ଜିଲ୍ଲା ପରିକ୍ରମା

ଭଦ୍ରକ ଉଠା ଜଳସେଚନ ନିଗମ କର୍ତ୍ତୃପକ୍ଷଙ୍କ ପୁଷମାସ ଚାଷୀଙ୍କ ସର୍ବନାଶ

ଭଦ୍ରକ, ୧୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଭଦ୍ରକ ଜିଲାରେ ଚାଷୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ଉଠା ଜଳସେଚନ ନିଗମର ଉଚ୍ଚ କର୍ତ୍ତୃପକ୍ଷ । ନିଗମର ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ସେମାନଙ୍କ ପାଇଁ ପୁଷମାସ ହୋଇଥିବାବେଳେ ନିରୀହ ଚାଷୀଙ୍କ କ୍ଷେତ୍ରରେ ସର୍ବନାଶରେ ପରିଣତ ହୋଇଛି ।  କାରଣ ନିଗମ ପରିଚାଳନା ନିଦେ୍ର୍ଦଶକ ଓ ଅଧ୍ୟକ୍ଷଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏହି ବିବାଦ ଯୋଗୁଁ ବିଭିନ୍ନ ଜିଲାରେ ଉଠା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ଆର୍ଥିକ କ୍ଷମତା ହରାଇ ବସିଛନ୍ତି । ବହୁ ପ୍ରକଳ୍ପ ସଂପୂର୍ଣ୍ଣ ହୋଇ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ତେଣୁ ଆଗାମୀ ଦିନରେ ଉକôଟ ଜଳ ସଂକଟ ସୃଷ୍ଟି ହେବାକୁ ଯାଉଥିବାବେଳେ ଚାଷୀମାନେ ନିଜ ଚାଷ ଜମି ପାଇଁ ପାଣି କେଉଁଠୁ ପାଇବେ, ସେଥିନେଇ ଚିନ୍ତିତ ହୋଇପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରଜ୍ୟର କେତେକ ଜିଲାରେ ପଦୋନ୍ନତି ଭିତ୍ତିରେ ନିର୍ବାହୀ ଯନ୍ତ୍ରୀଙ୍କୁ ଉଠା ଜଳସେଚନ ନିଗମର ପରିଚାଳନା ନିଦେ୍ର୍ଦଶକ ନିଯୁକ୍ତି ଦେଇଥିଲେ । ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ନିଗମର ଅଧ୍ୟକ୍ଷ । ତେଣୁ ସେ ନିର୍ବାହୀ ଯନ୍ତ୍ରୀମାନଙ୍କ ଆର୍ଥିକ କ୍ଷମତାକୁ ସଂକୁଚିତ କରିଦେଲେ । ଏହାର ସିଧାସଳଖ ପ୍ରଭାବ ଏବେ ଚାଷୀଙ୍କ ଉପରେ ପଡିଛି । ଏହି କାରଣରୁ ଚାଷୀଙ୍କ ଭାଗ୍ୟ ଅନିଶ୍ଚିତ ହୋଇପଡିଛି । ରବି ଚାଷ ତଥା ବିଭିନ୍ନ ପରିବା ଚାଷ ପାଇଁ ଉଠା ଜଳସେଚନ ଉପରେ ନିର୍ଭର କରୁଥିବା ବହୁ ଚାଷୀ ଏବେ କିପରି ନିଜ ଚାଷ ଜମିକୁ ପାଣି ମାଡିବ ଓ ଅମଳ ଠିକ୍ ହେବ, ତାକୁ ନେଇ ସନ୍ଧହୀନ ହୋଇପଡିଛନ୍ତି । କେତେକ ସ୍ଥାନରେ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ବିଦୁ୍ୟତ ସଂଯୋଗ ହୋଇପାରୁନାହିଁ । କାରଣ ନିର୍ବାହୀ ଯନ୍ତ୍ରୀ ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ପରେ ନିର୍ବାହୀ ଯନ୍ତ୍ରୀ ବିଦୁ୍ୟତ ବିଭାଗ ନିକଟରେ ଯେଉର୍ ଫି ଦାଖଲ କରିବା କଥା, ତାହା ଦାଖଲ କରିପାରୁନାହାଁନ୍ତି । ତେଣୁ ଏହା ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଅପରପକ୍ଷରେ ନିର୍ବାହୀ ଯନ୍ତ୍ରୀଙ୍କ ଆର୍ଥିକ କ୍ଷମତା ସଂକୁଚିତ ହେବା କାରଣରୁ ଏବେ ନିଗମ ଅଧୀନରେ କାର୍ଯ୍ୟରତ ବହୁ ଠିକାଦାର ଏହି କାରଣରୁ ସେମାନଙ୍କ ପ୍ରାପ୍ୟ ଠିକ୍ ସମୟରେ ପାଇ ପାରୁନାହାଁନ୍ତି । ବିଭିନ୍ନ ସ୍ଥାନରେ ନିର୍ମାଣଧୀନ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆଗେଇ ପାରୁନାହିଁ । ଯାହାକି ସେମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ସୃଷ୍ଟି କରିଛି । ତେଣୁ କ୍ଷମତା ଓ ଅଂହ ଭାବକୁ ନେଇ ନିଗମ ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି, ତାହାର ତୁରନ୍ତ ସମାଧାନ କରିବାକୁ ବହୁ ଚାଷୀ ଓ ଠିକାଦାର ଦାବି କରିଛନ୍ତି । ଏ ସମସ୍ୟା ଆସନ୍ତା ୨୧ ତାରିଖ ମଧ୍ୟରେ ସମାଧାନ ହୋଇଯିବ ବୋଲି ଭଦ୍ରକ ଉଠା ଜଳସେଚନ ବିଭାଗର  ନିର୍ବାହୀ ଯନ୍ତ୍ରୀ ଯଶୋବନ୍ତ ପ୍ରଧାନ ଆଶା ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top