ଭଦ୍ରକ : ଓଭରଲୋଡିଂ ବାଲି ଚାଲାଣ, ପ୍ରଶାସନ ନୀରବ

ଭଦ୍ରକ, ୧୪ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : କେନ୍ଦୁଝର ଜିଲାରୁ ବନ୍ତ ବ୍ଲକ ଦେଇ ଓଭରଲୋଡିଂ ଓଦା ବାଲି ବେଧଡକ ଚାଲାଣ ହେଉଛି । ଏହାଦ୍ୱାରା ରାସ୍ତାଘାଟ ଦିନକୁ ଦିନ ଖରାପ ହେବା ସହ ଯାତ୍ରୀମାନେ ନିଜକୁ ନରାପଦ ମଣୁ ନଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ର ହାବେଳେଶ୍ୱର ଓ ଡିମିରିଆ ଆଦି ବୈତରଣୀ ବାଲିଘାଟରୁ ଡମ୍ପର,  ଟ୍ରକ ଓ ଟ୍ରାକ୍ଟର ଯୋଗେ ଶହଶହ ଟି୍ରପ ବାଲି ପ୍ରତିଦିନ ଚାଲାଣ ହେଉଛି । ବେପାରୀମାନେ ଆନନ୍ଦପୁର-ଭଦ୍ରକ, ହାଟଡିହୀ ବ୍ଲକ ଡଅଁର- ସରଳା ରାସ୍ତା ଦେଇ ବନ୍ତ ବ୍ଲକର ଓଳମ-ନିଳୋକ ରାସ୍ତାରେ ଆସି ବନ୍ତ- ଆଗରପଡା ରାସ୍ତାରେ କୁପାରୀ ଓ ଖଇରାକୁ ଅବାଧରେ ବାଲି ଚାଲାଣ କରାଯାଉଛି । ଅନ୍ୟପକ୍ଷରେ ଉକ୍ତ ଗାଡିଗୁଡିକରେ ଆବଶ୍ୟକଠାରୁ ଅଧିକ ପରିମାଣର ଓଦା ବାଲିକୁ ଲୋଡିଂ କରି ଯାତାୟତ କରୁଛନ୍ତି । ଫଳରେ ଏହି ଅଣଓସାରିଆ ରାସ୍ତାରେ ପାଣି ପଡିବା ସହ କିଛିଦିନ ହେବ ମରାମତି ହୋଇଥିବା ରାସ୍ତା ଖାଲଖମାରେ ପରିଣତ ହୋଇ ପୂର୍ବାବସ୍ଥାକୁ  ଆସିଯାଇଛି । ଅନ୍ୟପକ୍ଷରେ ଏହି ଓଭରଲୋଡିଂ ହାୱାଇ ଧକ୍କାରେ ବନ୍ତ, ଗଣିଜାଙ୍ଗରେ ଦୁଇଟି ମୂଲ୍ୟବାନ ଜୀବନ ଯାଇଥିବା ସତ୍ୱେ କେନ୍ଦୁଝର କିମ୍ବା ଭଦ୍ରକ ଜିଲା ପ୍ରଶାସନର ଅଙ୍କୁଶ ନଥିବାରୁ ଗାଡିଗୁଡିକ ଅବିରାମ ଗତିରେ ଚଳପ୍ରଚଳ କରୁଛି । ଏହି ଗାଡିଗୁଡିକ ସମସ୍ତ ନିୟମକୁ ଉଲ୍ଲଙ୍ଘନ କରି ରାତିଦିନ ଚାଲିଛି । ଏହି ସମସ୍ୟାରୁ ମୁକ୍ତି ପାଇଁ ଉଭୟ ଜିଲାର ପ୍ରଶାସନ ଏଥି୍ରତି ଦୃଷ୍ଟି ଦେଇ ଏହାକୁ ଅତିକମ୍ରେ ଦିନବେଳା ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *