ଭଦ୍ରକ : କପିଳମୁନି ମହୋତ୍ସବ ଉଦଯାପିତ

ଭଦ୍ରକ,୪ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ବାସୁଦେବପୁର ବ୍ଲକ ବିଦେଇପୁରର ପ୍ରସିଦ୍ଧ କପିଳମୁନି ମହୋସôବ ଉଦଯାପିତ ହୋଇଛି । ୭ ଦିନ ଧରି ଅନୁଷ୍ଠିତ ହୋଇଥିବା କପିଳମୁନି ମହୋସôବର ଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରିନିସପାଲ ସେକ୍ରେଟାରୀ ନିତିନ ଚନ୍ଦ୍ର ଯୋଗଦେଇଥିଲେ । ସମାନିତ ଅତିଥି ବାସୁଦେବପୁରର କଂଗ୍ରେସର ବରିଷ୍ଠ ନେତା ମାଧବାନନ୍ଦ ମଲିକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଭିରାମ ଧଳ, ମନ୍ତ୍ରୀଙ୍କ ପ୍ରତିନିଧି ବିମଲ କୁମାର  ରାୟ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁବାଶ ନାୟକ, ଗୁରୁ ବିମ୍ବାଧର ଦାସ, ମିସେସ୍ ଚନ୍ଦ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏକପାଦ ଓଡିଶୀ ନୃତ୍ୟ ଗୁରୁ ନିତ୍ୟାନନ୍ଦ ଦାସଙ୍କ ପ୍ରିୟ ଶଖା ନୃତ୍ୟନାଟିକା ଦର୍ଶକଙ୍କୁ ବିମୋହିତ କରିଥିଲା । ନୃତ୍ୟଗୁରୁଙ୍କ ନୂୂରଙ୍କ ତାଳେ ତାଳେ ଦର୍ଶକ ବିମୋହିତ ହୋଇଥିଲେ । ଏହି ଅବସରରେ ସାତ ସୁରର ଶିଳ୍ପୀ ମିହିର କୁମାର ମହାନ୍ତିଙ୍କୁ ଯଦୁନାଥ ଖିଲାର ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ନିତିନ ଚନ୍ଦ୍ରଙ୍କୁ  ପ୍ରସିଦ୍ଧ କପିଳ ମୁନି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେବା କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ସୁନୀତି ମଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୭ ଦିନ ଧରି ଗୀତ ନାଚ, ପାଲା, ରାମଲୀଲା ପ୍ରଭୃତି ପ୍ରଦର୍ଶନରେ ଦର୍ଶକ ଓ ସ୍ରୋତାମାନେ ବିମୁଗ୍ଧ ହୋଇଥିଲେ । ବିଦେଇପୁରର ସରପଞ୍ଚ ସୁବ୍ରତ କୁମାର ରାୟ ମଞ୍ଚାସୀନ ଅତିଥି ଓ ମହୋସôବକୁ ଉପଭୋଗ କରୁଥିବା ଦର୍ଶକଙ୍କୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *