ଭଦ୍ରକ, ୧୫ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ମଧ୍ୟାହ୍ନଭୋଜନକୁ ନେଇ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ତଦ୍ଜନିତ ବିବାଦ ତାହାର ପିଛା ଛାଡୁନାହିଁ । ଇତିମଧ୍ୟରେ ଏହି ମଧ୍ୟାହ୍ନଭୋଜନ କାର୍ଯ୍ୟରେ ଦେଖାଦେଇଥିବା ଅନିୟମିତତାକୁ ନେଇ ୨୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ ରହିଥିବାବେଳେ ଏମ୍ଡିଏମ୍ ଚାଉଳ ଯୋଗାଣରେ ବିଳମ୍ବ ଯୋଗୁଁ ବିଭିନ୍ନ ସ୍କୁଲରେ ଏହା ବନ୍ଦ ହେବାର ଆଶଙ୍କାକୁ ଦୃଢୀଭୂତ କରିଛି । ଗତକାଲି ଏହି ମଧ୍ୟାହ୍ନ ଭୋଜନ ପରିଚାଳନା ଜନିତ ତୃଟି ଯୋଗୁଁ ଏହି ଜିଲାର ବନ୍ତ ବ୍ଲକ୍ ସେଣ୍ଢତିରା ପଞ୍ଚାୟତର ବଣପିଂଜରା ପ୍ରାଥମିକ ବିଦ୍ୟାଳୟରେ ଡାଲିରେ ଝିଟିପିଟି ପଡିବା ଘଟଣାରୁ ବିଷାକ୍ତ ଖାଦ୍ୟ ଖାଇ ୫୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଜିଲା ମୁଖ୍ୟ ଚିକିସôାଳୟକୁ ଆସିବା ବୁଦ୍ଧିଜୀବୀ ମହଲରେ ପ୍ରତିକି୍ରୟା ସୃଷ୍ଟି କରିଛି । ତେବେ ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଗୁରୁତରଙ୍କୁ ସ୍ୱତନ୍ତ୍ର ଭାବେ ଚିକିସôା କରାଯାଇ ସୁସ୍ଥ କରାଯାଇଥିବାବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିସôା ପରେ ଛାଡିଦିଆଯାଇଥିଲା । ଏହି ଘଟଣାରେ ଜିଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଉପଜିଲାପାଳ ନରୋତ୍ତମ ବେହେରା, ଜିଲା ମୁଖ୍ୟ ଚିକିସôାଧିକାରୀ ଓ ବନ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାକ୍ତରଖାନାରେ ରହି ପିଲାମାନଙ୍କ ସୁସ୍ଥ କ୍ଷେତ୍ରରେ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହି ଜିଲାରେ ମଧ୍ୟାହ୍ନ ଭୋଜନ ଏସ୍ଏମ୍ଏସ୍ କରିବା ନିୟମକୁ ଉଲ୍ଲଂଘନ କରି ଗତମାସରେ ୧୩ ଜଣ ଓ ଚଳିତମାସର ଅଦ୍ୟାବଧି ୯ ଜଣଙ୍କୁ ମିଶାଇ ସମୁଦାୟ ୨୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ ରଖାଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଜିଲା ଶିକ୍ଷାଧିକାରୀଙ୍କ ପତ୍ର ସଂଖ୍ୟା ୨୧୧୧/୨୦୧୮ ମାର୍ଚ୍ଚ ୩ ତାରିଖ ଚିଠିକୁ ଆଧାର କରି ତିହିଡି ବ୍ଲକ୍ ଶିକ୍ଷାଧିକାରୀ ତାଙ୍କ ଚିଠି ନଂ ୪୧୮/୨୦୧୮ ମାର୍ଚ୍ଚ ୬ ତାରିଖରେ ୧୩ ଜଣ ପ୍ରଧାନ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ କଲେ । ସେମାନେ ହେଲେ ବଙ୍ଗାଳିପଡା ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ଞାନରଂଜନ ଦାସ, ଦୋଳସାହି ପ୍ରୋଜେକ୍ଟ ବିଦ୍ୟାଳୟର ଗଣେଶ ପ୍ରସାଦ ବାରିକ, ଗୋବିନ୍ଦପୁର ନୋଡାଲ ବିଦ୍ୟାଳୟର ସୂର୍ଯ୍ୟମଣି ସାମଲ, ହଂସପାଟ ବିଦ୍ୟାଳୟର ରବିନ୍ଦ୍ର ନାଥ ଦଲାଇ, କୁମ୍ଭାରଗଢିଆ ବିଦ୍ୟାଳୟର ଦୀନବନ୍ଧୁ ସ୍ୱାଇଁ, ବଳିୟାରପୁର ପ୍ରୋଜେକ୍ଟ ପ୍ରାଇମେରୀର ବିମଳାନନ୍ଦ ପ୍ରଧାନ, ତଳବନ୍ଧ ବିଦ୍ୟାଳୟର ଜୟନ୍ତୀ ପାତ୍ର, ମାଧପୁର ନାୟକସାହି ବିଦ୍ୟାଳୟର ସୁକାନ୍ତି ପାତ୍ର, ପୁଣି କୁମ୍ଭାରଗଢିଆ ବିଦ୍ୟାଳୟର ଦୀନବନ୍ଧୁ ସ୍ୱାଇଁ, ଖରିଦପାଟଣା ବିଦ୍ୟାଳୟର ଦାଶରଥୀ ସେଠୀ, ଦଳେଇସାହି ପ୍ରୋଜେକ୍ଟ ବିଦ୍ୟାଳୟର ଗଣେଶ ବାରିକ, ପୁଣିଥରେ ବଙ୍ଗାଳିପଡା ବିଦ୍ୟାଳୟର ଜ୍ଞାନ ରଂଜନ ଦାସ ଏବଂ ବଳିୟାରପୁର ବିଦ୍ୟାଳୟର ବିମଳାନନ୍ଦ ପ୍ରଧାନଙ୍କ ଦରମା ବନ୍ଦ କରାଯାଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ପେବୃୟାରୀ ୨୬ ତାରିଖରେ ବଙ୍ଗାଳିପଡା ବିଦ୍ୟାଳୟ, ଦଳେଇସାହି ବିଦ୍ୟାଳୟ, କୁମ୍ଭାରଗଢିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯେଉଁ ଭୁଲ୍ କରି ଗୋଟିଏ ଦିନର ଦରମା ହରାଇଥିଲେ ପୁଣି ଫେବୃୟାରୀ ୨୮ ରେ ତାହା କରି ଆଉ ଗୋଟିଏ ଦିନର ଦରମା ହରାଇଲେ । ଏହି ୧୩ ଜଣ ଶିକ୍ଷକଙ୍କ ଦରମା ବନ୍ଦ ପରେ ବି ଅନ୍ୟ ଶିକ୍ଷକମାନେ ସତର୍କ ହେଲେନାହିଁ । ମଧ୍ୟାହ୍ନ ଭୋଜନ ଏସ୍ଏମ୍ଏସ ନକରିବାରୁ ପୁଣି ବ୍ଲକ୍ ଶିକ୍ଷାଧିକାରୀଙ୍କ ଆଦେଶ ନଂ ୪୩୦/୨୦୧୮ ମାର୍ଚ୍ଚ ୯ ତାରିଖ ଦିନ ପୁଣି ୧୭ ଜଣ ଶିକ୍ଷକଙ୍କର ଦରମା ବନ୍ଦ କରିଦେଲେ । ଏହି ଦରମା ବନ୍ଦ ଆଦେଶରେ ଲେଖାଗଲା ପରବର୍ତ୍ତୀ ଆଦେଶ ନହେବା ପର୍ଯ୍ୟନ୍ତ ଏହି ଶିକ୍ଷକମାନଙ୍କର ଦରମା ବ୍ଲକ୍ ଶିକ୍ଷା ବିଭାଗର କିରାଣୀମାନେ କରିବେ ନାହିଁ । ଏହି ଶିକ୍ଷକମାନେ ହଲେ ଅଲାଲ ପ୍ରାଜେକ୍ଟ ଅପର ପ୍ରାଇମେରୀରେ ଜୟନ୍ତୀ ମିଶ୍ର, ବଡଗାଲୋ ବିଦ୍ୟାଳୟର ଅରୁଣ ଧୋତି ଜେନା, ବଳିୟାରପୁର ବିଦ୍ୟାଳୟର ବିମଳାନନ୍ଦ ପ୍ରଧାନ, ବଙ୍ଗାଳିପଡା ବିଦ୍ୟାଳୟର ଜ୍ଞାନରଂଜନ ଦାସ, ବି.ଏନ୍. ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀପ୍ତିକାନ୍ତ ପଣ୍ଡା, ବି.ଏନ୍.ଏମ୍.ଇର ନିର୍ମଳା ସାହୁ, ଫକୀରମୋହନ ଏମ୍.ଇ. ସିନେ୍ଦାଳର ମିଲାଦ ଖାନ୍, ଇଶାଣପୁର ବିଦ୍ୟାଳୟର ଭଗବାନ ଦାସ, ଲଞ୍ଜାତାରା ବିଦ୍ୟାଳୟର ସ୍ନେହପ୍ରଭା ପଣ୍ଡା, ମିରିପୁର ବିଦ୍ୟାଳୟର କୈଳାଶ ବେହେରା, ଓରାଳି ବିଦ୍ୟାଳୟର ଭାଗୀରଥି ରାଉତ, ପୁଣି ଅଲାଲ ପ୍ରୋଜେକ୍ଟ ବିଦ୍ୟାଳୟର ଜୟନ୍ତୀ ମିଶ୍ର, ଅଣ୍ଡରାଇ ବିଦ୍ୟାଳୟର ପୂର୍ଣ୍ଣଚନ୍ଦ୍ର ସେଠୀ, ବଳିୟାରପୁର ବିଦ୍ୟାଳୟର ବିମଳାନନ୍ଦ ପ୍ରଧାନ, ଦୋହରାସାହି ବିଦ୍ୟାଳୟର ସଂଜୟ ଜେନା, ନୟାପାଟଣା ବିଦ୍ୟାଳୟର ଶାନ୍ତିଲତା ବାରିକ, ନୂଆସାହି ବିଦ୍ୟାଳୟର ଚନ୍ଦ୍ରଶେଖର ବେହେରାଙ୍କ ଦରମା ବନ୍ଦ କରାଯାଇଛି । ଫେବୃୟାରୀ ୨୬ ରେ କରିଥିବା ତୃଟି ଯୋଗୁଁ ଶିକ୍ଷାଧିକାରୀଙ୍କ ପ୍ରଥମ ଚିଠି ନଂ ୪୧୮ / ୧୮ରେ ବଙ୍ଗାଳିପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ଞାନରଂଜନ ଦାସ, ଦଳେଇସାହି ବିଦ୍ୟାଳୟର ଗଣେଶ ପ୍ରସାଦ ବାରିକ, କୁମ୍ଭାରଗଢିଆ ବିଦ୍ୟାଳୟର ଦୀନବନ୍ଧୁ ସ୍ୱାଇଁଙ୍କ ଦରମା ବନ୍ଦ ହୋଇଥିବାବେଳେ ପୁଣି ଫେବୃୟାରୀ ୨୮ ରେ ସେହି