ଜିଲ୍ଲା ପରିକ୍ରମା

ଭଦ୍ରକ : ଜାତୀୟ ରାଜପଥ ସମ୍ପ୍ରସାରଣ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଧାମନଗର ଛକରେ ବଢୁଛି ଦୁର୍ଘଟଣା, ଓଭରବ୍ରିଜ ନିର୍ମାଣ ଦାବି

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଜାତୀୟ ରାଜପଥ ସମ୍ପ୍ରସାରଣ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ୫ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲା ଅନ୍ତର୍ଗତ ଧାମନଗର ଛକରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଜୀବନ ହାନୀ ହେଉଥିବା ବେଳେ ଏହି ଘଟଣାକୁ କେନ୍ଦ୍ରକରି ସଂପ୍ୟକ୍ତ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ପା୍ଚନମ୍ବର ଜାତୀୟ ରାଜପଥ ଧାମନଗର ଛକରେ ବିଭିନ୍ନ ସମୟରେ ଘଟୁଥିବା ଦୁର୍ଘଟଣା ସଂପର୍କରେ କୁହାଯାଇଛି ଯେ କିଛି ବର୍ଷ ତଳେ ଜାତୀୟ ରାଜପଥ ସମ୍ପ୍ରସାରଣ କରାଯିବା ସମୟରେ ବିଭିନ୍ନ ଆଡେ ଓଭରବ୍ରିଜ କରାଯାଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଗମନା ଗମନର ସୁବିଧା କରାଗଲା। ହେଲେ ଭଦ୍ରକ ଜିଲାର ଏକ ସମ୍ବେଦନଶୀଳ ଧାମନଗର ଛକର ଲୋକଙ୍କ ଯିବା ଆସିବା ସୁବିଧା ନିମନ୍ତେ କର୍ତ୍ତୃପକ୍ଷ ସେଭଳି କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ସେହିଭଳି ରାଜପଥ ସମ୍ପ୍ରସାରଣ ବେଳେ ଛକ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଲୋକେ ଧାମନଗର ଛକରେ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ହେଲେ ସେତେବେଳେ ଲୋକଙ୍କ ଦାବିକୁ କର୍ତ୍ତୃପକ୍ଷ ଗୁରୁତ୍ୱ ନ ଦେଇ ଅବହେଳା କରିଥିଲେ। ଅନ୍ୟପକ୍ଷରେ ଏକ ନିର୍ଦ୍ଧିଷ୍ଟ ପେଟ୍ରୋଲ ଟାଙ୍କିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୈତିକ ଚାପ ଯୋଗୁଁ ଧାମନଗର ଛକରେ ଓଭରବ୍ରିଜ ହୋଇପାରି ନ ଥିବା ସେତେବେଳେ ଅଭିଯୋଗ ହୋଇଥିଲା। ଏହାର ପରିଣାମ ସ୍ୱରୂପ ଏହି ଛକରେ ପ୍ରତ୍ୟେକ ଦିନ ବିଭିନ୍ନ ଯାନ, ପଥଚାରୀ, ସାଇକଲ ଆରୋହୀ, ଗାଈଗୋରୁ ଇତ୍ୟାଦି ଯିବା ଆସିବା ବେଳେ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଘଟିବା ପରବର୍ତ୍ତୀ ସମୟରେ ଛକରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେଉଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କରିବା ସହ ଏଠାରେ ଏକ ଓଭରବ୍ରିଜ ନିର୍ମାଣ କରାଇ ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଦାବି କରୁଛନ୍ତି। ସମସ୍ୟାର ଆଶୁ ସମାଧାନ ନିମନ୍ତେ ଜିଲା ପ୍ରଶାସନ ଅଧିକାରୀ ଆନ୍ଦୋଳନକାରୀଙ୍କ ଦାବିକୁ ଯଥାର୍ଥ ଦର୍ଶାଇ ତୁରନ୍ତ ଏଠାରେ ଓଭରବ୍ରିଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ଆସୁଥିଲେ ହେଁ ବର୍ଷ ବର୍ଷ ବିତିଗଲା ପରେ ମଧ୍ୟ ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି। ଜାତୀୟ ରାଜପଥ ସଂପ୍ରସାରଣ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ସମ୍ବେଦନଶୀଳ ଧାମନଗର ଛକରେ ତୁରନ୍ତ ଓଭରବ୍ରିଜ ନିର୍ମାଣ କରାଇବା ପାଇଁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top