ଜିଲ୍ଲା ପରିକ୍ରମା

ଭଦ୍ରକ : ଉଦ୍ଘାଟନ ଅପେକ୍ଷାରେ ଐତିହାସିକ ଗାନ୍ଧୀ ସ୍ମୃତିମନ୍ଦିର

ଭଦ୍ରକ, ୧୮ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଏହି ଜିଲାର ଧାମନଗର ବ୍ଲକ ପାଳସାହି ପଞ୍ଚାୟତ ଅନ୍ତର୍ଗତ ବୈତରଣୀ, କୋଚିଳା ଓ ସରସ୍ୱତୀ ନଦୀର ପବିତ୍ର ତ୍ରିବେଣୀସ୍ଥଳ ଗାନ୍ଧୀ ଘାଟଠାରେ ଐତିହାସିକ ଗାନ୍ଧୀ ସ୍ମୃତିମନ୍ଦିର ପ୍ରତିଷ୍ଠା ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ବ୍ୟାପକ ଆୟୋଜନରେ କରାଯିବା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚôଛି । ଓଡିଶାର ବାଚସ୍ପତିଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଏହି ପ୍ରତିଷ୍ଠା ଉନ୍ମୋଚନ କାର୍ଯ୍ୟକ୍ରମ  କରାଯିବାକୁ ସ୍ଥିର ହୋଇଥିବା ବେଳେ ଏଥିପାଇଁ ଗାନ୍ଧୀଘାଟ ଚଳଚଞ୍ଚଳ ହୋଇଛି । ୧୯୪୮ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ପରେ ଭାରତ ସରକାରଙ୍କ ନିଷ୍ପତିକ୍ରମେ ତାଙ୍କର ଚିତ୍ତାଭଷ୍ମକୁ ସାରା ଭାରତରେ ଏବଂ ସବୁ ରାଜ୍ୟରେ ପ୍ରଭାହିତ ଗୋଟିଏ ନଦୀରେ ବିସର୍ଜନ କରାଯିବାକୁ ନିଷ୍ପତି ନିଆଯାଇଥିଲା । ସେହି ଅନୁସାରେ ଟ୍ରେନରେ ବିଭିନ୍ନ ତମ୍ବା କଳସରେ ଚିତ୍ତାଭଷ୍ମ ନିଆଯାଇ ଓଡିଶାର ପୁରୀ ମହୋଦଧିରେ ବିସର୍ଜନ କରାଯିବାକୁ ନିଆଯାଉଥିବା ବେଳେ ବାଲେଶ୍ୱରର ସ୍ୱାଧୀନତା ସଂଗ୍ରାମୀ ରବୀନ୍ଦ୍ର ମେହାନ ଦାସ, ଧାମନଗରର ମୁରଲୀଧର ଜେନା ଓ ବୈଷ୍ଣବ ଚରଣ ନାୟକଙ୍କ ନେତୃତରେ ସେଥିରୁ ଗୋଟିଏ ଚିତ୍ତାଭଷ୍ମ କଳସ ଭଦ୍ରକ ରେଳ ଷ୍ଟେସନରୁ ଅଣାଯାଇ ତାହାକୁ ଶୋଭାଯାତ୍ରାରେ ପୁଣ୍ୟତୋୟା ବୈତରଣୀ ନଦୀର ତ୍ରିବେଣୀ ସ୍ଥଳରେ ବିସର୍ଜନ କରାଯାଇଥିଲା । ସେହି ଦିନଠାରୁ ଉକ୍ତ ଜାଗା ଗାନ୍ଧୀ ଘାଟ ନାମରେ ପରିଚିତ ହେବା ସହ ପ୍ରତିବର୍ଷ ଜାନୁୟାରୀ ୩୦ରେ ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଜଣାଇବା ପାଇଁ ଗାନ୍ଧୀଙ୍କ ତିରୋଧାନ ଦବସକୁ ଗାନ୍ଧୀ ମେଳା ରୂପେ ପାଳିତ ହୋଇଆସୁଛି । ପରବର୍ତ୍ତୀ ସମୟରେ ଗାନ୍ଧୀଘାଟ ଠରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସାଙ୍ଗକୁ ସ୍ୱାଧୀନତା ସଂଗ୍ରାମୀ ମୁରଲୀଧର ଜେନା, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚିତ୍ତାଭଷ୍ମ ସେହି ଗାନ୍ଧୀଘାଟ ଠାରେ ବିସର୍ଜନ କରାଯାଇ ତାଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା । ହେଲେ ବିଭିନ୍ନ ସମୟରେ ନଦୀର ପ୍ରବଳ ବନ୍ୟାରେ ଓ ରକ୍ଷଣା ବେକ୍ଷଣ ଇତ୍ୟାଦି କାରଣରୁ ସେହି ଐତିହାସିକ ପୀଠର ଅବକ୍ଷୟ ଘଟିଥିବାବେଳେ ଏବେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଉଦ୍ୟମରେ ପୀଠର ବିକାଶ କରାଯାଇଛି । ୫୦ ଲକ୍ଷ ଟଙ୍କା ବ୍ୟୟରେ ଗାନ୍ଧୀ ସ୍ମୁତି ମନ୍ଦିର ନର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇ ପୀଠର ବିକାଶ କରାଯାଇଥିବା ବେଳେ ଏବେ ସ୍ମୃତି ମନ୍ଦିରରେ ସ୍ଥାପିତ ହୋଇଥିବା ଦେଶର ବରପୁତ୍ର ମହତ୍ମା ଗାନ୍ଧୀ, ମହୀୟଶୀ ନେତ୍ରୀ ଇନ୍ଦିରା ଗାନ୍ଧୀ, ଉକ୍ରଳ କେଶରୀ ଡ. ହରେକୃଷ୍ଣ ମହତାବ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟ, ସ୍ୱାଧୀନତା ସଂଗ୍ରାମୀ ମୁରଲୀଧର ଜେନା ଓ ଜନନେତା ହୃଦାନନ୍ଦ ମଲ୍ଲିକଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରାଯିବ ବୋଲି ସମସ୍ତ କାର୍ଯ୍ୟକ୍ରମ ସରିଛି । ପ୍ରତିବର୍ଷ ଗାନ୍ଧୀ ମେଳା ପର୍ବ ପାଳନ ନିମନ୍ତେ ୨୬ଜଣଙ୍କୁ ନେଇ ଏକ କମିଟି  ରହିଛି । କମିଟିର ସ୍ଥାୟୀ ସଭାପତି ଧାମନଗର ବିଧାୟକ ଥିବାବେଳେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ କମିଟିର ଉପସଭାପତି ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top