ଜିଲ୍ଲା ପରିକ୍ରମା

ଭଦ୍ରକ ଜିଲାରେ ଉନ୍ନୟନ କାର୍ଯ୍ୟ ସନ୍ତୋଷ ଜନକ: ସଚିବ

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଦାୟିତ୍ୱରେ ଥିବା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ଶ୍ରୀନିବାସନ ଦୁଇ ଦିନିଆ ଜିଲା ଗସ୍ତ ସାରି ଫେରିଛନ୍ତି। ସଚିବ ଶ୍ରୀନିବାସନ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଜିଲ୍ଳାରେ ସରକାରୀ କାର୍ଯ୍ୟକ୍ରମ କେମିତି ଚାଲିଛି ସେ ସଂପର୍କରେ ସୂଚନା ଦେଇଥିଲେ। ଜିଲାରେ ସରକାରଙ୍କ ପ୍ରମୁଖ ୧୨ଟି ଯୋଜନା (ଗ୍ରାମୀଣ ଆବାସ ଠାରୁ ଆରମ୍ଭ କରି ପାନୀୟ ଜଳଯୋଗାଣ ଯାଏ)ର କାର୍ଯ୍ୟକାରିତା ସନ୍ତୋଷଜନକ ବୋଲି ସଚିବ କହିଥିଲେ। ତେବେ କେତେକ ସମସ୍ୟା ତାଙ୍କ ନଜରକୁ ଆସିବା ପରେ ତାହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିବା ସଚିବ କହିଥିଲେ। ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ହଷ୍ଟେଲର ଛାତ୍ରଛାତ୍ରୀ ତଳେ ବସି ଖାଇବେ ନାହିଁ। ସମସ୍ତ ଛାତ୍ରଛାତ୍ରୀଙ୍କ ଖାଇବା ପାଇଁ ଟେବୁଲ ଚେୟାରର ବ୍ୟବସ୍ଥା ହେବ ବୋଲି ସଚିବ ସୂଚନା ଦେଇଥିଲେ। ମହିଳା ଓ ଶିଶୁବିକାଶ, ମିଶନ ଶକ୍ତି, ମମତା ଯୋଜନା, ଅଙ୍ଗନବାଡି କେନ୍ଦ୍ରନିର୍ମାଣ, ସ୍ୱୟଂ ସହାୟକ ଗୋଷ୍ଠୀକୁ ସଶକ୍ତ କରିବା, ନିରାମୟ ଯୋଜନାରେ ରୋଗୀମାନଙ୍କୁ ମାଗଣାରେ ଔଷଧ ପ୍ରଦାନ ଆଦିର ସମୀକ୍ଷା କରିଥିବା ସଚିବ ଦର୍ଶାଇଥିଲେ। ଅଚଳ ଥିବା ୧୩୨ଟି ଉଠା ଜଳସେଚନ ପଏଂଟକୁ କାର୍ଯ୍ୟକ୍ଷମ କରିବାକୁ ସଚିବ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଆଖୁଆପଦାଠାରୁ ଭଦ୍ରକ ପର୍ଯ୍ୟନ୍ତ ଜାତୀୟ ରାଜପଥ ଦୁର୍ଘଟଣା ପ୍ରବଣ ହୋଇ ପଡିଥିବାରୁ ଆବଶ୍ୟକ ସତର୍କତା ସହିତ ରାସ୍ତା ରାମତି ଘେନି ମଧ୍ୟ ସଚିବ ବିଭାଗୀୟ ଇଞ୍ଜିନିୟରଙ୍କ ସହିତ ଆଲୋଚନା କରିଥିବା କହିଥିଲେ। ମିଶନ ଶକ୍ତି ଯୋଜାନରେ ମହିଳା, ଯୁବତୀମାନଙ୍କ ଡ୍ରାଇଭିଂ ଟ୍ରେନିଂ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ରାଜଧାନୀରେ ଟ୍ରେନିଙ୍ଗ ବ୍ୟବସ୍ଥା କରାଯାଇଥିବା ସଚିବ ସୂଚନା ଦେଇଥିଲେ। ସେହିଭଳି ଚାନ୍ଦବାଲିରେ ଥିବା ନାବିକ ପ୍ରଶିକ୍ଷଣ କେନ୍ଦ୍ରର ବିକାଶ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଅଗଷ୍ଟ ସୁଦ୍ଧା ଚାନ୍ଦବାଲିର ବିଜୁଳି କାଟକୁ ରୋକିବା ଲାଗି ପଦକ୍ଷେପ ନିଆଯିବ ବୋଲି ସଚିବ ସୂଚନା ଦେଇଥିଲେ। ସଚିବଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଗୋଲେଖ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top