ଜିଲ୍ଲା ପରିକ୍ରମା

ଭଦ୍ରକ ଇନରହୁଇଲ କ୍ଲବର ଅଧିଷ୍ଠାନ ଦିବସ

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମହିଳାମାନଙ୍କୁ ନେଇ ଅଗ୍ରଣୀ ସେବା ସଂସ୍ଥା ଭଦ୍ରକ ଇନରହୁଇଲ କ୍ଲବର ଅଧିଷ୍ଠାନ ଦିବସ ସ୍ଥାନୀୟ ବାଲଗୋପାଲ ମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ବିଦାୟୀ ସଭାପତି ସ୍ମିତା ମହାନ୍ତି ଗତବର୍ଷର ସଫଳତା ପାଇଁ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେବା ସହ ନୂତନ ସଭାପତି ପ୍ରଭାତୀ ଜେନାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ପରେ କ୍ଲବର ସମ୍ପାଦିକା ସ୍ନେହଲତା ବେହେରା, କୋଷାଧ୍ୟକ୍ଷା ବୀଣାପାଣି ପଣ୍ଡା ଓ ଆଇଏସଓ ଗାୟତ୍ରୀ ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଥିଲେ। ନାରୀନେତ୍ରୀ ସୁରଜିତା ନାୟକ ଇନରହୁଇଲ କ୍ଲବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବାପରେ ·ରୁଲତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଇପ୍ସିତା ଜେନା ଇନରହୁଇଲ କ୍ଲବର ସେବାକାର୍ଯ୍ୟର ପ୍ରଶଂସା କରିବା ସହ ଅଧିକାର ସଚେତନତା ଓ ଆଭିମୁଖ୍ୟରେ ପରିବର୍ତ୍ତନ ହେଲେ ନାରୀ ସଶକ୍ତିକରଣ ସଫଳ ହେବ ବୋଲି ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ୍ ପ୍ରକାଶ ଚନ୍ଦ୍ର ଦାସ, ପ୍ରଫେସର ଝରଣା ପଟ୍ଟନାୟକ ଓ ଡା.ପ୍ରଭାସ କୁମାର ମହାନ୍ତି ସେବା ଓ ନାରୀ ସଶକ୍ତିକରଣ ଉପରେ ନିଜର ମତ ରଖିଥିଲେ। କ୍ଲବର ନୂତନ ସଦସ୍ୟା ଭାବେ ଦେବହୁତି ମହାପାତ୍ର, ପ୍ରଣତି ମଲ୍ଲିକ ଓ କାଦମ୍ବିନୀ ମହାନ୍ତି ଶପଥ ଗ୍ରହଣ କରିଥିଲେ। ଉତ୍ସବରେ କଥାକାର ପବିତ୍ର ପାଣିଗ୍ରାହୀ, ଜିଲ୍ଲା ଶିଶୁମଙ୍ଗଳ ଅଧିକାରୀ ସୁଦର୍ଶନ ବାରିକ୍, ଭଦ୍ରକ ରୋଟାରି କ୍ଲବର ସଭାପତି ଅଜିତ ଦାସ, ବରିଷ୍ଠ ରୋଟାରିଆନ ସୀତାକାନ୍ତ ଦାସ, ଇଂ. ପ୍ରତାପ ଚନ୍ଦ୍ର ମହାନ୍ତି, ଅଭିଜିତ ନାୟକ, ବିଜୟ ମହାନ୍ତି, ମିଡଟାଉନ ରୋଟାରି କ୍ଲବର ବହୁ ସଦସ୍ୟ ଓ ଅନେକ ବୁଦ୍ଧିଜିବୀ ଯୋଗ ଦେଇଥିଲେ। ଭଦ୍ରକ ଇନରହୁଇଲି କ୍ଲବର ପରମଜୀତ କାଉର, ଅନୀମା ନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର, ପୁଷ୍ପାଞ୍ଜଳୀ ମିଶ୍ର, ଜୟଶ୍ରୀ ମହାପାତ୍ର ଓ ଅଂଜୁବାଳା ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ। ଶେଷରେ ପଲ୍ଳିଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top