ଜିଲ୍ଲା ପରିକ୍ରମା

ଭଦ୍ରକ : କୃଷି ବିଜ୍ଞାନକେନ୍ଦ୍ରର ବୈଜ୍ଞାନିକ ଓ କର୍ମଚାରୀଙ୍କ କଳାବ୍ୟାଚ୍ ପରିଧାନ

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଚାକିରୀର ସ୍ଥାୟୀତ୍ୱ, ଆରଏସିପି, ସିଏଏସ୍, ଜାତୀୟ ପେନସନ ଯୋଜନା, ସାମାଜିକ ସୁରକ୍ଷା, ଭାରତ ସରକାରଙ୍କ ବୁଝାମଣା ପତ୍ରର ସଠିକ୍ ରୂପାୟନ, ସମାନ କାମକୁ ସମାନ ଦରମା ଭଳି ବିଭିନ୍ନ ଦାବି ନେଇ ଆଜିଠାରୁ ଭଦ୍ରକ ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଆଜି କଳାବ୍ୟାଚ୍ ପରିଧାନ ପୂର୍ବକ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ୩୧ଟି କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀମାନେ ଓଡ଼ିଶା କର୍ମଚାରୀ ମହାମଂଚର ପୃଷ୍ଠପୋଷକତାରେ ଓୟୁଏଟିର ବୈମାତୃକ ମନୋଭାବ ବିରୁଦ୍ଧରେ ଆଜିଠାରୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଏହିଭଳି କଳାବ୍ୟାଚ୍ ପରିଧାନ ପୂର୍ବକ କାର୍ଯ୍ୟ କରିବାର ନିଷ୍ପତ୍ତି ନେଇଛନ୍ତି। ଏହି କର୍ମଚାରୀମାନେ ବିଗତ ୧୩ ବର୍ଷ ଧରି ନିଜର କ୍ୟାରିୟର ଓ ଜୀବିକାକୁ ଓଡ଼ିଶାର କୃଷି କ୍ଷେତ୍ରର ଉନ୍ନତି ପାଇଁ ଉତ୍ସର୍ଗ କରିଥିବା ସତ୍ୱେ ଓୟୁଏଟି ଠାରୁ ବିଭିନ୍ନ ସମୟରେ ଅବହେଳା ଓ ନିର୍ଯ୍ୟାତନା ପାଇଆସୁଛନ୍ତି ବୋଲି ଆଜି ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଏହି ପ୍ରେସ୍ ବିଜ୍ଞପ୍ତିରୁ ଜଣାଯାଇଛି ଓୟୁଏଟିର ପ୍ରକୃତ ଉପସ୍ଥିତି ପ୍ରତି ଜିଲାରେ ତାର କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ହୋଇଥିବାବେଳେ ଯେଉଁମାନଙ୍କ ଉଦ୍ୟମ ଓ ପରିଶ୍ରମ ଦ୍ୱାରା ଭାରତ ଓ ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନାର ରୂପାନ୍ତରିତ ହେଉଛି, ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାନଗଲେ ଆଗାମୀ ଦିନରେ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କୁ କ୍ରିୟାଶୀଳ କରାଯାଇପାରିବ ନାହିଁ। ଏବଂ ୨୦୨୨ ସୁଦ୍ଧା କୃଷକର ଦ୍ୱିଗୁଣ ରୋଜଗାର ସ୍ଲୋଗାନ ଫଳବତୀ ହୋଇପାରିବ ନାହିଁ। ପ୍ରତି ଜିଲାରେ ଅବସ୍ଥିତ ଏହି କୃଷି ବିଜ୍ଞାନ କେନ୍ଦ୍ର ଓୟୁଏଟି ଅଧୀନରେ କାର୍ଯ୍ୟ କରି ଚାଷୀମାନଙ୍କର ଆସ୍ଥା ଭାଜନ ହୋଇପାରିଥିବାବେଳେ ବିଭିନ୍ନ ସମୟରେ କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷିତ ହୋଇ କୃଷିଜୀବୀ ଓ ମହିଳା ରାଜ୍ୟସ୍ତରରେ ଓ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ଆମ ରାଜ୍ୟ ବିଗତ ବର୍ଷରେ କୃଷି କର୍ମଣ ପୁରସ୍କାର ମଧ୍ୟ ପାଇଆସୁଥିବାବେଳେ ରାଜ୍ୟର ବିଭିନ୍ନ କୃଷି ସମସ୍ୟା ସମୟରେ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସରକାରୀ କଳ ସହିତ ସହଯୋଗ କରି ନିଜ ରାଜ୍ୟ ତଥା କୃଷକଙ୍କ ସ୍ୱାର୍ଥ ପୂରଣ କରିଆସୁଛନ୍ତି। ଏଭଳି ସ୍ଥଳେ ସରକାର ସେମାନଙ୍କର ନ୍ୟାର୍ଯ୍ୟ ଦାବି ପ୍ରତି ସୁବିଚାର କରିବାକୁ ଏହି ପ୍ରେସ୍ ବିବୃତ୍ତିରେ ମତପ୍ରକାଶ ପାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top