ଭଦ୍ରକ : କନ୍ୟା ସନ୍ତାନ ଦୁର୍ବଳ ନୁହଁନ୍ତି ତିନି ଭଉଣୀ ନିଜର କର୍ତ୍ତବ୍ୟ କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜିର ପୁରୁଷ କେନ୍ଦ୍ରୀକ ସମାଜରେ ସମସ୍ତେ ପୁତ୍ର ସନ୍ତାନକୁ ସବାଗ୍ରେ ଆଶା କରନ୍ତି। କନ୍ୟାସନ୍ତାନଟିଏ ଜନ୍ମ ହେଲେ ତାଙ୍କୁ ମୁହଁ ମୋଡନ୍ତି। ମାତୃଗର୍ଭରେ ଭ୍ରୁଣ ସଂଚାରକୁ ପରୀକ୍ଷା ନିରୀକ୍ଷା କରି କନ୍ୟା ହେବାର ଜାଣି ତାକୁ ହତ୍ୟା କରିବାକୁ ପଚାଦ୍ଦ ଦିଅନ୍ତି ନାହିଁ। କନ୍ୟା ସନ୍ତାନଙ୍କ ପ୍ରତି ଅବହେଳା ଓ ତାଙ୍କର ସଂଖ୍ୟା କମ୍ ଥିବାରୁ ସରକାର ଏଦିଗରେ ଉଚିତ ପ୍ରଦକ୍ଷେପ ନେବାପାଇଁ କନ୍ୟା ସନ୍ତାମାନଙ୍କୁ ନାନା ବିଧ ସୁବିଧା ସୁଯୋଗ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ବେଟି ବଚାଓ ବୋଟି ପଢାଓର ସ୍ଲୋଗାନ ମାନ ଦେଇଛନ୍ତି। ହେଲେ ଆଜିର ସମାଜରେ ସେହି କନ୍ୟା ସନ୍ତାନମାନେ ସମସ୍ତ କାର୍ଯ୍ୟରେ ନିଜନିଜର ପାରଦର୍ଶିତା ପଦର୍ଶନ କରିଛନ୍ତି। ଅନ୍ୟ ପକ୍ଷରେ ସେହି କନ୍ୟା ସନ୍ତାନ ମାନେ ନିଜର ସ୍ପ୍ରୀୟ କର୍ମକୁ ସଂପାଦନକରି ଆଜି ସମାଜରେ ଉଦାହାରଣ ପାଲଟିଛନ୍ତି। ଏହି ଜିଲାର ବନ୍ତ ବ୍ଲକ ଟିଲୋ ବଡସାହି ଗ୍ରାମର କବି କୀର୍ତ୍ତନ ବିହାରୀ ଜେନା ଓ ତାଙ୍କ ପତ୍ନି ସାବିତ୍ରୀ ଜେନାଙ୍କ ତିନିଜଣ କନ୍ୟା ମହାମାୟା ଜେନା, ଅନସୂୟା ଜେନା ଓ ଦେବପ୍ରୀୟା ଜେନା ଓଡିଶା ଶିକ୍ଷା ବିଭାଗରେ ଶିକ୍ଷୟିତ୍ରୀ ଭାବେ ତା ୪-୪- ୨୦୧୧ ମସିହାରେ ନିଯୁକ୍ତି ପାଇଥିଲେ। ଏହାର ୬ ବର୍ଷ ପରେ ଅଥାତ୍ ତା ୩-୫-୧୮ ମସିହାରେ ସେମାନେ ନିୟମିତ ଶିକ୍ଷୟିତ୍ରୀ ଭାବେ ଉପନୀତ ହେବାର ସ୍ୱଭାଗ୍ୟ ଅର୍ଜନ କରିଛନ୍ତି। ଏହି ପରିପେକ୍ଷିରେ ତାଙ୍କୁ ଭଦ୍ରକ ଜିଲା ଡିଆରଡିଏ କାର୍ଯ୍ୟାଳୟର କନଫରେନ୍ସ ହଲରେ ମନ୍ତ୍ରୀ ପ୍ରଫୁଲ ସାମଲ, ସାଂସଦ ଅର୍ଜ୍ଜୁ୍ୁନ ଚରଣ ସେଠୀ, ଜିଲାପାଳ ଜ୍ଞାନ ମିଶ୍ରଙ୍କ ସହ ଅନ୍ୟାନ୍ୟ ବରିଷ୍ଠ କର୍ମଚାରୀଙ୍କ ଉପସ୍ଥିତରେ ତିନି ଭଉଣୀଙ୍କୁ ନିୟମିତ ଶିକ୍ଷୟିତ୍ରୀର ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି। ସେମାନେ ଦଳିତ ସଂପ୍ରଦାୟର ବ୍ୟକ୍ତିବିଶେଷ ହୋଇଥିଲେ ମଧ୍ୟ ନିଜର କର୍ତ୍ତବ୍ୟ ଓ ଇଚ୍ଛାଶକ୍ତିବଳରେ ଉଚିତ ଶିକ୍ଷା ଲାଭକରି ଶିକ୍ଷାରୂପକ ମହତ ଦାନକୁ ନିଜର ଜୀବନର ବ୍ରତ ବୋଲି ମନେକରିଛନ୍ତି। ଏକା ଦିନରେ ନିଯୁକ୍ତି ଓ ଏକଦିନରେ ତିନିକନ୍ୟାଙ୍କର ନିୟମିତ ଶିକ୍ଷୟିତ୍ରୀ ହେବାର ଗୌରବକୁ ନେଇ ତାଙ୍କର ପିତା ମାତା ନିଜକୁ ମହାନ ବୋଲି ମନେକରିବା ସହ ଆଜିର ସଭ୍ୟ ଶିକ୍ଷିତ ସମାଜରେ କନ୍ୟା ସନ୍ତାନମାନଙ୍କୁ ଅବହେଳା ନକରି ଉଚିତ ଶିକ୍ଷା ଓ ଯନ୍ନ ନେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତେ ଉଦ୍ୟମ ଜାରିକରନ୍ତୁ ବୋଲି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *