ଜିଲ୍ଲା ପରିକ୍ରମା

ଭଦ୍ରକ : କମୁଛି ଗଛ, ବଢୁଛି ଫାର୍ମ; ସମସ୍ୟାରେ ଜନସାଧାରଣ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗ୍ରୀଷ୍ମର ପ୍ରଭାବ ଦିନକୁ ଦିନ ବୃଦ୍ଧି।ଇବାରେ ଲାଗିଛି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ବୃକ୍ଷହୀନ ରାସ୍ତା ସହ ଏହି ଜିଲାର ବନ୍ତ ଅଞ୍ଚଳର ବିଭିନ୍ନ କୁକୁଡା ଫାର୍ମ ଓ ମିଲର ପ୍ରଭାବ ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ରାସ୍ତାର ଉଭୟ ପାଶ୍ୱର୍ରେ ଦିନକୁ ଦିନ ବଢି ଚାଲିଥିବା କୁକୁଡା ଫାର୍ମ ସାଙ୍ଗକୁ ମିଲର ଅସ୍ୱାସ୍ଥ୍ୟକର ପରିବେଶ ଜନଜୀବନକୁ ଅତିଷ୍ଟ କରୁଛି। ଏହି ଫାର୍ମଗୁଡିକ ବନ୍ତରୁ ଆଗରପଡା, ବନ୍ତରୁ କେନ୍ଦୁଆପଦା ଓ ବନ୍ତରୁ ଭଦ୍ରକ ରସ୍ତାର ଉଭୟ ପାଶ୍ୱର୍ରେ ଥିବାରୁ ଯାତାୟାତ କରୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ଆରମ୍ଭ କରି ଏହାର ପାଶ୍ୱର୍ରେ ବସବାସ କରୁଥିବା ସ୍ଥାୟୀ ବାସିନ୍ଧାଙ୍କ ପାଇଁ ଏହି ସମସ୍ୟା ବଢାଇବାରେ ଲାଗିଛି। ମିଲ ଓ ଫାର୍ମରୁ ନିର୍ଗତ ହୋଉଥିବା ଗରମ ତଥା କ୍ଷତିକାରକ ଗ୍ୟାସ ସହ ବିଭିନ୍ନ ବ୍ରୟଲର ଫାର୍ମରୁ ମଧ୍ୟ ଦୁର୍ଗନ୍ଧ ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି। ପରିବେଶବିତ୍ ତଥା ବିଭାଗୀୟ ଅଧିକାରୀଙ୍କର ଏଥିପ୍ରତି ସାମାନ୍ୟ ଅଙ୍କୁଶ ନ ଥିବାରୁ ଦିନକୁ ଦିନ ଏହି ଫାର୍ମଗୁଡିକ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଭଦ୍ରକ-ଆନନ୍ଦପୁର ରାସ୍ତା ସଂପ୍ରସାରଣ ଆଳରେ ୪୫କିମି ରାସ୍ତାରେ ଥିବା ବୃହତ୍ତକାୟ ପୁରାତନ ଓ ନୂତନ ବୃକ୍ଷକୁ କଟାଯାଇଥିଲା। ଇତିମଧ୍ୟରେ ଏହି ରାସ୍ତା ନିର୍ମାଣ ହେବାକୁ ୧୬ବର୍ଷ ଅତିକ୍ରାନ୍ତ ହେବାକୁ ବସିଥିବା ବେଳେ ରାସ୍ତାର ନିର୍ମାଣ ସରିବାର ନା ଧରୁନି। ରାସ୍ତା ପାଶ୍ୱର୍ରେ ଚାରାରୋପଣ କରାଯିବାର ବିଧିବଦ୍ଧ ବ୍ୟବସ୍ଥା ଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଜଙ୍ଗଲ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଗୋଟିଏ ବି ଚାରାରୋପଣ କରାଯାଇନି। କେତେକ ରାସ୍ତା ପାଶ୍ୱର୍ରେ ଚାରାରୋପଣ କରାଯାଉଥିଲେ ମଧ୍ୟ ତାହା ଉପଯୁକ୍ତ ଯତ୍ନ ଅଭାବରୁ ନଷ୍ଟ ହେବାକୁ ବସିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top