ଭଦ୍ରକ : ଚର୍ଚ୍ଚା ଓ ବିବାଦରେ ଚାନ୍ଦବାଲି ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଅଦାଲତରେ ମୋକଦ୍ଦମା ଥିବା ସତ୍ତ୍ୱେ ବିକ୍ରି ହୋଇଗଲା ବିବାଦୀୟ ଜମି

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ଚାନ୍ଦବାଲି ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଏବେ ଜମି ଜାଲିଆତିର ପେଣ୍ଠ ସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ଏହି କାର୍ଯ୍ୟାଳୟ ଅଧୀନରେ ଧାମରା ବନ୍ଦର ଆସୁଥିବାରୁ ଏବଂ ଉକ୍ତ ତହସିଲ୍ ଅଧୀନରେ ଜମି ଜମାର ସଠିକ୍ ବନେ୍ଦାବସ୍ତ ହୋଇ ନ ଥିବାରୁ କେତେବେଳେ ମଲା ଲୋକଙ୍କ ନାଁରେ ଜମି ବିକ୍ରି ହୋଇଯାଉଛି ତ’ ପୁଣି କେତେବେଳେ ଅଦାଲତରେ ମକୋଦ୍ଦମା ଥିବା ଜମି ବିକ୍ରି ହୋଇଯାଉଥିବା ନେଇ ଅଭିଯୋଗ ହେଉଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗତ ୧୦ ତାରିଖରେ ହୋଇଥିବା ଏକ ଜମି ବିକ୍ରିରୁ । ଅଦାଳତଙ୍କର ସ୍ଥିତାବସ୍ତା ସତ୍ତ୍ୱେ ଉକ୍ତ ବିବାଦିୟ ଜମିର କିଛି ଅଂଶ ବିକ୍ରି ହୋଇଯାଇଛି । ଯାହା ଏବେ ଚାନ୍ଦବାଲିରେ ଚର୍ଚ୍ଚାରେ ବିଷୟ ହୋଇଛି । ତଥ୍ୟ ଅନୁଯାୟୀ; ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଉତ୍କୁଡା ପଞ୍ଚାୟତର ପାଙ୍ଗୁଡା ମୌଜାରେ ଖତିଆନ ନଂ-୧୫୦ରେ ସ୍ୱର୍ଗତ ହୃଷିକେଶ ପାଢୀଙ୍କ ସଂପତ୍ତି ଅବସ୍ଥିତ । ସ୍ୱର୍ଗତ ପାଢୀଙ୍କ ୬ ପୁଅ ଓ ୨ ଝିଅ ଥିଲାବେଳେ ଚକବନ୍ଦୀରେ ଝିଅ ନ ଥିବା ଦର୍ଶାଇ ଅଭିଯୋଗକାରୀଣି ସତ୍ୟଭାମା ପତି (ପାଢୀ)ଙ୍କୁ ତାଙ୍କର ଭାଇମାନେ ଉକ୍ତ ମାଲିକାନା ସତ୍ୱରୁ ନାମ କାଟିଦେଇଥିବାର ଅଭିଯୋଗ ହୋଇଛି । ପରେ ଏ ବିଷୟରେ ସତ୍ୟଭାମା ଜାଣିବା ପରେ ପୈତୃକ ସଂପତ୍ତିରୁ  ନିଜର ୧/ ୭ଅଂଶ ପାଇବା ପାଇଁ ଭାଇମାନଙ୍କ ନିକଟରେ ଦାବି କରିଥିଲେ । ହେଲେ ଭାଇମାନେ ସେଥିରେ ସହମତି ପ୍ରକାଶ କରି ନ ଥିଲେ । ଓଲଟି ଏହି ବିବାଦିୟ ସତ୍ୱରୁ କିଛି ଅଂଶ ବିକି ଦେବା ପାଇଁ ମସୁଧା କରିଥିଲେ । ଏକଥା ଜାଣିବା ପରେ ଅଭିଯୋଗକାରୀଣି ସତ୍ୟଭାମା ଭଦ୍ରକର