ଭଦ୍ରକ : କରଞ୍ଜମାଳରେ ବିଜୁଟ୍ଟନାୟକ ଷ୍ଟାଡିୟମର ଭିତ୍ତି୍ରପସ୍ତର

ଭଦ୍ରକ,୨୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଷ୍ଟାଡିୟମର ଭିତ୍ତିପ୍ରସ୍ଥର ସ୍ଥାପନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ହୋଇଥିବା ସଭାରେ ମୁଖ୍ୟଅତିଥି ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସମ୍ମାନୀତ ଅତିଥି ଭଦ୍ରକ ସାଂସଦଙ୍କ ଚାନ୍ଦବାଲି ପ୍ରତିନିଧି ପ୍ରତାପ ଚନ୍ଦ୍ର ଧଳ, ଜିଲା ପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ, କରଞ୍ଜମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଯୁବ ନେତା ରମେଶ ନାୟକ, ଚାନ୍ଦବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ମାନସୀ ସାହୁ, ଚାନ୍ଦବାଲି ବ୍ଲକ ବିଜେଡି ସଂପାଦକ ଶରତ ସାହୁ, ଧାମରା ଜିଲା ପରିଷଦ ସଭ୍ୟା ବିଳାସିନୀ ଦାସ, ଧାମରା ପଞ୍ଚାୟତର ଯୁବ ନେତା ତଥା ସମାଜସେବୀ ରଞ୍ଜନ ସାହୁ, କରଞ୍ଜମାଳ ସରପଞ୍ଚ ପଦ୍ମାଳୟା ମଲିକ, ସମିତି ସଭ୍ୟ ସପନ କୁମାର ମଲିକ, କରଞ୍ଜମାଳ ପୂର୍ବତନ ସରପଞ୍ଚ କେଶବଚନ୍ଦ୍ର ନାୟକ, ଧାମରା ଜୋନର ପୂର୍ବତନ ଜିଲା ପରିଷଦ ବଳଭଦ୍ର ଲେଙ୍କା, ଚାନ୍ଦବାଲି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନରେଶ ମାଝୀ, ଧାମରା ସରପଞ୍ଚ ପ୍ରିୟରଞ୍ଜନ ଜେନା, ଦୋସିଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ ଜାନା, ବିରଭଦ୍ର ଭଳ, ସୁଦର୍ଶନ ମଲିକ, ହୃଶିକେଶ ମଣ୍ଡଳ,  ପ୍ରବୀର ମଲିକ ଯୋଗଦେଇଥିଲେ । ଏହି ଅବସରରେ ଷ୍ଟାଡିୟମ ପାଇଁ ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ସାଂସଦ ନିଜ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଖୁବଶୀଘ୍ର ଏହି ଷ୍ଟାଡିୟମ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟଅତିଥି ନିଜ ଅଭିଭାଷଣରେ କହିଥିଲେ । ଏଥିସହ ଏହି ଷ୍ଟାଡିୟମରେ ଗ୍ରାମମାନଙ୍କରେ ଲୁଚି ରହିଥିବା ଶୁପ୍ତ ପ୍ରତିଭାର ବିକଶିତ ହୋଇ ପାରିବ ବୋଲି ଚାନ୍ଦବାଲି ବିଧାୟକ ନିଜ ବକ୍ତବ୍ୟ ରଖିଥିଲେ । ଏଥିସହ କରଞ୍ଜମାଳ ପଞ୍ଚାୟତରେ ବାସୁଦେବପୁର-ଧାମରା ରାସ୍ତାରୁ ହୃଦୟପ୍ରସାଦ ରାସ୍ତାର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ଥର ମଧ୍ୟ ସ୍ଥାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *