ଜିଲ୍ଲା ପରିକ୍ରମା

ଭଦ୍ରକ କାଳୀପୂଜା : ହାଇସ୍କୁଲ ରୋଡ୍ କାଳୀକୁ ପୂରିଲା ୪୯ ବର୍ଷ , ଶିଳ୍ପୀଙ୍କ ଭାବନାରେ ନିର୍ମିତ ପୌରାଣିକ ଓ ସାମ୍ପ୍ରତିକ ଘଟଣାର ପାଶ୍ୱର୍ମେଢ ଲୋକଙ୍କୁ ଆକୃଷ୍ଟ କରୁଛି

ଭଦ୍ରକ, ୧୩ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କାଳୀପୂଜାକୁ ଆଜି ପୂରିଛି ୭ ଦିନ । ଏହି ପୂଜାକୁ ନେଇ ଚରମ୍ପା ଷ୍ଟେସନ ବଜାର ଅଂଚଳ ବେଶ୍ ଉସôବ ମୁଖର ହୋଇଉଠିଥିବାବେଳେ  ଅନ୍ୟାନ୍ୟ ମେଢ ଗୁଡିକ ନିକଟରେ ମଧ୍ୟ ସହର ଓ ଗ୍ରାମାଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି । କେବଳ ଏହି ଜିଲା ନୁହେଁ ପଡୋଶୀ ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ମୂୟରଭଂଜ ସମେତ ବହୁ ଦୂର ଦୂରାନ୍ତରୁ ହଜାର ହଜାର ଦର୍ଶକ ପହଞ୍ଚôୁଛନ୍ତି ଏହି ମେଳାରେ । ଏହି କାଳୀମେଢ ଗୁଡିକ ମଧ୍ୟରେ ଚରମ୍ପାର ହାଇସ୍କୁଲ ରୋଡ୍ କାଳୀ ଅନ୍ୟତମ ।  ଚଳିତବର୍ଷକୁ ମିଶାଇ ଏହି ପୂଜାର ଇତିହାସ ୪୯ବର୍ଷର । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା’ଙ୍କ ମେଢ ଓ ପାଶ୍ୱର୍ମୂତ୍ତିକୁ ସ୍ଥାନୀୟ ଏରେଇଁ ଅଂଚଳର ଶିଳ୍ପୀ ବିନୋଦ ବିହାରୀ ଧଳ ନିର୍ମାଣ କରିଥିବାବେଳେ ଏ ବାବଦ ୬୦ ହଜାର ଟଙ୍କା ବ୍ୟୟ ହୋଇଛି । ଅନୁରୂପ ଏହାର ତୋରଣ ବେଶ୍ ଚିତ୍ତାକର୍ଷକ ହୋଇଥିବାବେଳେ ଏ ବାବଦ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି  । ତେବେ ଭସାଣି ସୁଦ୍ଧା ଏହାର ସମୁଦାୟ ଖର୍ଚ୍ଚ ୪ ଲକ୍ଷ ଟଙ୍କାକୁ ଛୁଇଁବ ବୋଲି କହନ୍ତି ଏହି ପୂଜା କମିଟିର ସଭାପତି  ଗଜେନ୍ଦ୍ର ବେହେରା ଓ ସଂପାଦକ  ୨୦ନଂ ୱାର୍ଡର  ପୂର୍ବତନ କାଉନସିଲର ଦିଲ୍ଲୀପ କୁମାର ନାୟକ । ଚଳିତବର୍ଷ ଏହି ମେଢର ପାଶ୍ୱର୍ମୂର୍ତ୍ତି ଗୁଡିକ ମଧ୍ୟରେ  ପଂଜାବର ଅମୃତସରରେ ଦଶହରା ରାବଣ ପୋଡି ସମୟର ଟ୍ରେନ୍ ଦୁର୍ଘଟଣା ସ୍ଥାନ ପାଇଥିବାବେଳେ  ଏଭଳି ମାର୍ମିକ ଦୁର୍ଘଟଣା ପାଇଁ  କିଏ ଦାୟୀ ବୋଲି ଶିଳ୍ପୀ  ରାବଣ ପୋଡିର ଆୟୋଜକ, ରେଳବାଇ କର୍ତ୍ତୃପକ୍ଷ ଓ ପୁଲିସ୍ର ଅସାବଧାନତାକୁ ଅତ୍ୟନ୍ତ ମାର୍ମିକ ଭାବେ ଚିତ୍ରଣ କରିଛନ୍ତି । ସେହିଭଳି ସୀତା ହରଣ ବେଳେ ଜଟାୟୁ ପକ୍ଷୀ ବାଧା ଦେବାରୁ ରାବଣ ତାର ପକ୍ଷ ଛେଦନ କରିଥିବାବେଳେ ରାମଙ୍କୁ ସୀତାଙ୍କ ସନ୍ଧାନ ଦେଇ ତାର ପ୍ରାଣତ୍ୟାଗର ଦୃଶ୍ୟ ଲୋକଙ୍କୁ ବେଶ୍ ଆକୃଷ୍ଟ କରିଛି । ଏବଂ ପୃଥିବୀ ଭ୍ରମଣ ବେଳେ ଗଣେଶଙ୍କ ଚତୁରତାରେ ଅସନ୍ତୁଷ୍ଟ କାର୍ତ୍ତିକେୟଙ୍କର ଶିବପୁରୀ ତ୍ୟାଗର ନିଖୁଣ ଦୃଶ୍ୟ ମଧ୍ୟ ସ୍ଥା ନ ପାଇଛି । ତେବେ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ବିଭିନ୍ନ ଅପେରାର ମାହୌଲ ଯାତ୍ରାପ୍ରେମୀଙ୍କୁ ପାଗଳ କରିଦେଇଛି । ଗତ ଦୁଇବର୍ଷ ଧରି ଏହି କାଳୀପୂଜାରେ ଅପେରା ପ୍ରଦର୍ଶନକୁ ଅନୁମତି ଦିଆଯାଇନଥିବାବେଳେ ଚଳିତବର୍ଷ ସେଥିରୁ ଅଂକୁଶ ହଟିଥିବାରୁ ଚରମ୍ପା ଅଂଚଳ ବେଶ୍ ଜନଗହଳିପୂର୍ଣ୍ଣ ହୋଇପଡିଛି । ସେହିଭଳି ସହରର ଗଳିକନ୍ଦିରେ ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦଙ୍କ ସମେତ ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ଶୁଭେଚ୍ଛାପୂର୍ଣ୍ଣ ହୋଡିଂର ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି । ଚାଟ୍ ଓ ଗୁପଚୁପ୍ ଦୋକାନରେ ଭିଡ ଜମିଥିବାବେଳେ ଗରମ ବାଦାମ ଭଜାର ମଜା ଜନସାଧାରଣ ନେଉଥିବାର ପରିଲକ୍ଷିତ ହୋଇଛି । ଏହି ମେଢ ନିକଟ ସ୍କୁଲ ପଡିଆରେ ରାମଦୋଳୀ ସହ ଚକି୍ର, ବ୍ରେକ୍ ଡ୍ୟାନ୍ସ, ଯାଦୁ ଓ ବିଭିନ୍ନ ମନୋରଂଜନ ଦୋକାନ ସହ ପ୍ରଶାସନ ପକ୍ଷରୁ ମିନି ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇ ଲୋକଙ୍କୁ ସୁଲଭ ମୂଲ୍ୟରେ ଆଚାର ଠାରୁ ଆରମ୍ଭ କରି ପାମ୍ପଡ ପର୍ଯ୍ୟନ୍ତ  ସାମଗ୍ରୀ ବିକି୍ର କରାଯାଉଥିବାରୁ ଏଠାରେ ମହିଳାଙ୍କ ଭିଡ ଅଧିକ ପରିଲକ୍ଷିତ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top