ସିଭିଲ୍ ଜଜ୍(ସିନିୟର) ଅଦାଲତରେ ଏକ ଭାଗବଣ୍ଟା ମାମଲା ଋଜୁ କରିଥିଲେ ଏବଂ ଏହି ଜମି ବିକ୍ରୟ ଉପରେ ସ୍ଥଗିତାଦେଶ ଆଣିବା ପାଇଁ ଚେଷ୍ଟା କରିଥିଲେ । ଗତ ୮ ତାରିଖରେ ସେ ଏ ସମ୍ଭଦ୍ଧରେ ନିଜ ଓକିଲଙ୍କ ଜରିଆରେ ଏକ ସତ୍ୟପାଠ ସ୍ଥାନୀୟ ସବ୍ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଅଦାଲତଙ୍କ ସ୍ଥଗିତାଦେଶ ୨ ଦିନ ମଧ୍ୟରେ ଆଣି ସବ୍ ରେଜିଷ୍ଟ୍ରାରଙ୍କୁ ଦେବେ, ଏଣୁ ଉକ୍ତ ବିବାଦୀୟ ଜମିକୁ ବିକିବା ପାଇଁ ଅନୁମତି ଦିଆ ନ ଯାଉ । ହେଲେ ଚାନ୍ଦବାଲିର ସବ୍ ରେଜିଷ୍ଟ୍ରାର ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ । ଓଲଟି ତାଙ୍କର ଭାଇମାନଙ୍କୁ ଜମିରୁ କିଛି ଅଂଶ ବିକିବା ପାଇଁ ଅନୁମତି ଦେଇଥିଲେ । ଅଭିଯୋଗକାରୀଣିଙ୍କ ବଡଭାଇ ସ୍ୱର୍ଗତ ରମାକାନ୍ତ ପାଢୀଙ୍କ ମୃତୁ୍ୟ ହୋଇଯାଇଥିବା ବେଳେ ତାଙ୍କର ୨ପୁଅ ରବୀନ୍ଦ୍ର ଓ ମନୋରଞ୍ଜନଙ୍କୁ ଅନ୍ୟ ୫ ଭାଇ ଜମି ବିକ୍ରୟ ବେଳେ ଡାକି ନ ଥିବାର ମଧ୍ୟ ଅଭିଯୋଗ ହୋଇଛି । ଏଠାରେ ସ୍ୱଳ୍ପ ପ୍ରଶ୍ନ ଉଠେ ଅଦାଲତରେ ବିଚାରଧୀନ ଥିବା ଏକ ବିବାଦୀୟ ଜମିକୁ ବିକ୍ରୟ ପାଇଁ ସବ୍ ରେଜିଷ୍ଟ୍ରାରଙ୍କ ଅନୁମତି ଦେବାର ରହସ୍ୟ କଣ? କାହା ଚାପରେ ସେ ଏହାକୁ ଅନୁମତି ପ୍ରଦାନ କଲେ । ସବୁଆଡୁ ନିରାଶ ହୋଇ ଅଭିଯେଗକାରୀଣି  ଚାନ୍ଦବାଲି ବ୍ଲକରେ ଭଦ୍ରକ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଏ ପ୍ରସଙ୍ଗରେ ଅଭିଯୋଗ କରିଛନ୍ତି । ଏ ସମ୍ଭଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳଙ୍କୁ ଗୁହାରୀ କରିଛନ୍ତି । ଅପରପକ୍ଷରେ ଚାନ୍ଦବାଲିର ସବ୍ ରେଜିଷ୍ଟ୍ରାରଙ୍କୁ ଅଭିଯୋଗ ସମ୍ଭଦ୍ଧରେ ପଚାରିବାରୁ ତାଙ୍କ ପାଖରେ କୌଣସି ଅଦାଲତର ନିର୍ଦେଶନାମା ପହଞ୍ଚô ନ ଥିଲା ବୋଲି କହିଛନ୍ତି । ତାଙ୍କୁ ଦିଆଯାଇଥିବା ଏଫିଡେବିଟି ବିଷୟରେ କିଛି କହିବାକୁ ମନା କରିଥିଲେ । ଯେଉଁ ଗୋଟିଏ ପକ୍ଷଙ୍କ ଅନୁପସ୍ଥିରେ ଜମି ବିକ୍ରି ହେଲା ତାହା ଆଇନ ଅନୁଯାୟୀ ହୋଇଛି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *