ଭଦ୍ରକ ଏଜୁକେସନ ଫୋରମ ଆନୁକୂଲ୍ୟରେ କୁଇଜ ପ୍ରତିଯୋଗିତା

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଛୋଟେ ସରକାର ବାବା (ସୟଦ ନସିମ ଅଖତରଙ୍କ ଦ୍ୱାରା ପ୍ରତିଷ୍ଠିତ ଭଦ୍ରକ ଏଜୁକେସନ ଫୋରମର ଦ୍ୱିତୀୟ ବାର୍ଷୀକ କୁଇଜ ପ୍ରତିଯୋଗିତା ଭଦ୍ରକ ପୌରପାଳିକା ଅଧିନସ୍ଥ ଛଡ଼ାକ ମହଲା ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ତୃତୀୟରୁ ୫ମ ଓ ୬ରୁ ୮ମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ୨ଟି ଗ୍ରୁପ ମଧ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। କୁଇଜ ପ୍ରତିଯୋଗିତା ପରେ ଛଡ଼ାକ ମହଲା ମସଜିଦର ଇମାମ୍ ଜନାବ ଇର୍ସାଦ ଅଲ୍ଲୀଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୪ମହଲା ଜମାତ୍ର ସଭାପତି ହାଜି ମହମ୍ମଦ ଅବଦୁଲ ବାରୀ ଓ ପ୍ରାକ୍ତନ କାଉନସିଲର ମହମ୍ମଦ୍ ଇକବାଲ ଖାଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଶ୍ରୀ ବାରୀ ନିଜ ବକ୍ତବ୍ୟରେ ସଂପୃକ୍ତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଛୋଟେ ସରକାର ବାବାପ୍ରତିଷ୍ଠା କରିଥିବା ଏହି ଫୋରମ ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିଥିବା କହିଥିଲେ।

Leave a Reply

Your email address will not be published. Required fields are marked *