ଜିଲ୍ଲା ପରିକ୍ରମା

ଭଦ୍ରକ ଚରମ୍ପାରେ ଜମୁଛି ଓଡ଼ିଶା ପ୍ରସିଦ୍ଧ କାଳୀପୂଜା : ପୌରାଣିକ ପାଶ୍ୱର୍ମେଢର ଚମକରେ ପୂଜା ପାଉଛନ୍ତି ମା’ ପଥରକାଳୀ

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –  ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜାର ଇତିହାସ ପ୍ରାୟ ଶହେ ବର୍ଷ ତଳର । ଚରମ୍ପା ଷ୍ଟେସନ ବଜାରରେ ଏହି ପୂଜାର ଆରମ୍ଭ ହୋଇଥିଲା ବୋଲି ଏହାର ଇତିହାସ କହେ । ଭଦ୍ରକର ମା’ ଭଦ୍ରକାଳୀ ପୀଠରେ ମା’ଙ୍କୁ ଶାନ୍ତ କାଳୀ ଭାବେ ପୂଜା କରାଯାଉଥିବାବେଳେ ଏହି କାଳୀପୂଜା ଦିନ ମା’ ଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥାଏ । ତେବେ ମା’ଙ୍କର ଏବେ ସପ୍ତମାତୃକା ବେଶ କରାଯାଉଛି । ଚରମ୍ପାରେ ଆରମ୍ଭ ହୋଇଥିବା  ଲୋକସେଡ୍ ବା ପଥରକାଳୀର ପୂଜା ପରେ ପରେ  ପିଡ଼ବ୍ଲୁ୍ୟଆଇ ପୂଜା କମିଟି, ଟ୍ରାଫିକ୍ ଛକ ପୂଜା କମିଟି, ହାଇସ୍କୁଲ ରୋଡ୍ ପୂଜା କମିଟି, ବାସନ୍ତୀ ଦୁର୍ଗା ମଣ୍ଡପ କାଳୀପୂଜା କମିଟି, ଏରେଇଁ ସ୍ଥିତ କାଳୀପୂଜା କମିଟି ସମେତ ଦକ୍ଷିଣେଶ୍ୱର କାଳୀ,ପୁରୁଣାବଜାର କାଳୀ, ସନ୍ଥିଆ କାଳୀ,  ୬ ବର୍ଷ ହେବ ନୂତନ ଭାବେ  ଡ଼ଗରା ସାହି  ଏବଂ ୭ ବର୍ଷ ହେବ ଓ.ଏସ୍.ଆର.ଟି.ସି. କାଳୀ କମିଟି ଦ୍ୱାରା ପୂଜା ପାଇବାକୁ ଥିବା ମୃଣ୍ମୟୀ ପ୍ରତିମା ଓ  ଦୁଇବର୍ଷ ହେବ ନୂତନ ଭାବେ ଆରମ୍ଭ ହୋଇଥିବା ଚରମ୍ପାର ପାଟଣାସାହି କାଳୀକୁ ମିଶାଇ  ମୋଟ ୧୩ ସ୍ଥାନରେ ମା’ଙ୍କ ପୂଜା ଆରାଧନା ପାରମ୍ପରିକ ରିତୀରେ ବେଶ୍ ଉସôାହର ସହ କରାଯାଉଛି ।  ପ୍ରତ୍ୟେକ ପୂଜା କମିଟିର ବ୍ୟୟ ୩ ଲକ୍ଷରୁ ଆରମ୍ଭ ହୋଇ ୧୦ ଲକ୍ଷ ପର୍ଯ୍ୟନ୍ତ ରହିଛି । ଚରମ୍ପା ଷ୍ଟେସନରେ  ପ୍ରଥମେ ଜନୈକ ଦକ୍ଷିଣ ଭାରତୀୟ ରେଳ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ସହଯୋଗରେ କଲକତାରୁ ମା’ କାଳୀଙ୍କର ଏକ ପଥର ପ୍ରତିମା ଆଣି ପୁରୁଣା ଷ୍ଟେସନ ବଜାରଠାରେ ପୂଜା ଆରମ୍ଭ କରିଥିଲେ । ଯାହା ଏବେ ପଥରକାଳୀ (ଲୋକ ସେଡ଼୍ କାଳୀ) ନାମରେ ପୂଜା ପାଉଛନ୍ତି । ଏହାପରେ ପରେ ଆରମ୍ଭ ହୋଇଥିଲା ଅନ୍ୟ ପୂଜା କମିଟିର ପୂଜୋସôବ ।  