ ଗାଈ ଓ ତିନୋଟି ଛେଳିଙ୍କର ମୃତ୍ୟୁ ଘଟିଛି। ଅନୁରୂପ ୫୩୮୦୨ ହେକ୍ଟର ଜମି ଜଳମଗ୍ନ ହୋଇଛି। ଆଜି ଜିଲାପାଳ ଜ୍ଞାନ ଦାସ ଓ ଉପଜିଲାପାଳ ସୂଚାରୁ ବଳ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କର ସମସ୍ୟା ସଂପର୍କରେ ଅବଗତ ହୋଇଛନ୍ତି। ବନ୍ୟାଜଳ କମିଲେ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରାଯାଇ ସେମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top