ଭଦ୍ରକ କଲେଜ ଯୁବ ରେଡ୍କ୍ରସ୍ର ରକ୍ତଦାନ ଶିବିର

ଭଦ୍ରକ, ୧୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବ ରେଡ୍କ୍ରସ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅଧ୍ୟକ୍ଷ ଡକ୍ଟର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଯୁବ ରେଡ୍କ୍ରସ୍ କାଉନସେଲର ପ୍ରଫେସର କମଳାକାନ୍ତ ଜେନା ଏବଂ ଜିଲା ସଂଯୋଜକ ଶୈଳବାଳା ଦାଶଙ୍କ ଉପସ୍ଥିତିରେ ଉପାଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ବିଶ୍ୱାଳ ଶିବିରକୁ ଉଦ୍ଘାଟନ କରିଥିଲେ । ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବାଣିଜ୍ୟ ବିଭାଗ ପରିସରରେ ଆୟୋଜିତ ଏହି ଶିବିରରେ କଲେଜର ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ । ବ୍ଲଡବ୍ୟାଙ୍କ  ଅଫିସର ଡାକ୍ତର ବିମଳା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୧୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଡାକ୍ତର ଶରତ କୁମାର ଆଚାର୍ଯ୍ୟ, ଅଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି ଏବଂ ହରପ୍ରିୟା ମହାନ୍ତି ପ୍ରମୁଖ ଶିବିରରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ଦିଗରେ ପ୍ରେରିତ କରିଥିଲେ । ମୁଖ୍ୟ ଚିକିତ୍ସ ।ଳୟର ରବିନାରାୟଣ ଖୁଣ୍ଟିଆ, ଜଗନ୍ନାଥ ଲେଙ୍କା, ରତିକାନ୍ତ ବଳ, ରୂପକ କୁମାର ସେନାପତି, ପ୍ରକାଶ ବେହେରା ଓ ଏସ୍କେ ବୁଧିଆଙ୍କର ସହାୟତା ଶିବିରକୁ ସଫଳ କରିଥିଲା । କାଉନସେଲର ଶ୍ରୀ ଜେନା ମୁଖ୍ୟ ଚିକିତ୍ସ ।ଳୟର କର୍ମଚାରୀ ଓ ରକ୍ତଦାନ କରିଥିବା ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *