ଜିଲ୍ଲା ପରିକ୍ରମା

ଭଦ୍ରକ : ଗଣଶିକ୍ଷା ବିଭାଗ ଅଧୀନକୁ ଗଲା ଶ୍ରୀ ଗଣେଶ ସଂଗୀତ ମହାବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ଦାବି

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲାରେ ସଂଗୀତ କଳାର ବିକାଶ ଓ ଯୁକ୍ତଦୁଇ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଗୁଆମଳାର ଶ୍ରୀ ଗଣେଶ ସଂଗୀତ ମହାବିଦ୍ୟାଳୟ ୨୦୦୬-୭ ଶିକ୍ଷାବର୍ଷରୁ +୨ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଅନୁଷ୍ଠାନ ଭାବେ ସଫଳତାର ସହ ଶିକ୍ଷାଦାନ କରିଆସୁଛି। ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗର ଆଦେଶ ଅନୁଯାୟୀ +୨ କଲେଜଗୁଡିକୁ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଅଧୀନକୁ ନିଆଯିବା ଦୃଷ୍ଟିରୁ ଶ୍ରୀ ଗଣେଶ ସଂଗୀତ ମହାବିଦ୍ୟାଳୟର ନୂତନ ନାମ ଶ୍ରୀ ଗଣେଶ ସଂଗୀତ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବରେ ନାମିତ ହୋଇଛି। ପରିବର୍ତ୍ତିତ ନିୟମ ଅନୁଯାୟୀ ଏହି ବିଦ୍ୟାଳୟରେ ଚଳିତ ବର୍ଷଠାରୁ ଅନଲାଇନରେ ଆଡମିଶନ ମଧ୍ୟ ହେଉଛି। ତେବେ ବିଦ୍ୟାଳୟର ଯାହା ଭିତ୍ତିଭୂମି ପାଇଁ ଆବଶ୍ୟକତା ରହିଛି ତାହା ସଂପୂର୍ଣ ହୋଇ ନଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ଦ୍ୱିତଳ ଶ୍ରେଣୀଗୃହ, ଲାଇବ୍ରେରୀ, ସାଧାରଣ ପ୍ରକୋଷ୍ଠ, କାର୍ଯ୍ୟାଳୟ, ପାଇଖାନା, ପାନୀୟ ଜଳ ଆଦିର ବ୍ୟବସ୍ଥା ରହିଥିଲେ ହେଁ ଏହାର ଚତୁଃପାଶ୍ୱର୍ରେ ପାଚେରୀ ନାହିଁ। ସେହିପରି ଭଦ୍ରକ ଜିଲା ସମେତ ଜାଜପୁର, ବାଲେଶ୍ୱର, କେନ୍ଦୁଝର ଆଦି ଜିଲାରୁ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟକୁ ପଢିବାକୁ ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲର ଅଭାବ ରହିଛି। ବିଶେଷ କରି ସଂଗୀତ ବିଦ୍ୟାଳୟକୁ ଆସିବାକୁ ଥିବା ରାସ୍ତାଟିର ମଧ୍ୟ ନିର୍ମାଣ ଆବଶ୍ୟକ ହେଉଛି। ଆଲୋକର ବ୍ୟବସ୍ଥା ନାହିଁ। ସାଂସଦ ଓ ବିଧାୟକଙ୍କ ପାଣ୍ଠିରୁ ଯାହା କିଛି ନିର୍ମାଣ ହୋଇଛି ତାହା ପର୍ଯ୍ୟାପ୍ତ ନୁହେଁ। ଜିଲାର ଏପରି ଏକ ଗୁରୁତ୍ୱପୂର୍ଣ ଅନୁଷ୍ଠାନ ପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟର ଅନ୍ୟତମ ଶୁଭେଚ୍ଛୁ କିଶୋର ପୁହାଣ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top