ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲାରେ ରବି କାର୍ଯ୍ୟକ୍ରମ ଲାଗି ଜଳସଂକଟ

ଭଦ୍ରକ, ୭ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ପ୍ରଭାବୀ ଜଳସେଚନ ବ୍ୟବସ୍ଥା ଥାଇ ମଧ୍ୟ ପ୍ରତିବର୍ଷ ରବି ଫସଲ ଫେଲ୍ ମାରୁଛି। କୃଷି ବିଭାଗ ପକ୍ଷରୁ ପ୍ରତିବର୍ଷ ଯେତିକି ଜମିରେ ରବି ଫସଲ ପାଇଁ ଲକ୍ଷ ଧାର୍ଯ୍ୟ କରୁଛନ୍ତି ଜଳସଂକଟ ଯୋଗୁଁ ଧାର୍ଯ୍ୟଲକ୍ଷ୍ୟର ୫୦ ପ୍ରତିଶତ ମଧ୍ୟ ପୂରଣ ହୋଇପାରୁନାହିଁ। କୃଷିବିଭାଗ ଏନେଇ ଜିଲାରେ କେନାଲ ଜଳସେଚନ ବ୍ୟବସ୍ଥାର ଲାଇଫ୍ ଲାଇନ୍ କୁହାଯାଉଥିବା ସାଳନ୍ଦୀ କେନାଲ ଡିଭିଜନକୁ ଦୋଷାରୋପ କରୁଥିବାବେଳେ କେନାଲ ଡିଭିଜନ ହଦଗଡ ଜଳ ଭଣ୍ଡାରରେ ଜଳ ସଂକଟକୁ ଦାୟୀ କରୁଛନ୍ତି। ପ୍ରତିବର୍ଷ ଜାନୁୟାରୀ ମାସରେ ବିଭିନ୍ନ ଜଳସେଚନ ବ୍ୟବସ୍ଥା ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ କରୁଛନ୍ତି। ଜଳର ସୁଷମ ବଣ୍ଟନ ଓ ପାଣି ପଞ୍ଚାୟତର ଉପାଦେୟତା ନେଇ ବେଶ୍ ଆଲୋଚନାର ପର୍ଯ୍ୟାଲୋଚନା ହେଉଛି। ହେଲେ ଠିକଣା ବେଳକୁ ଚାଷ ଜମିକୁ ଜଳ ମିଳୁନାହିଁ। ଫଳରେ ପ୍ରତିବର୍ଷ ଜିଲାରେ ରବି ଫସଲ ଫେଲ୍ ମାରୁଛି। ଭଦ୍ରକ ଜିଲାରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୬୫ ହଜାର ହେକ୍ଟର ଜମିରେ ଖରିଫ ଫସଲ କରାଯାଉଛି। ହେଲେ ରବି କାର୍ଯ୍ୟକ୍ରମ ବେଳକୁ ଜିଲାରେ ୨୭ ହଜାର ହେକ୍ଟର ଜମିରେ ମଧ୍ୟ ରବି ଚାଷ ସମ୍ଭବ ହୋଇପାରୁନାହିଁ। ଚଳିତବର୍ଷ ଜିଲା କୃଷି ବିଭାଗ ପକ୍ଷରୁ ୪୫ ହଜାର ୪୯୮ ହେକ୍ଟର ଜମିରେ ରବି ଫସଲ କରିବାକୁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିବା ବେଳେ ଧାର୍ଯ୍ୟଲକ୍ଷ୍ୟର ୫୦ ପ୍ରତିଶତ ଜମିରେ ରବି ଫସଲ ସମ୍ଭବ ହେବ ନାହିଁ ବୋଲି କୃଷି ବିଭାଗ ଆଶଙ୍କା ପ୍ରକଟ କରୁଛି। ଏହାର ମୁଖ୍ୟ କାରଣ ଜଳସେଚନ ବ୍ୟବସ୍ଥା ବୋଲି କୃଷି ବିଭାଗ ସ୍ୱୀକାର କରୁଛନ୍ତି। ଭଦ୍ରକ ଜିଲାରେ ମୁଖ୍ୟ ଜଳସେଚନ ବ୍ୟବସ୍ଥା ହେଉଛି ସାଳନ୍ଦୀ କେନାଲ ଡିଭିଜନ ଯାହାଦ୍ୱାରା ଜିଲାରେ ପ୍ରାୟ ୬୦ ଭାଗ ଜମିକୁ ଜଳସେଚନ ବ୍ୟବସ୍ଥା ଉପଲବ୍ଧ ହୋଇଥାଏ। ଏହାଛଡା ଉଠାଜଳସେଚନ, କ୍ଷୁଦ୍ର ଜଳସେଚନ, କ୍ରିକ୍ ଜଳସେଚନ, ଅଗଭିର ନଳକୂପ ଜଳ ସେଚନ, ଆରଏଲ୍ଆଇ ଏବଂ କ୍ଲଷ୍ଟର ଜଳସେଚନ ଜରିଆରେ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥାଏ। ତେବେ ଚଳିତ ବର୍ଷ ଜିଲା କୃଷି ବିଭାଗ ପକ୍ଷରୁ ରବି କାର୍ଯ୍ୟସୂଚୀ ଘୋଷଣା କରାଯିବା ପରେ ସାଳନ୍ଦୀ ଜଳସେଚନ ଖରାଟିଆ ଚାଷକୁ ମାତ୍ର ୬ ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଥିବାବେଳେ ଉଠା ଜଳସେଚନ ଜରିଆରେ ମାତ୍ର ୧୫ ହଜାର ହେକ୍ଟର ଜମିକୁ ଜଳସେଚନ ଯୋଗାଇ ଦେବାକୁ ଘୋଷଣା କରିଛି। ଜିଲାରେ ଏହି ଦୁଇ ପ୍ରଭାବଶାଳୀ ଜଳସେଚନ ବ୍ୟବସ୍ଥା ଭିନ୍ନ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥାରେ ଅତିବେଶିରେ ୫ ହଜାର ହେକ୍ଟର ଜମିକୁ ଜଳ ସେଚନ ସୁବିଧା ଉପଲବ୍ଧ ହୋଇପାରିବ। ସମସ୍ତ ଜଳସେଚନ ବ୍ୟବସ୍ଥାକୁ ହିସାବକୁ ନେଲେ ଅତିବେଶିରେ ରବି କାର୍ଯ୍ୟକ୍ରମରେ ୨୫ ରୁ ୨୮ ହଜାର ହେକ୍ଟର ଜମିରେ ରବି ଫସଲ ସମ୍ଭବ ହୋଇପାରିବ ବୋଲି ଅଟକଳ କରାଯାଉଛି। ଗତ କିଛିବର୍ଷ ହେବ ଜିଲାରେ ଏହି ଧରଣର ଜଳ ସଂକଟ ଯୋଗୁଁ ରବି ଚାଷ କୌଣସି ବର୍ଷ ୩୦ ହଜାର ହେକ୍ଟର ଛୁଇଁପାରୁନାହିଁ। ଏହି ସୂଚନା ଅନୁଯାୟୀ ଗତ ୧୫-୧୬ କୃଷି ବର୍ଷରେ ଜିଲାରେ ମାତ୍ର ୨୪ ହଜାର ହେକ୍ଟର ଜମିରେ ରବି ଚାଷ ସମ୍ଭବ ହୋଇଥିବାବେଳେ ଗତ ୧୬-୧୭ କୃଷି ବର୍ଷରେ ମାତ୍ର ୨୬ ହଜାର ହେକ୍ଟର ଜମିେ ରରବି ଫସଲ ସମ୍ଭବ ହୋଇଥିଲା। ଯାହାକି ଭଦ୍ରକ ଜିଲାରେ ଜଳସେଚନ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇ ଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top