ଓଡ଼ିଶା

ଭଦ୍ରକ : କାମରେ ଲାଗୁନି ସ୍ଲୁଇସଗେଟ୍ ରବି ଚାଷୀଙ୍କ ହାତବାନ୍ଧିଛି ଗମେଇ ଲୁଣିପାଣି

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚାଷୀଙ୍କ ବାରମ୍ବାର ଦାବି ପରେ ଗମେଇ ନଈରେ ତିଆରି ହେଲା ସ୍ଲୁଇସଗେଟ୍। ବର୍ଷା ଦିନରେ ବନ୍ୟା ଜଳ ନିୟନ୍ତ୍ରଣ କରିବା ସହିତ ସମୁଦ୍ରରୁ ଆସୁଥିବା ଲୁଣା ଜୁଆରକୁ ଅଟକାଇବ। ଆଉ ଉପରମୁଣ୍ଡର ମଧୁରପାଣିକୁ ଲୋକେ ·ଷ କାମରେ ଲଗାଇ ପାରିବେ। ବିଶେଷକରି ନଈ ପାଖରେ ଥିବା ଜମିରେ ରବିଋତୁରେ ·ଷ ହେବ। ହେଲେ ଏବେ ଏହି ସ୍ଲୁଇସ୍ଗେଟ ·ଷୀଙ୍କୁ ଦୁଃଖଦେଉଛି। ଉପର ମୁଣ୍ଡରୁ(କେନାଲରେ) ଆଉ ମଧୁର ପାଣି ଆସୁନି। ଯାହାବି ନଈରେ ପାଣି ରହୁଛି; ମୁକୁଳା ପଡିଥିବା ଗେଟ୍ଦେଇ ତଳମୁଣ୍ଡରୁ ଆସୁଥିବା ଲୁଣି ଜୁଆର ନଈର ପାଣିକୁ ଲୁଣା କରୁଛି। ରବି ଚାଷ ହେବାତ ଦୂରର କଥା; ବିଲକୁ ଯାଉଥିବା ଗାଈଗୋରୁ ପାଣିମୁନ୍ଦେ ପିଇବା କଷ୍ଟକର ହୋଇପଡିଛି। ଲୁଣିପାଣି ରବି ଚାଷୀଙ୍କୁ ହାତ ବାନ୍ଧିଥିବା ବେଳେ ଚିଙ୍ଗୁଡି ଚାଷୀଙ୍କୁ ସାହାରା ପାଲଟିଛି। ସୂଚନା ଅନୁଯାୟୀ; ବିଗତ ଦିନରେ ନଈଟି ପୋତିହୋଇ ପଡିଥିଲା। ବର୍ଷାଦିନରେ ବାରମ୍ବାର ବନ୍ୟା ଦେଖାଦେଉଥିଲା। ଏପରିକି ମାସମାସ ଧରି ବନ୍ୟା ପାଣି ·ଷ ଜମିରେ ଜମି ରହୁଥିଲା। ଧାନଗଛଗୁଡିକ ନଷ୍ଟହୋଇ ପଡୁଥିଲା। ଅମଳ ବେଳର ପାଚିଲା ଧାନକ୍ଷେତ ଉଜୁଡି ଯାଉଥିଲା। ·ଷୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଦାବିରେ ପ୍ରାୟ ଦଶବର୍ଷ ତଳେ ନାବାର୍ଡର ଆର୍ଥିକ ସହାୟତାରେ ଜଳ ନିକାଶ ବିଭାଗ ପକ୍ଷରୁ ଏହି ନଈକୁ ଖୋଳାଯାଇଥିଲା। ତା’ସହିତ ନଈର ଚୂଡାମଣୀ ଘଡେଇସାହି ନିକଟରେ ସ୍ଲୁଇସ୍ଗେଟ୍ ନିର୍ମାଣ କରାଯାଇଥିଲା। ଲକ୍ଷ୍ୟଥିଲା ବର୍ଷା ଦିନରେ ବନ୍ୟାଜଳକୁ ନିୟନ୍ତ୍ରଣ କରିବ। ତା’ସହିତ ସମୁଦ୍ରରୁ ଚୂଡାମଣୀ ଘାଟଦେଇ ଆସୁଥିବା ଲୁଣା ଜୁଆର ପାଣିକୁ ଅଟକାଇବା। ଆଉ ଉପର ମୁଣ୍ଡର ମଧୁର ପାଣିରେ ଲୋକେ ଖରାଦିନରେ ରବି ·ଷ କରିପାରିବେ। କିଛି ନ ହେଲେ ବି ନଈ କୂଳରେ ଥିବା ସାହିର ଲୋକମାନେ ଘରବାଡିରେ ପନି ରିବା ଲଗାଇ ପାରିବେ। ହେଲେ ମୁଖ୍ୟ ଲକ୍ଷ୍ୟଠାରୁ ଦୂରେଇ ଯାଇଛି ଏହି ସ୍ଲୁଇସ୍ଗେଟ୍। ଗେଟର ସଟର ବର୍ଷର ଅଧିକାଶଂ ସମୟରେ ଟେକାହୋଇ ରହୁଛି। ଫଳରେ ତଳମୁଣ୍ଡରୁ ଆସୁଥିବା ଲୁଣା ଜୁଆର ନଈପାଣିକୁ ଲୁଣି କରିଦେଉଛି। ଏହାର ସୁଯୋଗ ନେଉଛନ୍ତି ଚିଙ୍ଗୁଡି ଚାଷୀ। ଲୁଣି ପାଣିରେ ବର୍ଷର ଦୁଇଥର ଚିଙ୍ଗୁଡି ଚାଷ କରାଯାଉଛି। ତା’ଛଡା କେନାଲ ଡିଭିଜନ ପକ୍ଷରୁ ମଧ୍ୟ ଆଗପରି ପାଣି ଆସିନାହିଁ; ଶୁଖିଲା ପଡିଛି କେନାଲ। ବର୍ଷାଦିନ ପରେ ନଈରେ ଯାହା ପାଣି ରହୁଛି; ଖରାଦିନରେ ଗେଟଦେଇ ଆସୁଥିବା ଜୁଆର ନଈ ପାଣିକୁ ଲୁଣା କରୁଛି। ଏହି ଘଟଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ସମସ୍ୟା ଉପରେ ଦୃଷ୍ଟି ଦିଆଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top