ଜିଲ୍ଲା ପରିକ୍ରମା

ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଚିତ୍ର ନୀତି ପୁରୁଣା ପୋଲକୁ ବାଁଉଶ ଭରସା, ନୂଆର ଆପ୍ରୋଚ ରୋଡ ନାହିଁ

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ଗ୍ରାମ ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଗ୍ରାମ ଉନ୍ନୟନର ଦାୟିତ୍ୱ ନେଇଥିବା ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତ୍ତୃପକ୍ଷଙ୍କ ପାଇଁ ବୋଧେ ଏହା ମୂଲ୍ୟହୀନ। ଏହା ହୋଇ ନଥିଲେ ଏହି ଜିଲାର ତିହିଡି ବ୍ଲକ ଅଧୀନ ପାଳିଆବିନ୍ଧା ପଞ୍ଚାୟତର ନିର୍ମିିତ ପୋଲର ଆପ୍ରୋଚ ରୋଡ କେବେଠାରୁ ନିର୍ମାଣ ହୋଇସାରିଥାନ୍ତା ବୋଲି କୁହାଯାଇଛି। ପାଳିଆ ହାଟ ନିକଟ କୁଣ୍ଢୀନଦୀ ଉପରେ ଏକ ପକ୍କା ପୋଲ ଥିଲା। ଏହା ଦୁର୍ବଳ ହୋଇଯିବା କାରଣରୁ ଅନ୍ୟ ଏକ ପୋଲ ନିର୍ମାଣ କରିବା ଜରୁରିହୋଇ ପଡିଥିଲା। ଫଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏସଆର ଅର୍ଥରେ ପୁରୁଣା ପୋଲ ନିକଟରେ ଏକ ନୂତନ ପୋଲ ନିର୍ମାଣ ହୋଇଥିଲା। ଆଜିକୁ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଗଲାଣି ଏହି ନୂତନ ପୋଲର ୱିଙ୍ଗ ୱାଲ ନିର୍ମାଣ ହେଉନାହିିଁ କି ଆପ୍ରୋଚ ରୋଡ ମଧ୍ୟ କରାଯାଉନାହିଁ। ଫଳରେ ପୋଲଟି ସେହିପରି ପଡିରହିଛି। ଅପରପକ୍ଷରେ ପୁରାତନ ପୋଲର ଉଭୟ ପାର୍ଶ୍ୱ ପକ୍କା ରେଲିଂ ସଂପୂଣ୍ଣ ର୍ ଭାଙ୍ଗି ଯାଇଛି। ଦୁର୍ଘଟଣାରୁ ସୁରକ୍ଷା ଦେବାପାଇଁ ସ୍ଥାନୀୟ ସରପଞ୍ଚ ଉଷାକାନ୍ତ ନାୟକ ଉଭୟ ପାଶ୍ୱର୍ରେ ବାଉଁଶ ବାନ୍ଧିଛନ୍ତି। ସଂପୃକ୍ତ ପୋଲଟି ପାଳିଆବିନ୍ଧା ଓ ପାଳିଆ ମଧ୍ୟରେ ସଂଯୋଗ କରିବା ସହ ତିହିଡି ଓ ସାବରଙ୍ଗ ମଧ୍ୟରେ ମଧ୍ୟ ଏହା ସଂଯୋଗ ସ୍ଥାପନରେ ସହାୟକ ହୋଇଥାଏ। ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମିତ ହୋଇଥିବା ସଂପୃକ୍ତ ପୋଲଟି କୌଣସି କାମରେ ଆସୁନାହିଁ। ପାଳିଆବିନ୍ଧା ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ସଂପୃକ୍ତ ପୋଲଟିର ବଳକା କାମ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ଠିକାଦାରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅନୁରୋଧ କରିସାରିଲେଣି। ତଥାପି କେହି କର୍ଣ୍ଣପାତ ନକରିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କହିଛନ୍ତି। ଆବଶ୍ୟକ ହେଲେ ଆନ୍ଦୋଳାନତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏ ସଂପର୍କରେ ପ୍ରତିକ୍ରିୟା ନେବାପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ତେବେ ସେ ଫୋନ ଉଠାଇ ନଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top