ଜିଲ୍ଲା ପରିକ୍ରମା

ଭଦ୍ରକ : କେବେ ସରିବ ଚାନ୍ଦବାଲି ଫିଡରର ଷ୍ଟ୍ରକ୍ଚର କାର୍ଯ୍ୟ?

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗ୍ରାମାଞ୍ଚଳରେ ଲୋ’ ଭୋଲ୍ଟେଜ ଓ ଅଘୋଷିତ ବିଦ୍ୟୁତ କାଟକୁ ରୋକିବା ପାଇଁ ଶକ୍ତି ବିଭାଗ ୨୦୧୩ ମସିହାରେ ଏକ ସଂସ୍ଥା ଗଠନ କରିଥିଲେ। ଓପିଟିସିଏଲ ନାମକ ଏହି ସଂସ୍ଥାର କାମଥିଲା, ଗ୍ରାମାଞ୍ଚଳରେ ୩୩/୧୧ ଷ୍ଟ୍ରକ୍ଚର ନିର୍ମାଣର ତଦାରଖ ସହ ଶୀଘ୍ର କାର୍ଯ୍ୟ ସାରିବା। ୪ଟି ପର୍ଯ୍ୟାୟରେ ସାରା ରାଜ୍ୟରେ ପାଖାପାଖି ୪୭୩ଟି ଷ୍ଟ୍ରକ୍ଚର ନିର୍ମାଣ ପାଇଁ ବିଭାଗ ହାତକୁ ନେଇଥିଲା। ଆର୍ନ୍ତଜାତିକ ସଂସ୍ଥା ଏଲଏନଟି, ଗୁପ୍ତା କେବୁଲ୍ସକୁ ରାଜ୍ୟର ପ୍ରମୁଖ ବିଦ୍ୟୁତ ଠିକାଦାରମାନେ ଏହି କାର୍ଯ୍ୟକୁ ହାତେଇ ଥିଲେ। ଭଦ୍ରକ ଜିଲା ଚାନ୍ଦବାଲି ଫିଡରରେ ଏଭଳି ୬ଟି ଷ୍ଟ୍ରକ୍ଚର କାର୍ଯ୍ୟ ନିର୍ମାଣର ପ୍ରସ୍ତାବ ଆସିଥିଲା। ଆରମ୍ଭରୁ ୨ ବର୍ଷ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ ଥିଲା। ଏଣୁ ୨୦୧୩ରେ ଆରମ୍ଭ ହୋଇଥିବା କାର୍ଯ୍ୟ ୨୦୧୫ରେ ସରିବା କଥା। ମାତ୍ର ୩ ବର୍ଷ ବିତି ଯାଇଥିଲେ ବି ଏହି ଫିଡରରେ ଗୋଟିଏ ହେଲେ ଷ୍ଟ୍ରକ୍ଚର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ। ବିଭିନ୍ନ ପ୍ରସଙ୍ଗ ନେଇ ଠିକା ସଂସ୍ଥାମାନେ ସମୟ ପରେ ସମୟ ଗଡାଇ ଚାଲିଛନ୍ତି। ଏହି ଫିଡରର କୁଣ୍ଡିବାଗ, ସିନ୍ଦୋଳ, ଗଦି, ମତୋଠାରେ ନିର୍ମାଣଧୀନ ପ୍ରକଳ୍ପ ବିଭିନ୍ନ ସମୟରେ ବିବାଦୀୟ ହୋଇପଡିଛି। କୌତୁହଳର କଥା, କୋଟି କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ କାର୍ଯ୍ୟ ହେଉଥିଲେ ବି ଏପର୍ଯ୍ୟନ୍ତ କୌଣସି ଗୋଟିଏ ପ୍ରକଳ୍ପରେ ସ୍ୱଚ୍ଛତା ପ୍ରକଳ୍ପ ମରାଯାଇ ପାରିଲାନାହିଁ। ସୂଚନାଯୋଗ୍ୟ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୀର୍ଘଦିନ ଧରି ଏହି ଫିଡରରେ ଲୋ’ ଭୋଲ୍ଟେଜ ଓ ଅଘୋଷିତ ବିଦ୍ୟୁତ କାଟକୁ ରୋକାଯାଇ ପାରନ୍ତା। ପ୍ରତିବର୍ଷ କାଳବୈଶାଖୀରେ ପ୍ରଭାବିତ ହେଉଛି ଏହି ଫିଡର, ପୂର୍ବରୁ ଶକ୍ତି ବିଭାଗ ଭଦ୍ରକରୁ ଚାନ୍ଦବାଲି ପର୍ଯ୍ୟନ୍ତ ୩୩ କେଭି ଖୁଣ୍ଟ, ତାର ପରିବର୍ତ୍ତନରେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ଶଙ୍ଖ ସବୁ ଫାଟି ଯାଉଛି। ଫଳରେ ବିରାଟ ଅଞ୍ଚଳ ଏକସଙ୍ଗେ ଅନ୍ଧାର ରହୁଛି। ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ନିର୍ଦ୍ଦିଷ୍ଟ ଏକ ଅଞ୍ଚଳ ଅନ୍ଧାରରେ ରୁହନ୍ତା, ଫଳରେ ବିତରକ କଂପାନୀ ବିଦ୍ୟୁତ ସଜାଡିବାରେ ଅସୁବିଧା ଭୋଗନ୍ତେ ନାହିଁ। କାହିଁକି ନା ସୀମିତ ଲୋକବଳରେ ବିତରଣ କଂପାନୀ ନେସ୍କୋକୁ ଦୀର୍ଘ ୫୦ କିମି ତ୍ରୁଟି ସଜାଡିବାରେ ବହୁ ସମୟ ଚାଲିଯାଉଛି। ଫଳରେ ଘଣ୍ଟାଏ ନୁହେଁ ଦିନ ଦିନ ପର୍ଯ୍ୟନ୍ତି ଲୋକେ ଅନ୍ଧାରରେ ରହୁଛନ୍ତି। ରାସ୍ତାରୋକ, ବିଦ୍ୟୁତ ଅଫିସ୍ ଘେରାଉ, ବିଭାଗର ତଳିଆ କର୍ମଚାରୀମାନେ ଜନଆକ୍ରୋଶର ଶିକାର ହେବା ଏବେ ସବୁଦିନିଆ ଘଟଣା ହୋଇଥିଲେ ବି ପରିସ୍ଥିତିରେ କୌଣସି ସୁଧାର ଆସିନାହିଁ। ପ୍ରଥମେ ଶେଷ ହେବା ସମୟ ଡିସେମ୍ବର ୧୭, ପୁଣି ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଏହି କାର୍ଯ୍ୟ ସାରିବା ପାଇଁ ଶକ୍ତି ବିଭାଗ ନିର୍ଦ୍ଦେଶ ଦେଇଥିଲା। ହେଲେ ମାର୍ଚ୍ଚ ଯାଇ ଜୁନ ହେବାକୁ ବସିଲାଣି ଏହି ପ୍ରକଳ୍ପଗୁଡିକ ସରିବାରେ ନାଁ ଧରୁନାହିଁ। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁଣି ଜୁନ ୩୦ ମଧ୍ୟରେ ଏହି କାର୍ଯ୍ୟସାରିବା ପାଇଁ ତାଗିଦ କରାଯାଇଥିବା କହିଛନ୍ତି ଓଡିଏସଏସପିର ପ୍ରୋଜେକ୍ଟ ମ୍ୟାନେଜର ଇଂ ଅମର ମହାନ୍ତି। ଗୁରୁତ୍ୱପୂଣ୍ଣ ର୍ କଥା ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଭାଗର ଜୋର ପାଉନାହିଁ। ସମୀକ୍ଷା ବେଳେ ଗ୍ରାଉଣ୍ଡ ଜିରୋର ଅବସ୍ଥାକୁ ବିଭାଗୀୟ ପଦାଧିକାରୀମାନେ ବୁଝି ପାରୁନାହାନ୍ତି। ଏଣୁ ଜୁନ୍ ୩୦ ତାରିଖ ମଧ୍ୟରେ ଏହିସବୁ ପ୍ରକଳ୍ପ ଶେଷ ହେବ ନା ଠିକା ସଂସ୍ଥାଗୁଡିକ ପୁଣି ସମୟ ପାଇବେ, ତାହାର ଉତ୍ତର କାହା ପାଖରେ ନାହିଁ?

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top