ad
ଓଡ଼ିଶା

ଭଦ୍ରକ : କାମ ଦେଲାନି ବିଡିଓଙ୍କ ଅର୍ଥ ଫେରସ୍ତ ନୋଟିସ ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ

ଭଦ୍ରକ, ୧୧ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଭଣ୍ଡିାରିପୋଖରୀ ବ୍ଲକର ମାଳଦା ତିଆଡିସାହି ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ନିର୍ମାଣ ଘଟଣାରେ ଅର୍ଥ ଫେରସ୍ତ ପାଇଁ ବିଡିଓ ପକ୍ଷରୁ ଜାରି ନୋଟିସ ହିତାଧିକାରୀଙ୍କ ନିକଟରେ ପହଞ୍ଚିôବାରେ ବିଫଳ ହୋଇଛି। ହିତାଧିକାରୀ ସଂପୃକ୍ତ ସ୍ଥାନରେ ରହୁ ନଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ନୋଟିସରେ ଲେଖି ବିଡିଓଙ୍କୁ ଫେରାଇ ଦେଇଥିବାରୁ ଘଟଣା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଅନ୍ୟପକ୍ଷରେ ତହସିଲଦାରଙ୍କ ନିରବତା ଘଟଣାକୁ ରହସ୍ୟାବୃତ୍ତ କରିଛି। ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ସ୍ଥାୟୀ ବାସିନ୍ଦା ବଟକୃଷ୍ଣ ମାଝୀ ମାଳଦା ପଞ୍ଚାୟତ ମାଳଦା (ତିଆଡିସାହି) ର ବାସିନ୍ଦା ଶ୍ୱଶୁର ପରି ମାଝୀଙ୍କ ଜମିପଟ୍ଟା ଦେଇ ସ୍ଥିତିବାନ ଖାତା ୫୧୮ ଅନ୍ତର୍ଗତ ଚାଷ ଜମିରେ ଗୃହ ନିର୍ମାଣ କରିବାକୁ ବ୍ଲକରୁ ଧରାଧରି କରି ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ହାସଲ କରିଥିଲେ। ମାତ୍ର ବାସ୍ତବରେ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଭାବେ ବ୍ୟବହୃତ ହେଉଥିବା ଖାତା ନଂ ୮୭୬ ପ୍ଲଟ ନଂ ୨୬୭୧ ଗୋଚର କିସମ ଜମିରେ ଗୃହ ନିର୍ମାଣ କରାଯାଇଥିଲା। ଗ୍ରାମକୁ ଆମ୍ବୁଲାନ୍ସ, ଦମକଳ ପ୍ରବେଶରେ ବାଧା ସୃଷ୍ଟି ହେବ ବୋଲି ଗ୍ରାମବାସୀ ପ୍ରଦୀପ କୁମାର ଦାଶ, ନାରାୟଣ ତ୍ରିପାଠୀ, ନନ୍ଦକିଶୋର ତ୍ରିପାଠୀ, ଗୋପବନ୍ଧୁ ଦାଶ, ସନ୍ତୋଷ ଦାଶ ପ୍ରମୁଖ ୨୦୧୬ ସେପ୍ଟେମ୍ବର ୬ ତାରିଖ ସ୍ଥାନୀୟ ବିଡିଓ, ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ଉଚ୍ଛେଦ ସହ ବିଲ ପୈଠ ବନ୍ଦ କରିବାକୁ ଦାବି କରିଥିଲେ। ଏଥିରେ ବିପଳ ହୋଇ ପୁନର୍ବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ପ୍ରକୋଷ୍ଠରେ ଅକ୍ଟୋବର ୨୩ ତାରିଖ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏତେ ଅଭିଯୋଗ ସତ୍ତ୍ୱେ ତିନୋଟି କିସ୍ତିରେ ୯୦ ହଜାର ଟଙ୍କା ବିଲ୍ ପୈଠ କରିଦିଆ ଯିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ ଛାତ ପଡିବାକୁ ବାକି ଥିବାବେଳେ ବିଡିଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ହାତରେ ଅର୍ଥ ଫେରସ୍ତ ପାଇଁ ଏକ ନୋଟିସ ବଟକୃଷ୍ଣଙ୍କ ନିକଟକୁ ପଠାଇ ଥିଲେ। ଗୋଚର ଜମିରେ ଗୃହ ନିର୍ମାଣ କରାଯାଇଥିବା ନେଇ ବିଡିଓ ସ୍ୱୀକାର କରିଥିବା ବେଳେ ତହସିଲଦାର ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ଲାଗି କୌଣସି ପଦକ୍ଷେପ ନନେବା ଫଳରେ ଗ୍ରାମବାସୀ ହତୋତ୍ସାହିତ ହୋଇପଡିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top