ଏହି ପୂଜାର ଇତିହାସ ଚଳିତବର୍ଷ ୯୩ବର୍ଷରେ ପହଂଚିଛି । ଏହା ଷ୍ଟେସନ ଅଂଚଳର ପ୍ରଥମ ପ୍ରତିଷ୍ଠିତ ପଥର ତିଆରି କାଳୀ  ହୋଇଥିବାରୁ ପ୍ରତିବର୍ଷ ସ୍ଥାୟୀ ପ୍ରତିମା ଷୋଡଶ ଉପଚାରରେ ପୂଜା ପାଇଥାଏ । ଅନ୍ୟ କମିଟି ଭଳି ଏହାର ମୂଳ ମା’କାଳୀଙ୍କ ମୂର୍ତ୍ତୀ ନିର୍ମାଣ ହୋଇନଥାଏ । କିନ୍ତୁ ବାରୁଆଳୀ ଓ ପାଶ୍ୱର୍ ମେଢ଼ ନିର୍ମାଣ ହୋଇଥାଏ । ଚଳିତବର୍ଷ ଏହି ପୂଜା ପାଇଁ ସମୁଦାୟ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ ହେବ ବୋଲି କହନ୍ତି ପୂଜା କମିଟିର ସଭାପତି ଗୋଲଖ ଶେଖର ରାଉତ ଓ ସଂପାଦକ ଜିତେନ୍ଦ୍ର କୁମାର ପତି ।  ଚଳିତବର୍ଷ ଏହାର ତୋରଣରେ ୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ପାଶ୍ୱର୍ ମେଢ ନିମନ୍ତେ ୬୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି ।  ଭଦ୍ରକ ସହରର ଅପର୍ତ୍ତିବିନ୍ଧାର କୁମ୍ଭାରସାହି ନିବାସୀ ନିତାଇ ଗୌର କଳାମନ୍ଦିରର ଶିଳ୍ପୀ ୰ ହାଡିବନ୍ଧୁ  ମୁଦୁଲିଙ୍କ ଦେହାନ୍ତ ପରେ ତାଙ୍କ ପୁତ୍ର ନିତ୍ୟାନନ୍ଦ ମୁଦୁଲି ଓ ଭଦ୍ରକର ବେନ୍ତାଳ ଜଗନ୍ନାଥପୁର ନିବାସୀ ଚିତ୍ରଶିଳ୍ପୀ ନିରଂଜନ ଦାସଙ୍କ ମିଳିତ ସହଯୋଗରେ ଏହି ମେଢ ଓ ଏହାର ସାଜସଜ୍ଜା କରାଯାଇଛି । ପୌରାଣିକ କଥାବସ୍ତୁ ତି୍ରପୁରାସୁର ବଧ, ଇନ୍ଦ୍ରଲୋକରୁ ଗରୁଡର ଅମୃତ ଚୋରି ଓ ଯୁଦ୍ଧ ପରେ ବିଷ୍ଣୁଙ୍କ ବାହନ ହୋଇ ତାଙ୍କୁ ତାହା ଅର୍ପଣ ଭଳି ବହୁ ପାଶ୍ୱର୍ ମେଢର କଳା ନୈପୁଣ୍ୟ ଏହାର ସୌନ୍ଦର୍ଯ୍ୟକୁ ବେଶ୍ ବୃଦ୍ଧି କରିଛି । ଏହା ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମୀନାବଜାର ଓ ଦୋକାନ ଗୁଡିକର ପସରା ଯାତ୍ରାକୁ ଆସୁଥିବା ଲୋକଙ୍କ ମନକୁ ବେଶ୍ ଛୁଇଁଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top