ଜିଲ୍ଲା ପରିକ୍ରମା

ଭଦ୍ରକ : କିଡ୍ନୀ ରୋଗୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଭଦ୍ରକ, ୨୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : କିଡନୀ ରୋଗରେ ପୀଡିତା ଜନୈକା ମହିଳାଙ୍କ ପାଇଁ ସରକାରୀ ସହାୟତା ସାତସପନ ପାଲଟିଛି । ଦିନ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ପରିବାର ଧାରକରଜ କରି ନୟାନ୍ତ ହୋଇପଡିଥିଲେ ମଧ୍ୟ ବ୍ୟୟ ବହୁଳ ଚିକିତ୍ସ । କରିବା ପାଇଁ ସଂପୂର୍ଣ୍ଣ ଅସମର୍ଥ ହୋଇପଡିଛନ୍ତି । ଏପରି ଏକ ପୀଡିତା ମହିଳା ହେଉଛନ୍ତି ଏହି ଜିଲାର ବନ୍ତ ବ୍ଲକ ଅନ୍ତର୍ଗତ ପଧାନପଡା(ନିମପଲ୍ଲୀ) ଗ୍ରାମର ଭାସ୍କର ଯେନାଙ୍କ ସ୍ତ୍ରୀ ଚାନ୍ଦ ଯେନା । ବୟସ ଏବେ ତାଙ୍କୁ ୬୮ ହେବ । ଗତ ୨୦୧୬ରେ ସେ ପେଟରେ ଯନ୍ତଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ବଡ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ । କଟକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇବା ପରେ ତାଙ୍କ ଡାହାଣ ପାଶ୍ୱର୍ କିଡନୀର ତଳସ୍ତର ବୃଦ୍ଧି ପାଉଥିବା ଡାକ୍ତର କହିବା ସହ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ । ଗତ ଜାନୁଆରୀ ୬ରେ ଉକ୍ତ  ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅସ୍ତ୍ରୋପଚାରରେ ତାଙ୍କର ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲା । ତାଙ୍କ ପାଖରେ ବିଜୁ କୃଷକ କଲ୍ୟାଣ କାର୍ଡ ଥିଲେ ମଧ୍ୟ ଉକ୍ତ ହସପିଟାଲ କର୍ତ୍ତୃପକ୍ଷ ଉକ୍ତ କାର୍ଡ ଗ୍ରହଣ କରି ନ ଥିଲେ । ଫଳରେ ପରିବାର ଲୋକେ ଧାରକରଜ କରି ଚିକିତ୍ସ । ଖର୍ଚ୍ଚ ପରିଶୋଧ କରିଥିଲେ । ଅସ୍ତ୍ରୋପଚାର ପରେ ମଧ୍ୟ ସଂପୃକ୍ତ ରୋଗୀ ଜଣକ ନାନାଦି ଯନ୍ତ୍ରଣା ଅନୁଭବ କରୁଛନ୍ତି । ପରିବାର ଲୋକଙ୍କ ପାଖରେ ଅର୍ଥ ନ ଥିବାରୁ ଆଉ ସେମାନେ ଅସ୍ତ୍ରୋପଚାର କରିବାକୁ ସମର୍ଥ ହୋଇପାରୁନାହାନ୍ତି । ଏନେଇ ସାଂସଦ ଓ ବିଧାୟକଙ୍କ ପାଖରେ ଗୁହାରୀ କରିଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ସରକାରୀ ସହାୟତା ମିଳିପାରିନାହିଁ । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥି୍ରତି ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେଲେ ସଂପୃକ୍ତ ରୋଗୀ ଜଣକ ନିଶ୍ଚିତ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇପାରନ୍ତେ ବୋଲି ସ୍ଥାନୀୟବାସୀ ନିବେଦନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top