ad
ଜିଲ୍ଲା ପରିକ୍ରମା

ଭଦ୍ରକ କଲେଜରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରିୟ ଯୁବ ଦିବସ ପାଳିତ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଉଥିବା ରାଷ୍ଟ୍ରବାଦୀ ଛାତ୍ର ସଦଂଗଠନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ, ଭଦ୍ରକ ତରଫରୁ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ମହାନ ସନ୍ଥ ପୂଜ୍ୟ ସ୍ୱାମୀ ବିବେକାନନ୍ଦ ଜୀଙ୍କର ୧୫୪ତମ ଜନ୍ମୋତ୍ସବ ପାଳନ ହେବା ସହି ରାଷ୍ଟ୍ରିୟ ଯୁବ ଦିବସ ପାଳିତ ହୋଇ ଯାଇଛି। ପ୍ରାତଃ ସମୟରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ବହୁ ସଂଖ୍ୟାରେ ବିଦ୍ୟାର୍ଥୀମାନେ କଲେଜ ପରିସରରେ ଏକତ୍ରିତ ହୋଇ ବରିଷ୍ଠ କାର୍ଯ୍ୟକର୍ତ୍ତା ଅମରେଶ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା କଲେଜ ପରିସରରୁ ବାହାରି ସ୍ଥାନୀୟ ଟାଉନହଲ ଛକ ମଧ୍ୟ ଦେଇ ଟାଉନହଲ ପରିସରକୁ ଆସିଥିଲା। ଶୋଭାଯାତ୍ରା ସମୟରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଭାରତମାତାକୀ ଜୟ, ବନ୍ଦେ ମାତରମ୍, ସ୍ୱାମୀ ବିବେକାନନ୍ଦ ଅମର ରହେ ଆଦି ସ୍ଳୋଗାନ ଦିଆ ଯାଇଥିଲା। ଶୋଭାଯାତ୍ରାରେ ଏବିଭିପିର ଭଦ୍ରକ ନଗର ସଂଯୋଜକ ସମୀର ସ୍ୱାଇଁ, ସତ୍ରବାନ ବେହେରା, ବିଦ୍ୟାଧର ନାୟକ, ସନ୍ଦିପ୍ତ ଭକ୍ତ, ଜୀବନେନ୍ଦୁ ଦାଶ, ଶିବଶଙ୍କର ପରିଡା, ଜୟନ୍ତ ପାଢୀ, ସହଦେବ ଏବଂ ଅମର ପ୍ରମୁଖ ଛାତ୍ରନେତା ସାମିଲ ହୋଇଥିଲେ। ଟାଉନହଲ ପରିସରରେ ଅନୁଷ୍ଠିତ ସଭାରେ ଶ୍ରୀ ଜେନାଙ୍କ ସହିତ ପୁରାତନ କାର୍ଯ୍ୟକର୍ତ୍ତା ସମାଜସେବୀ ଅମ୍ବିକା ଦାସ, ଏବିଭିପିର ଉପଦେଷ୍ଟା ସ୍ୱାଧୀନ ସୁନ୍ଦର ଦାସ ସ୍ୱାମୀ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦିପ ପ୍ରଜ୍ୱଳନ କରିଥିଲେ। ସାଂପ୍ରତିକ ସମୟରେ ରାଷ୍ଟ୍ରର ଏକତା, ଅଖଣ୍ଡତା ବଜାୟ ରଖିବା ସହିତ ଚରିତ୍ରବାନ ବିଦ୍ୟାର୍ଥୀ ଭାବେ ଗଢିତୋଳିବାକୁ ଶପଥ ନେବା ଉଚିତ ବୋଲି ଛାତ୍ରନେତାମାନେ ସେମାନଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଉକ୍ତ ସଭାରେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନସ ମହାନ୍ତି, ସମାଜସେବୀ ଶରତ ପଢିଆରୀ, ଦୁର୍ଗାଶଙ୍କର ଜେନା, ବିଜୟ ଦାଶ ଓ ମାନସ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top