ଭଦ୍ରକ କଲେଜରେ ବିଭିନ୍ନ ଦାବି ନେଇ ଛାତ୍ର ଆନ୍ଦୋଳନ

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆଜି ବିଭିନ୍ନ ସମସ୍ୟା ଜନିତ ଦାବିକୁ ନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୪ ଘଣ୍ଟା ଧରି ଚାବିପକା ଆନ୍ଦୋଳନ କରାଯାଇଥିଲା। ପରେ ଅଧ୍ୟକ୍ଷ ଡ. ପୂର୍ଣ୍ଣଚନ୍ଦ୍ର ନାୟକ ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ସୁଦ୍ଧା ସେମାନଙ୍କର ଦାବିଗୁଡିକ ବିଚାରକୁ ନେଇ ସମାଧାନ କରାଯିବାର ପ୍ରତିଶ୍ରୁତି ଦେବାପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ତେବେ ଏହି ଆନ୍ଦୋଳନ ଯୋଗୁଁ ଆଜି ପାଠ୍ୟଦାନ ସଂପୂର୍ଣ୍ଣ ବ୍ୟାହତ ହୋଇଥିଲା। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଏକ ଡିସ୍ପେନସାରୀ ଖୋଲିବା, ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା, ବାହାର ଅସାମାଜିକ ବ୍ୟକ୍ତିବିଶେଷଙ୍କୁ ଭିତରକୁ ନଛାଡିବା, ମହାବିଦ୍ୟାଳୟ ପରିସର ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା, ପିସିଆର ଭ୍ୟାନ୍କୁ ଦୁଇଥର ମହାବିଦ୍ୟାଳୟ ପରିସର ମଧ୍ୟକୁ ପଠାଯିବା ଏବଂ ମୁଖ୍ୟ ଫାଟକରେ ଭାଂଗିଯାଇଥିବା ଗ୍ରୀଲ୍ର ମରାମତି କରାଯିବା ଭଳି ଦାବି ନେଇ ଆଜି ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦିନ ୧୧ ଟାରୁ ୨.୩୦ ପର୍ଯ୍ୟନ୍ତ ଆନ୍ଦୋଳନ ଆରମ୍ଭ କରାଯାଇଥିଲା।

Leave a Reply

Your email address will not be published. Required fields are marked *