ଭଦ୍ରକ କାରା ଅଧୀକ୍ଷକଙ୍କ ବିରୁଦ୍ଧରେ ନିର୍ଯାତନା ମାମଲା ରୁଜୁ, ଫେସ୍ବୁକ୍ ପ୍ରେମ ମହଙ୍ଗା ପଡିଲା ବିବାହିତ କାରା ଅଧୀକ୍ଷକଙ୍କୁ

ଭଦ୍ରକ,୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)-   ପ୍ରେମ ଅନ୍ଧ । ଏହା କେତେବେଳେ କାହାକୁ କିଭଳି ଭାବେ ଯେ ମୋହାଶକ୍ତ କରେ, ତାହା ପ୍ରେମ କରୁଥିବା ପ୍ରେମିକ-ପ୍ରେମିକା ଜାଣିପାରନ୍ତି ନାହିଁ ।  ମାତ୍ର ସମୟକ୍ରମେ ପରିସ୍ଥିତି ଏଭଳି ହୁଏ ଯେ ମୋହ ଭାଂଗିଲା ବେଳକୁ ଆଉ କିଛି ନଥାଏ । ଏଭଳି ଏକ ଘଟଣାକ୍ରମରେ ଛନ୍ଦି ହୋଇପଡିଛନ୍ତି ଭଦ୍ରକ କାରା ଅଧୀକ୍ଷକ ଚିନ୍ମୟ ପାତ୍ର । ସେ ବିବାହ କରି ଦୁଇ ଦୁଇଟି ସନ୍ତାନର ପିତା ହୋଇଥିଲେ ବି ୨୦୧୭ ମସିହାରେ ଫେସ୍ବୁକ୍ ମାଧ୍ୟମରେ ଏକ ଯୁବତୀଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରିଥିଲେ । ଯାହା ଏବେ ତାଙ୍କୁ ହରଡଘଣାରେ ପକାଇଛି । ତେବେ ଭଦ୍ରକ କାରା ଅଧୀକ୍ଷକ  ଭାବେ କାର୍ଯ୍ୟରତ ଶ୍ରୀ ପାତ୍ରଙ୍କ ପତ୍ନୀ ଭାବେ ନିଜକୁ ପରିଚୟ ଦେଇ ତାଙ୍କୁ ନିର୍ଯାତନା ଦିଆ ଯାଉଥିବା ବିରୁଦ୍ଧରେ  ଭଦ୍ରକ ସହରାଞ୍ଚଳ ଥାନାରେ ଏକ ମାମଲା ଆଜି ରୁଜୁ ହୋଇଛି ।   ଗତକାଲି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ଚିତ୍ତରଞ୍ଜନ ପାତ୍ରଙ୍କ କନ୍ୟା ଗେହ୍ଲୀ  ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ କାରା ଅଧୀକ୍ଷକ  ଶ୍ରୀ ପାତ୍ର ତାଙ୍କୁ  ଫେସ୍ବୁକ୍ ସଂପର୍କରୁ ପ୍ରେମ କରି ମୟୁରଭଂଜ ଜିଲ୍ଲାର ଖିଚିଂ ମନ୍ଦିରରେ ବିବାହ କରିଥିଲେ । ପରେ ତାଙ୍କ ପ୍ରତି ମାନସିକ ନିର୍ଯ୍ୟାତନା ଦେଇ ପାଖରେ ନରଖି ଦୂରେଇ ରଖିଥିଲେ । ଏଣୁ ଗେହ୍ଲୀ ନିଜ ପ୍ରେମ ଓ ବିବାହ ସମୟରେ ଉଠାଇଥିବା କେତେକ ଅନ୍ତରଂଗ ମୁହୂର୍ତ୍ତର ଫଟୋ ପୁଲିସ୍କୁ  ଦେବା ସହିତ ସେ ଚିନ୍ମୟଙ୍କ ପତ୍ନୀ ବୋଲି ଥାନାରେ ଦାବି କରିଛନ୍ତି ।  ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *