ଜିଲ୍ଲା ପରିକ୍ରମା

ଭଦ୍ରକ ଏସପିଙ୍କ ଧାମରା ପୋର୍ଟ ରେଳ ଲାଇନ ପରିଦର୍ଶନ ଚୋରା କୋଇଲା ଉପରେ ବଡ ଧରଣର ଚଢଉ ଆଶଙ୍କା

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଦୀର୍ଘଦିନ ପରେ ଭଦ୍ରକ ଏସପି ବାତୁଳ ଗଙ୍ଗାଧର ଏକ ସ୍ୱତନ୍ତ୍ର ଟ୍ରେନରେ ଆସି ରେଳ ଲାଇନ ପାଖରେ ହେଉଥିବା କୋଇଲା ଟଣା ଓ ଚୋରିକୁ ସ୍ୱଚକ୍ଷୁରେ ଦେଖିଛନ୍ତି। ତାଙ୍କ ସହିତ ଧାମରା ପୋର୍ଟ ସୁରକ୍ଷା ପରାମର୍ଶଦାତା ତଥା ଭଦ୍ରକର ପୂର୍ବତନ ଏସପି ଚିନ୍ତାମଣି ପଣ୍ଡାଙ୍କ ସହ ଡିପିସିଏଲର ସୁରକ୍ଷା ଅଧିକାରୀମାନେ ଥିଲେ। ଧାମରାରେ ପହଞ୍ଚିବା ପରେ ଏସପି ବାଁଶଡା ଥାନା ପରିଦର୍ଶନରେ ଯାଇଥିଲେ। ସେଠାରେ ଦୀର୍ଘ ସମୟ ରହି ସମସ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ପରେ ଘଣ୍ଟେଶ୍ୱର ଫାଣ୍ଡିକୁ ଅଚାନକ ପରିଦର୍ଶନ କରିଥିଲେ। ସେଠାରେ ଦୀର୍ଘ ସମୟ ରହି ପୁଲିସ ଅଧିକାରୀ ତଥା ଅନ୍ୟାନ୍ୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏସପିଙ୍କର ଏହି ଅଚାନକ ଗସ୍ତ ଓ ଥାନା ପରିଦର୍ଶନକୁ ନେଇ ବୁଦ୍ଧିଜୀବୀ ମହଲରେ ସକରାତ୍ମକ ଚର୍ଚ୍ଚା ହେଉଛି। ଚୋରା କୋଇଲା ବେପାରକୁ ନେଇ ପୁଳିସ ବେକ ଫୁଟରେ ରହିଛି। ଏବେ ଏହାକୁ ସଂପୂଣ୍ଣ ର୍ ରୂପେ ବନ୍ଦ କରିବା ପାଇଁ ଏସପି ନିଜେ ଏଭଳି ଗସ୍ତ କରିଛନ୍ତି ବୋଲି ଆଲୋଚନା ହେଉଛି। ପୂର୍ବରୁ ବହୁ ଏସପି ଭଦ୍ରକରୁ ଯାଇଥିଲେ ବି କେହି ଏ ଘଟଣାକୁ ଏତେ ଗୁରୁତ୍ୱ ଦେଇ ନଥିଲେ। ସବୁଠାରୁ ଗୁରୁତ୍ୱପୂଣ୍ଣ ର୍ କଥା ପୂର୍ବରୁ ଯେଉଁ ଚୋରା କୋଇଲା ଗାଡିଗୁଡିକ ଧରା ପଡିଥିଲା ସେଗୁଡିକ ବିରୋଧରେ ଅଳ୍ପ ଦଫା ଲଗାଯାଇଥିଲା। ଫଳରେ ଗାଡିଗୁଡିକ ଶୀଘ୍ର ମୁକୁଳି ଯାଉଥିଲା। ମାତ୍ର ଏବେ ଖଣି ଓ ଖଣିଜ ପଦାର୍ଥ ଆଇନ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ଗାଡିଗୁଡିକ ଏତେ ସହଜରେ ମୁକୁଳିବା କଷ୍ଟକର ହୋଇପଡୁଛି। ଏଣୁ ଏସପିଙ୍କର ଏହି ଅଚାନକ ଗସ୍ତ ଆଗାମୀ ଦିନରେ କୋଇଲା ମାଫିଆଙ୍କ ବିରୋଧରେ ଏକ ବଡ ଧରଣର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚାରିଆଡେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top