ଭଦ୍ରକ : ଚୋରା ମଦ କାରବାର ପ୍ରତିବାଦରେ ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ

ଭଦ୍ରକ, ୨୦ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଚାନ୍ଦବାଲି ବ୍ଲକ ଚରଦିଆ ପଞ୍ଚାୟତର ଦଳିତ ମହାସଂଘ ଓ ମା’ ଦୁର୍ଗା ମହିଳା ସମତି ନେତୃତରେ ଶତାଧିକ ମହିଳା ଓ ପୁରଷ କର୍ମୀ ପଞ୍ଚାୟତରେ ଚୋରାମଦ କାରବାର ବନ୍ଦ କରିବା ପାଇଁ ଏସଡିପିଓ ଅଫିସ ଘେରାଉ ପରିବା ସହ ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘଦିନ ହେବ ଏହି ପଞ୍ଚାୟତରେ ଅବାଧରେ ଚୋରାମଦ ବ୍ୟାପକ ଭାବରେ ୧୦ଟି ସ୍ଥାନରେ କାରବାର ହେଉଛି। ଗ୍ରାମବାସୀ ଏହାର ପ୍ରତିବାଦ କରି ବାଂଶଡା ଥାନାରେ ବହୁବାର ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରୁ ନ ଥିବାରୁ ଏହାର ପ୍ରତିବାଦ କରି ଗ୍ରାମବାସୀ ଏସଡିପିଓ ଅଫିସ ଘେରାଉ କରିଥିଲେ। ଉକ୍ତ ପଞ୍ଚାୟତରେ ଗ୍ରାମରେ ଅଧିକାଂଶ ସମୟରେ ମଦୁଆଙ୍କ ପ୍ରଦୁର୍ଭାବରେ ଗ୍ରାମବାସୀ ଅସୁରକ୍ଷତି ମନେ କରୁଛନ୍ତି। ଏହାର ପ୍ରତିବାଦ ସ୍ୱରୁପ ଗ୍ରାମବାସୀ ଏସଡିପିଓ ଅଫିସ ଘେରାଉ କରିବା ସହ ପୁଲିସ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଆଗାମୀ ଦିନରେ ଯଦି ଏହାର ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘର ଆବାହକ ମିଲନ ଦାସ ଏବଂ ରାଜ୍ୟ ଦଳିତ ସଂଘର ସଭାପତି ବିଜୟ ସେଠୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *