ଭଦ୍ରକ କଲେଜରେ ଯୋଗ ଦିବସ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଆର୍ନ୍ତଜାତିକ ଯୋଗ ଦିବସ ଅବସରରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏହି ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ନାୟକ ଓ ଅଧ୍ୟାପକ ଡ. ପଦ୍ମନାଭ ପତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଦିବସ ପାଳିତ ହୋଇଛି। ଅଧ୍ୟକ୍ଷ ଡ. ନାୟକ ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ସୂଚନା ଦେଇ ଯୋଗ କିଭଳି ଜଣେ ମଣିଷକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ, ତାହା ବିଶଦ ଭାବେ ବର୍ଣ୍ଣନା କରିଥିଲେ। ଅଧ୍ୟାପକ ଅଜୟ କୁମାର ସେଠୀ, ଦେବେନ୍ଦ୍ର ରାଉତ, ଲକ୍ଷ୍ମୀକାନ୍ତ ନାୟକ, କମଳାକାନ୍ତ ଜେନାଙ୍କ ସମେତ ସମସ୍ତ କମର୍ଚାରୀ ଏଥିରେ ସହଯୋଗ କରିଥିଲେ। ଏନ୍ସିସିର ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ। ଏହାକୁ ଯୋଗଗୁରୁ ପାତଞ୍ଜଳି କରଶର୍ମା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *