ଭଦ୍ରକ ଜିଲାର ରାଜସ୍ୱ ଆଦାୟ ୧୦୫.୧୩ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ୨୯.୨୦, ଆଦାୟ ୩୦.୬୯ କୋଟି

ଭଦ୍ରକ,୧୩ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଚଳିତ ୨୦୧୭-୧୮ ଆର୍ଥିକ ବର୍ଷରେ ଭଦ୍ରକ ଜିଲାର ରାଜସ୍ୱ ଆଦାୟ ୧୦୫.୧୩ ପ୍ରତିଶତ ହୋଇଛି । ଜିଲାର ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ବାର୍ଷିକ ୨୯ କୋଟି ୨୦ ଲକ୍ଷ ଥିବାବେଳେ ଆଦାୟ ହୋଇଛି ୩୦ କୋଟି ୬୯ ଲକ୍ଷ ୯୩ ହଜାର ଟଙ୍କା । ଜଳକର ରାଜସ୍ୱ ଆଦାୟ କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିନଥିବା ଜଣାପଡିଛି । ସରକାରଙ୍କ ଲକ୍ଷ୍ୟ ଧାର୍ଯ୍ୟାନୁଯାୟୀ ଲେଣ୍ଡ ରେଭିନୁ୍ୟ (ପାର୍ଟ ୧ ଓ ୨) ରେ ୨୬ କୋଟି ୫୦ ଲକ୍ଷ୍ୟ ଥିବାବେଳେ ଆଦାୟ ହୋଇଛି ୨୯ କୋଟି ୧୬ ଲକ୍ଷ ୮ ହଜାର (୧୧୦.୦୪%) । ସେହିପରି ଜଳକର (ପାର୍ଟ ୩) ଆଦାୟ କ୍ଷେତ୍ର ୨ କୋଟି ୭୦ ଲକ୍ଷ ଥିବାବେଳେ ଆଦାୟ ହୋଇଛି ୧ କୋଟି ୫୩ ଲକ୍ଷ ୮୫ ହଜାର (୫୬.୯୮%) । ଜିଲାର ୭ଟି ତହସିଲ ମଧ୍ୟରୁ ଭଦ୍ରକ ଓ ବାସୁଦେବପୁର ତହସିଲ ରୟାଲଟିକୁ ବାଦ୍ ଦେଲେ ଲେଣ୍ଡ ଓ ଜଳକର ରେଭିନୁ୍ୟ ଆଦାୟ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଛନ୍ତି । ଭଦ୍ରକର ଲକ୍ଷ୍ୟ ଧାର୍ଯ୍ୟ ୬ କୋଟି ୩୧ ଲକ୍ଷ ରହିଥିଲା । ଆଦାୟ ହୋଇଛି ୫ କୋଟି ୫୦ ଲକ୍ଷ ୧୭ ହଜାର (୮୭.୧୯%), ବାସୁଦେବପୁର ତହସିଲକୁ ୪ କୋଟି ୫୪ ଲକ୍ଷ ଟାର୍ଗେଟ୍ ଥିବାବେଳେ ଆୟ ହୋଇଛି ୩ କୋଟି ୯ ଲକ୍ଷ ୨୧ ହଜାର (୬୮.୧୧%) । ଅନ୍ୟ ତହସିଲ ଗୁଡିକ ମଧ୍ୟରେ ବନ୍ତର ୩ କୋଯି ୬୦ ଲକ୍ଷରୁ ୧ କୋଟି ୫୧ ଲକ୍ଷ ୬ ହଜାର (୪୧.୯୬%) ମିଳିଛି । ଚାନ୍ଦବାଲିର ୩ କୋଟି ୪୫ ଲକ୍ଷ ଥିବା ବେଳେ ଆଦାୟ ହୋଇଛି ୧୦ କୋଟି ୨୪ ଲକ୍ଷ ୭୧ ହଜାର (୨୯୭.୦୨%), ଧାମନଗର ଲକ୍ଷ୍ୟ ଧାର୍ଯ୍ୟ ୩ କୋଟି ୬୪ ଲକ୍ଷ ଥିବାବେଳେ ୩ କୋଟି ୯୨ ଲକ୍ଷ ୩୫ ହଜାର (୧୦୭.୭୯%), ଭଣ୍ଡାରିପୋଖରୀର ପାଇଁ ୪ କୋଟି ୯ ଲକ୍ଷ ୫୦ ହଜାର ରହିଥିବାବେଳେ ଆଦାୟ ହୋଇଛି ୩ କୋଟି ୫୯ ଲକ୍ଷ ୧୩ ହଜାର (୮୭.୭୦%) । ସେହିପରି ତିହିଡିର ସରକାରୀ ଲକ୍ଷ୍ୟ ଧାର୍ଯ୍ୟ ୩ କୋଟି ୫୬ ଲକ୍ଷ ୫୦ ହଜାର ଥିବାବେଳେ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ୩୦ ହଜାର (୭୯.୪୭%) । ଲେଣ୍ଡ ରେଭିନୁ୍ୟ  ରାଜସ୍ୱ ଆଦାୟ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ଭଦ୍ରକ ଓ ବାସୁଦେବପୁର ଦୁଇ ତହସିଲଦାର ପ୍ରଦୀପ କୁମାର ସାହୁ ଓ ଗୋପୀନାଥ କୁଅଁରଙ୍କୁ ଜିଲାପାଳ ଅନୁଷ୍ଠିିତ ରାଜସ୍ୱ ସମୀକ୍ଷା ବୈଠକରେ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ସେହିପରି ଏହି ବୈଠକରେ ଆଠ ଜଣ ରାଜସ୍ୱ ନିରୀକ୍ଷକଙ୍କୁ ରାଜସ୍ୱ ଆଦାୟ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ଯୋଗୁଁ ଜିଲାପାଳ ପ୍ରଶଂସା ପତ୍ର ଦେଇଥିଲେ । ଏମାନେ ହେଲେ ଭଦ୍ରକ ତହସିଲର ଅର୍ଣ୍ଣପାଳ ଓ ବେକା ଆରଇ ସର୍କଲର ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ରାଉତ ଓ ମଧୁସ୍ମିତା ସାହୁ, ବାସୁଦେବପୁର ତହସିଲର ବାଲିମେଦ ଓ ପଢୁଆଁ ଆରଆଇ ରବିନ୍ଦ୍ର କୁମାର ପ୍ରଧାନ ଓ ଧର୍ମପଦ ସାହୁ, ତିହିଡି ତହସିଲର ପାଳିଆ ଓ ଗଦି ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ମୀନକେତନ ଦାସ ଓ ପୂର୍ଣ୍ଣଚନ୍ଦ୍ର ପରିଡା, ଭଣ୍ଡାରିପୋଖରୀ ତହସିଲର ବାରିକପୁର ଆରଆଇ ପ୍ରଭାତ କୁମାର ପାଢୀ ଓ ଧାମନଗର ରହିପୁର ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ ପୁରୁଷୋତ୍ତମ ସିଂ ।

Leave a Reply

Your email address will not be published. Required fields are marked *