ଜିଲ୍ଲା ପରିକ୍ରମା

ଭଦ୍ରକ : ଆଗରପଡା ମହୋତ୍ସବର ନବମ ସନ୍ଧ୍ୟା ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ଠାରେ ଚାଲିଥିବା ତୃତୀୟ ଆଗରପଡା ମହୋତ୍ସବ- ୨୦୧୮ର ନବମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟି ସଭାପତି ହାଇକୋର୍ଟ ଆଇନଜୀବୀ ମନୋଜ ରାୟଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟନାୟକ ଯୋଗଦେଇ କହିଲେ; ବର୍ତ୍ତମାନ ସମୟରେ ଆଚରଣ ଓ ଉଚାରଣରେ ଜିଏ ଯାହା କହୁଛନ୍ତି ତାହା କାର୍ଯ୍ୟରେ ପରିଣତ କରୁନାହାନ୍ତି। ଗାନ୍ଧୀ ଓ ମହତାବଙ୍କ ପରି ଯୋଗଜନ୍ମାଙ୍କ ଆଦର୍ଶ କଥା ଲୋକେ ଶୁଣୁଛନ୍ତି; ହେଲେ ତାକୁ ଗ୍ରହଣ କରିବାର ମାନସିକତାରେ ନାହାନ୍ତି। ଯେଉଁଥିାଇଁ ଦେଶ ଓ ରାଜ୍ୟର ବୃହତ୍ତର କ୍ଷତି ଘଟୁଛି। ଯେତେ ବାଧା ବିଘ୍ନ ଆସୁ ପଛେ ସତ୍ୟ ହିଁ ଭଗବାନ ବୋଲି ଶ୍ରୀ ପଟନାୟକ କହିଥିବା ବେଳେ ଆଗରପଡା ପରି ଛୋଟିଆ ଜାଗାରେ ଏତେ ବଡ ମହୋତ୍ସବ ଆୟୋଜନ ନେଇ ବିଶ୍ମୟ ପ୍ରକାଶ କରିଥିଲେ। ସଭାରେ ମୁଖ୍ୟବକ୍ତା ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ଆନ୍ଦୋଳନର ନେତା ଅରୁଣ କୁମାର ଜେନା ଯୋଗଦେଇ କହିଲେ; ଡ. ମହତାବ ଏଠାରେ ଜନ୍ମଗ୍ରହଣ କରି ନ ଥିଲେ ଭାରତ ବର୍ଷରେ ଓଡିଶାର ସ୍ଥିତି ଅଲଗା ହୋଇଥାନ୍ତା। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପ୍ରଫେସର ସଞ୍ଜୟ କୁମାର ଦାସ, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀଧର ସାହୁ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ନିରୁମା ରାଉତ, ବିଟିପୁର ସରପଞ୍ଚ ସତ୍ୟବାନ ଦାସ, କମିଟି ଉପସଭାନେତ୍ରୀ ମମତା ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଯାତ୍ରା ନିର୍ଦେଶକ ବିନୋଦ ରାଉତ, ଯାତ୍ରା ତୁଳସୀର ଖଳନାୟକ ଜଗା ପଣ୍ଡା, ଧାରାବାହିକ “ଶ୍ରୀ ଜଗନ୍ନାଥ‘, “ସିନ୍ଦୁରବିନ୍ଦୁ’, “କିଛି ଲୁହ ପିଇଯାଏ ଓଠ’ର ଅଭିନେତା ଜଗନ୍ନାଥ ପଣ୍ଡା ପ୍ରମୁଖଙ୍କ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେମାନେ ସଂଳାପ କହି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମହୋତ୍ସବ କମିଟି ସାଧାରଣ ସଂପାଦକ ହେମନ୍ତ ସିଂହ କୃତଜ୍ଞତା ଜ୍ଞାପନ କରିଥିଲେ। ଉପସ୍ଥାପକ ଜ୍ୟୋତିସଙ୍କ ମଞ୍ଚ ପରିଚାଳନାରେ ବ୍ରହ୍ମପୁରରୁ ଆସିଥିବା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲୁ ରହିଥିଲା। ଦିବସବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମକୁ ଉପଦେଷ୍ଟା ପୃଥୀରାଜ ଦାସ, ରଥ ବେହେରା, ହରମୋହନ ପଣ୍ଡା, ମନ୍ମଥ ଦାସ, ଟୁଟୁ ଆଇଚ, ସହସଂପାଦକ ଗୋପାଳ କୃଷ୍ଣ ଦାଶ, କୋଷାଧ୍ୟକ୍ଷ ସୁଶାନ୍ତ ଶତପଥୀ, ବସନ୍ତ ସିଂହ, ବିଶ୍ୱନାଥ ସିଂହ, ମାନସ ରାୟ, ନଳିନୀକାନ୍ତ ମହାନ୍ତି, ଅକ୍ଷୟ ସିଂହ, ରବୀନ୍ଦ୍ର ଜେନା, ଦିପୁ ସିଂହ, ପଦ୍ମନାଭ ସେଠୀ, ରାମଚନ୍ଦ୍ର ନାୟକ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top