ଭୁଳ୍ କଲେ । ଖାଲି ସେତିକି ନୁହଁ – ପୁଣି ମାର୍ଚ୍ଚ ମାସ ୩ ତାରିଖରେ ଖାମଖିଆଲି ନୀତି କରି ସେହି ବଙ୍ଗାଳିପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ଞାନ ରଂଜନ ଦାସ ଏବଂ ବଳିୟାରପୁର ବିଦ୍ୟାଳୟର ବିମଳାନନ୍ଦ ପ୍ରଧାନଙ୍କର ପୁଣି ଗୋଟିଏ ଦିନର ଦରମା ବନ୍ଦ ହେଲା । ସେହିପରି ପୁଣି ମାର୍ଚ୍ଚ ୬ ତାରିଖରେ ବଳିୟାରପୁର ବିଦ୍ୟାଳୟର ବିମଳାନନ୍ଦ ପ୍ରଧାନ ପୁଣି ଭୁଲ୍ କରି ଆଉ ଗୋଟିଏ ଦିନର ଦରମା ମଧ୍ୟ ବନ୍ଦ କଲେ । ସରକାରଙ୍କ ଶିକ୍ଷା ବିଭାଗ ଏହି ଗୋଟିଏ ଗୋଟିଏ ଦିନର ଦରମା ବନ୍ଦ କରି ଖାମଖିଆଲି ନୀତି ଅବଲମ୍ବନ କରୁଥିବା ଶିକ୍ଷକମାନଙ୍କ ଉପରେ ଅଂକୁଶ ଲଗାଇ ପାରୁନାହାଁନ୍ତି କି ଶିକ୍ଷାନୀତି ସଳଖ ହେଉନାହିଁ । ଅନୁରୂପ ଭଦ୍ରକ ଜିଲାରେ ୨୦୧୭-୧୮ ଶିକ୍ଷାବର୍ଷର ଅନ୍ତିମ ଏମ୍ଡିଏମ୍ ଚାଉଳକୋଟା ଉଠାଣରେ ଅହେତୁକ ବିଳମ୍ବ ଯୋଗୁଁ ଜିଲାରେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ । କେବଳ ଯେ ମଧ୍ୟାହ୍ନ ଭୋଜନ ବନ୍ଦ ହେବ ତା ନୁହେଁ ଆସନ୍ତା ୨୫ ତାରିଖ ସୁଦ୍ଧା ବର୍ଷର ଶେଷ ଏମ୍ଡିଏମ୍ ଚାଉଳ କୋଟା ଉଠାଣ ନହେଲେ ସମୁଦାୟ କୋଟା ମଧ୍ୟ ଲାପ୍ସ ହୋଇଯିବାର ଆଶଙ୍କା ଦେଖାଦେଇଛି । ଚଳିତ ଶିକ୍ଷାବର୍ଷର ଶେଷ ୩ ମାସ ସକାଶେ ୫ ହଜାର ୨୦ କ୍ୱିଣ୍ଟାଲ ୭୦ କିଗ୍ରା ଆବଶ୍ୟକ ପଡୁଥିବାବେଳେ କିଛି ବିଦ୍ୟାଳୟରେ ରହିଥିବା ବଳକା ଚାଉଳକୁ ବାଦ୍ ଦେଇ ମୋଟ ୪ ହଜାର ୭୦ କ୍ୱିଣ୍ଟାଲ ଚାଉଳର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲାପାଳ ତାଙ୍କ ପତ୍ରାଙ୍କ ନଂ ୨୨୦୧, ତା ୦୮.୦୩.୧୮ ରିଖରେ ଡିଷ୍ଟି୍ରକ୍ଟ ମ୍ୟାନେଜର ଓଡ଼ିଶା ରାଜ୍ୟ ସିଭିଲ୍ ସପ୍ଲାଇ କର୍ପୋରେସନ୍ କୁ ପ୍ରତ ଲେଖି ତୁରନ୍ତ ଏହି ଚାଉଳ ଯୋଗାଇ ଦେବାକୁ ନିଦେ୍ର୍ଦଶ ଦେଇଥିଲେ । ତେବେ ଜିଲାପାଳଙ୍କ ଚିଠି ଦିଆଯିବାର ଇତିମଧ୍ୟରେ ସପ୍ତାହ ବିତିବାକୁ ବସିଥିଲେ ମଧ୍ୟ ଏମ୍ଡିଏମ୍ ଚାଉଳ ଯୋଗାଣ କରୁଥିବା ସିଭିଲ୍ ସପ୍ଲାଇ କର୍ପୋରେସନ୍ ଏଥିନେଇ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିନାହାଁନ୍ତି । ତେଣେ ଆଲୋଟମେଣ୍ଟ ଦିଆଯିବାର ୨୫ ତାରିଖ ସୁଦ୍ଧା ଚାଉଳ ଉଠାଣ ନହେଲେ ସମୁଦାୟ କୋଟା ଲାପ୍ସ କରିଯିବାର ସମ୍ଭାବନା ରହିଥିବା ଯୋଗୁଁ ଶିକ୍ଷାବର୍ଷର ଶେଷ କ୍ୱାଟର ଚାଉଳ ଉଠାଣ ନେଇ ଏମ୍ଡିଏମ୍ ଦାୟିତ୍ୱରେ ଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବ୍ୟସ୍ତତା ପ୍ରକଟ କରିଛନ୍ତି । କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଜିଲାରେ ଏମ୍ଡିଏମ୍ ନେଉଥିବା କୌଣସି ବିଦ୍ୟାଳୟ ସେମାନଙ୍କ ସ୍କୁଲରେ ଚାଉଳ ନଥିବାରୁ ଏମ୍ଡିଏମ୍ ବନ୍ଦ ହୋଇଥିବା ନେଇ କୌଣସି ସୂଚନା ଦେଇନଥିଲେ ମଧ୍ୟ ଆଗାମୀ ସପ୍ତାହ ସୁଦ୍ଧା ବିଦ୍ୟାଳୟରେ ଶିକ୍ଷାବର୍ଷର ଅନ୍ତିମ କୋଟା ଏମ୍ଡିଏମ୍ ଚାଉଳ ନପହଞ୍ଚôଲେ ଅଧିକାଂଶ ସ୍କୁଲରେ ଏମ୍ଡିଏମ୍ ବନ୍ଦ ହେବା ସ୍ଥିତି ସ୍ପଷ୍ଟ ହୋଇଛି । କାରଣ ବର୍ତ୍ତମାନ ସ୍ଥିତିରେ ଚାଉଳ ସରିଯାଇଥିବା ବିଦ୍ୟାଳୟଗୁଡିକ ପାଖଆଖ ସ୍କୁଲରେ ରହିଥିବା ବଳକା ଚାଉଳ ଉଧାର ନେଇ ପରିସ୍ଥିତି ସମ୍ଭାଳି ନେଇଥିଲେ ମଧ୍ୟ ଏହା ସମାଧାନର ରାସ୍ତା ନୁହେଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେବେ ଚାଉଳ ସକାଶେ ଜିଲା ସିଭିଲ୍ ସପ୍ଲାଇ କର୍ପୋରେସନ୍କୁ ଚିଠି ଲେଖାଯିବାର ଇତିମଧ୍ୟରେ ସପ୍ତାହ ବିତିଥିବାବେଳେ କେଉଁ ପରିସ୍ଥିତିରେ ସିଭିଲ୍ ସପ୍ଲାଇ କର୍ପୋରେସନ୍ ଏମ୍ଡିଏମ୍ ଚାଉଳ ଏଲୋଟମେଣ୍ଟ ଦେଇନାହାଁନ୍ତି, ତାହା ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲାରେ ୭ଟି ବ୍ଲକ୍ ଏବଂ ୨ଟି ପୌରପାଳିକାରେ ଥିବା ୧ ହଜାର ୯୧୭ ଟି ବିଦ୍ୟାଳୟରେ ୧ ଲକ୍ଷ ୭୯ ହଜାର ୮୭୫ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି ।
