ଜିଲ୍ଲା ପରିକ୍ରମା

ଭଦ୍ରକ : ଗାଁ ରାସ୍ତାର ସଙ୍ଗୀନ ଅବସ୍ଥା, ବିଡିଓଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗାଁ ରାସ୍ତା ଅବସ୍ଥା ସଙ୍ଗୀନ। ଅସରାଏ ବର୍ଷାରେ କାଦୁଅ ସରସର ହେଉଛି ରାସ୍ତା। ମୌସୁମୀ ଆସିବାକୁ କିଛିଦିନ ବାକିଥିବା ବେଳେ କାଳବୈଶାଖୀ ବର୍ଷାରେ ଗାଁ ରାସ୍ତାର ସ୍ଥିତି ବେହାଲ ହେଉଛି। ରାସ୍ତା ନିର୍ମାଣ ପାଇଁ ବରଣ୍ଡୁଆ ପଞ୍ଚାୟତର ଜେନାସାହି ଗ୍ରାମବାସୀ ପଞ୍ଚାୟତ ସ୍ତରରେ ଗୁହାରି କରି ନିରାଶ ହେବାପରେ ବିଡିଓଙ୍କଠାରେ ଫେରାଦ ହୋଇଛନ୍ତି। ବେତଡା-କ୍ଷୀରକୋଣା ଆରଡି ରାସ୍ତାଠାରୁ କେନାଲକୁ ସଂଯୋଗ କରୁଛି ଏହି ରାସ୍ତା। ରାସ୍ତା ଉପରେ ଜେନାସାହି, ସାହୁସାହିର ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ୱ ପରିବାର ନିର୍ଭର କରନ୍ତି। ସ୍ଥାନୀୟ ବିଦ୍ୟାଳୟ, ଅଙ୍ଗନବାଡି ଓ ମନ୍ଦିରକୁ ଦୁଇ ସାହି ପାଇଁ ଏକମାତ୍ର ରାସ୍ତା। ଏଥିସହିତ ସମଗ୍ର ମଧୁସୂଦନପୁର ଗ୍ରାମବାସୀଙ୍କ ଚାଷ ଜମିକୁ ମୁଖ୍ୟ ରାସ୍ତା। ଦୀର୍ଘବର୍ଷ ତଳେ ଏହି ରାସ୍ତାରେ ମାଟି କାମ ହୋଇଥିଲା। ଆଉ ମାଟି ଅବା ମୋରମ ମୁଠେ ପଡିନି। ଗୋହିରି ପାଲଟିଲାଣି ଗାଁ ରାସ୍ତା। ଖରାଦିନରେ ଯାହା ଯେମିତି ଲୋକମାନେ ଚଳିଯାଉଛନ୍ତି, ବର୍ଷା ଦିନର ଅବସ୍ଥା ଭାରି ଖରାପ ହେଉଛି। ନିକଟରେ କାଳବୈଶାଖୀ ବର୍ଷା ସାହିବାସୀଙ୍କୁ ନାକେଦମ କରିଛି। କାଦୁଅ ବଲବଲ ରାସ୍ତାରେ ବୟସ୍କଠାରୁ ପିଲା ଯାଏ ଯିବାକୁ ବାଧ୍ୟ ହେଉଛନ୍ତି। କାଳବୈଶାଖୀ ବର୍ଷାରେ ରାସ୍ତାର ଅବସ୍ଥା ଯାହା, ବର୍ଷା ଦିନ ପାଇଁ ଲୋକଙ୍କ ଦୁଃଖ ବଢୁଛି। ଗାଁ ରାସ୍ତାର ଅବସ୍ଥାକୁ ନେଇ ଗ୍ରାମବାସୀ ବହୁବାର ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଥିଲେ ବି ଅବସ୍ଥା ସୁଧୁରି ପାରୁନି। କଂକ୍ରିଟ ରାସ୍ତା ନିର୍ମା ଗ୍ରାମବାସୀ ବିଡିଓଙ୍କୁ ନିବେଦନ କରିଛନ୍ତି। ମଧୁସୂଦନପୁର ଗ୍ରାମବାସୀଙ୍କ ରାସ୍ତା ସମସ୍ୟା ଅଭିଯୋଗ ସଂପର୍କରେ ଅବଗତ ହୋଇଛି। ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ବିଡିଓ ବୀରକିଶୋର ପାଣିଗ୍ରାହୀ କହିଛନ୍ତି। ତେବେ ବିଡିଓ ମଧୁସୂଦନପୁର ଜେନାସାହି ଅଧିବାସୀଙ୍କ ରାସ୍ତା ସମସ୍ୟାକୁ କେତେଦୂର ଗୁରୁତ୍ୱ ଦେଉଛନ୍ତି ତାହା ସମୟ କହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top