Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭଦ୍ରକ କଲେଜ ପୁରାତନ ଛାତ୍ର ସଂସଦର ଗୁରୁତ୍ୱପୂର୍ଣ୍ଣ ବୈଠକ

19

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ କଟକଣା ଭିତରେ ଐତିହ୍ୟ ସମ୍ପନ୍ନ ଭଦ୍ରକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ଏକ ଗୁତୁତ୍ୱପୂର୍ଣ୍ଣ ବୈଠକ କଲେଜର ରସାୟନ ବିଜ୍ଞାନ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ କଲେଜର ସର୍ବାଙ୍ଗିନ ଉନ୍ନତି ବିଷୟରେ ବିଷଦ ଆଲୋଚନା ହେବା ସହ ଏହି ଐତିହ୍ୟ ସଂପନ୍ନ ମହାବିଦ୍ୟାଳକୁ ତୁରନ୍ତ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦିଆ ନ ଗଲେ ପୁରାତନ ଛାତ୍ର ସଂସଦ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି ସର୍ବ ସମ୍ମତ ମତ ପ୍ରକାଶ ପାଇଥିଲା । କଲେଜ ପରିସରକୁ ମଡାଇ କିଛି ବାସିନ୍ଦା ରାସ୍ତା ନିର୍ମାଣ କରୁଥିବାରୁ ତୁରନ୍ତ ଏହାକୁ ବିରୋଧ କରି ପୁରାତନ ଛାତ୍ର ସଂସଦ ଏଥିରେ ହସ୍ତକ୍ଷେପ କରିବା ପାଇଁ ମତ ପ୍ରକାଶ ପାଇଥିଲା । ସେହିପରି ବିଶ୍ୱବିଦ୍ୟାଳୟ ହେବା ପାଇଁ ଆସନ୍ତା ବର୍ଷ ଆସିବାକୁ ଥିବା ନାକ୍ ଟିମକୁ ସହଯୋଗ କରିବା ପାଇଁ ସଂପାଦକ ଅଜୟ ନାୟକ ମତ ରଖିଥିଲେ । ଆସନ୍ତା ବର୍ଷ କଲେଜକୁ ୭୫ ବର୍ଷ ପୁରିବା ପାଇଁ ଯାଉ ଥିବାରୁ ହୀରକ ଜୟନ୍ତି ଉତ୍ସବର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭାବେ ଭଦ୍ରକର ମାନ୍ୟବର ବିଧାୟକ ସଂଜିବ ମଲ୍ଲିକ ରହିବା ପାଇଁ ସର୍ବ ସମ୍ମତ ମତ ପ୍ରକାଶ ପାଇ ଥିଲା । ସମସ୍ତ ପୁରାତନ ଛାତ୍ରମାନଙ୍କୁ ନେଇ ଧୁମଧାମରେ ପାଳନ ପାଇଁ ସଭାପତି ଦେବେନ୍ଦ୍ର ନାଥ ରାଉତ ନିଜର ଅଭିଭାଷଣରେ ମତ ଦେଇଥିଲେ । ହୀରକ ଜୟନ୍ତି ପାଳନ ପ୍ରସ୍ତୁତି ଆରମ୍ଭ ହୋଇ ଥିବାରୁ କଲେଜ ଅଧ୍ୟକ୍ଷ ଡଃ.ଉମାକାନ୍ତ ସାହୁ ସମ୍ପୂର୍ଣ୍ଣ ସହାୟତା କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ପୁରାତନ ଛାତ୍ର ସଂସଦର ସଭାପତି ପ୍ରଫେସର ଦେବେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ଅଧ୍ୟକ୍ଷ ଶୈଳେନ୍ଦ୍ର ମହାପାତ୍ର, ପ୍ରଫେସର ବଳରାମ ମିଶ୍ର, ଡଃ.ରାଧାବିନୋଦ ନାୟକ ପ୍ରମୁଖ ନିଜ ନିଜର ମତାମତ ରଖିଥିଲେ । ସେହିପରି ପୁରାତନ ଛାତ୍ର ଆଇନଜୀବୀ ପବନ ଶର୍ମା,ସାହିତ୍ୟିକ ଅଭୟ ଦ୍ୱିବେଦୀ,ଶିକ୍ଷୟତ୍ରି ଚାରୁଲତା ମହାପାତ୍ର, ବିଜୟ କୁମାର ସାହୁ,ହରମୋହନ ଜେନା ପ୍ରମୁଖ ନିଜ ନିଜର ମତ ରଖି ହୀରକ ଜୟନ୍ତି ପାଳନକୁ ସ୍ମରଣୀୟ କରିବା ପାଇଁ ମତ ରଖିଥିଲେ । ସେହିପରି ଆସନ୍ତା ବୈଠକରେ ବିଧାୟକ ଯୋଗ ଦେବାକୁ କାର୍ଯ୍ୟକ୍ରମ ଥିବାରୁ ସମସ୍ତ ପୁରାତନ ଛାତ୍ର ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ପୁରାତନ ଛାତ୍ର ଅମରେନ୍ଦ୍ର ବିଶ୍ୱାଳଙ୍କ ସହଯୋଗିତାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ପୁରାତନ ଛାତ୍ର ଅଧିବକ୍ତା ସରୋଜ ତପନ ଦାସ, ରାଧାଦାସ, ଗଦାଧର ବଳ,ସରୋଜ କୁମାର ଦାସ,ପଦ୍ମନ କୁମାର ରାୟ,ପ୍ରାଧ୍ୟାପକ ଅଭୟ କୁମାର ଦାସ, ଗୋକୁଳାନନ୍ଦ ମହାନ୍ତି, ରମାକାନ୍ତ ଲେଙ୍କା, ଭାଗବତ ତ୍ରିପାଠି, ରୂପକ ବିହାରି ରାୟ, ରାକେଶ କୁମାର ପଣ୍ଡା, ଚର୍ଚ୍ଚିକା ମହାପାତ୍ର ପ୍ରମୁଖ ନିଜର ମତାମତ ରଖି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.